ଫିଟନେସ୍ ସାର୍ଟିଫିକେଟ୍ କରାଇ ଦେବା ନାଁରେ ଲାଞ୍ଚ ନେଇ ବୁର୍ଲା ଡାକ୍ତରଖାନାର ଆଟେଣ୍ଡାଣ୍ଟ୍ ଶତ୍ରୁଘ୍ନ ସେଠୀ ଗିରଫ

ସମ୍ବଲପୁର: ମେଡିକାଲ୍ ଫିଟନେସ୍ ସାର୍ଟିଫିକେଟ୍ କରାଇ ଦେବା ନାଁରେ ଜଣେ ଶିକ୍ଷକଙ୍କଠାରୁ ୧୫୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ବୁର୍ଲା ବଡ ମେଡିକାଲ୍ ମେଡିସିନ୍ ବିଭାଗର ଆଟେଣ୍ଡାଣ୍ଟ୍ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ତାଙ୍କ ନାଁ ଶତ୍ରୁଘ୍ନ ସେଠୀ।  ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ବୌଦ୍ଧ ଜିଲ୍ଲାର ଜଣେ ଶିକ୍ଷକ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ। ସୁସ୍ଥ ହେବା ପରେ ପୁଣି ଥରେ ଚାକିରିରେ ଯୋଗ ଦେବା ପାଇଁ ସେ ଫିଟନେସ୍ ସାର୍ଟିଫିକେଟ୍ ଲୋଡିଥିଲେ। […]

attendant

attendant

Rakesh Mallick
  • Published: Wednesday, 14 October 2015
  • , Updated: 14 October 2015, 02:19 PM IST

ସମ୍ବଲପୁର: ମେଡିକାଲ୍ ଫିଟନେସ୍ ସାର୍ଟିଫିକେଟ୍ କରାଇ ଦେବା ନାଁରେ ଜଣେ ଶିକ୍ଷକଙ୍କଠାରୁ ୧୫୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ବୁର୍ଲା ବଡ ମେଡିକାଲ୍ ମେଡିସିନ୍ ବିଭାଗର ଆଟେଣ୍ଡାଣ୍ଟ୍ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ତାଙ୍କ ନାଁ ଶତ୍ରୁଘ୍ନ ସେଠୀ।  ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ବୌଦ୍ଧ ଜିଲ୍ଲାର ଜଣେ ଶିକ୍ଷକ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ। ସୁସ୍ଥ ହେବା ପରେ ପୁଣି ଥରେ ଚାକିରିରେ ଯୋଗ ଦେବା ପାଇଁ ସେ ଫିଟନେସ୍ ସାର୍ଟିଫିକେଟ୍ ଲୋଡିଥିଲେ। ବିଭାଗୀୟ ଡାକ୍ତରଙ୍କଠାରୁ ସାର୍ଟିଫିକେଟ୍ କରାଇ ଦେବା ପାଇଁ ଶତ୍ରୁଘ୍ନ ତାଙ୍କୁ ୧୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ସେ ୧୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନଙ୍କ ହାତରେ ଧରାପଡ଼ିଥିଲେ। ସେ ଲାଞ୍ଚ ଗ୍ରହଣ କରୁଥିବା କଥାକୁ ସ୍ୱୀକାର କରିଛନ୍ତି। ତେବେ ସେ କହିଛନ୍ତି ଯେ ଟଙ୍କା ଦେବା ପାଇଁ ଶିକ୍ଷକ ଜଣଙ୍କୁ କହି ନଥିଲେ। ସେ ତାଙ୍କ ଆଡୁ ଟଙ୍କା ଦେଇଥିଲେ।

Related story