Advertisment

ଲାଞ୍ଚ ନେଇ ମ୍ୟୁନିସିପାଲିଟି ଅଫିସର ହେଡ୍‌ ଆସିଷ୍ଟାଣ୍ଟ ଓ ପିଅନ ଗିରଫ

୬୦୦୦ ଟଙ୍କା ଲାଞ୍ଚ ନେଇ ଉଭୟ ଗିରଫ ହୋଇଛନ୍ତି।

author-image
Jitendra Garnayak
Accused

Accused

ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ବାଲେଶ୍ୱର ଜିଲ୍ଲା ସୋରୋ ମ୍ୟୁନିସିପାଲିଟି ଅଫିସର ହେଡ୍ ଆସିଷ୍ଟାଣ୍ଟ ସୁମିତା ପାଣିଗ୍ରାହୀ ଓ ପିଅନ ପୀତବାସ ଦାସ।

Advertisment

ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଶୋଧିତ ପେନସନ ବାବଦ ଏରିଅର ଟଙ୍କା ଦେବା ପାଇଁ ସେମାନେ ୬୦୦୦ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ସେମାନଙ୍କୁ ଗିରଫ କରିଥିଲେ। ହେଡ୍‌ ଆସିଷ୍ଟାଣ୍ଟ ସୁମିତା ପାଣିଗ୍ରାହୀ ପିଅନ ପୀତବାସ ଦାସଙ୍କ ମାଧ୍ୟମରେ ଏହି ଟଙ୍କା ନେଉଥିବା ବେଳେ ଧରାପଡ଼ିଥିଲେ। ପିଅନ ପୀତବାସ ଦାସ ସମସ୍ତ ଲାଞ୍ଚ ଟଙ୍କା ଗ୍ରହଣ କରିଥିଲେ। ସମସ୍ତ ଲାଞ୍ଚ ଅର୍ଥ ତାଙ୍କ ଠାରୁ ଜବତ କରାଯାଇଥିଲା।

ଉଭୟଙ୍କୁ ଗିରଫ କରିବା ପରେ ଭିଜିଲାନ୍ସ ପକ୍ଷରୁ ହେଡ୍ ଆସିଷ୍ଟାଣ୍ଟ ସୁମିତା ପାଣିଗ୍ରାହୀଙ୍କ ସୋରୋ ସ୍ଥିତ ଘର ଓ ତାଙ୍କ ଅଫିସ ରୁମ୍‌ରେ ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି।

Advertisment
Vigilance Raid Odisha Vigilance Vigilance Net Vigilance