Advertisment

୪ଟି ବାଘ ଛାଲ ଜବତ, ୩ ଜଣ ଗିରଫ

ଗିରଫ ବ୍ୟକ୍ତିମାନେ ବହଳଦା ଗାଁର ହୋଇଥିବା ବେଳେ ବନ ବିଭାଗ ଏହି ଘଟଣାରେ ତଦନ୍ତ ଜାରି ରଖିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Tiger skin

Tiger skin

ବାରିପଦା ବନଖଣ୍ଡ ଅଧୀନରେ ଥିବା ଡୁକୁରା ରେଞ୍ଜର ବହଳଦା ଗାଁରେ ଆଜି ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୪ଟି ବାଘ ଛାଲ ଜବତ କରାଯାଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି। ବାରିପଦା ଡିଏଫ୍‌ଓ ଏହା ସ୍ପଷ୍ଟ କରିଛନ୍ତି।

Advertisment

ବାରିପଦା ବନଖଣ୍ଡ ସହ ଶିମିଳିପାଳ ଉତ୍ତର ଏବଂ ଦକ୍ଷିଣ ଡିଭିଜନ ସହ ରାଇରଙ୍ଗପୁର ବନଖଣ୍ଡର ବଛା ବଛା ଅଫିସରଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏହି ସ୍ଵତନ୍ତ୍ର ଟିମ ଚଢ଼ାଉ କରି ଏହି ୪ଟି ବାଘ ଛାଲ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି।

ବାରିପଦା ଡିଏଫଓ କହିଛନ୍ତି ଯେ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଏହି ଚଢାଉ କରା ଯାଇଥିଲା। ଗିରଫ ବ୍ୟକ୍ତିମାନେ ବହଳଦା ଗାଁର ହୋଇଥିବା ବେଳେ ବନ ବିଭାଗ ଏହି ଘଟଣାରେ ତଦନ୍ତ ଜାରି ରଖିଛି।

Advertisment

ଗିରଫ ବ୍ୟକ୍ତିମାନେ ନିଜେ ବାଘ ଶିକାର କରିଛନ୍ତି ନା ଆଉ କେହି ଶିକାର କରିଛନ୍ତି, ବାଘ ଛାଲଗୁଡ଼ିକୁ ବିକ୍ରି କରିଥା’ଆନ୍ତେ ନା ଆଉ କ’ଣ ଯୋଜନା ଥିଲା, ଏହି ରାକେଟରେ ଆଉ କିଏ କିଏ ସଂପୃକ୍ତ ସେ ନେଇ ପଚରାଉଚରା ଜାରି ରହିଛି ବୋଲି କହିଛନ୍ତି ବାରିପଦା ଡିଏଫଓ।

କଳାହାଣ୍ଡି ଜିଲ୍ଲା ଏମ୍‌. ରାମପୁର ଥାନା ଶ୍ରୀପଲ୍ଲୀ ଛକ ନିକଟରୁ ଶୁକ୍ରବାର ଏସ୍‌ଟିଏଫ୍ ଜଣେ ବାଘ ଛାଲ ବେପାରୀଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ ୩ଟି କଲରାପତରିଆ ବାଘର ଛାଲ ଓ ୩ଟି ହରିଣ ଛାଲ ଜବତ କରିଥିଲା।

Similipal National Park Tiger Skin