Advertisment

ଚାକିରିରୁ ବିଦା ହେଲେ କୁବେର ଆଇଆଇସି

ଭିଜିଲାନ୍ସ ଜାଲରେ ଧରାପଡ଼ିବା ପରେ ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ପୁଲିସ୍‌ ଡିଜିପି।

ଅଦ୍ୟତନ ହୋଇଛି
IIC Suspended

IIC Suspended

Advertisment

ଚାକିରିରୁ ବହିଷ୍କୃତ ହେଲେ କୁବେର ଆଇଆଇସି ସୁଶାନ୍ତ ଶତପଥୀ । ଭିଜିଲାନ୍ସ ଜାଲରେ ଧରାପଡ଼ିବା ପରେ ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ଡିଜିପି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପୂର୍ବରୁ ଗିରଫ ହୋଇ ସାରିଛନ୍ତି ସୁଶାନ୍ତ ।

Advertisment

ଗତ ୨୭ ତାରିଖରେ ରାତିରେ ସୁଶାନ୍ତ ବୈପାରୀଗୁଡ଼ାରୁ ନିଜ କଟକସ୍ଥିତ ସରକାରୀ ବାସଭବନକୁ ଏକ ଘରୋଇ ବସ୍ ଯୋଗେ ଆସୁଥିଲେ। ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ସୁଶାନ୍ତଙ୍କୁ ଧରିଥିଲା ଭିଜିଲାନ୍ସ । ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ।

ଉକ୍ତ ରାତିରେ ଭିଜିଲାନ୍ସ ଅଧିକାରୀମାନେ ସୁଶାନ୍ତଙ୍କ ଅଫିସ୍ ଚାମ୍ବର ଓ ସରକାରୀ ବାସଭବନରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଆଇଆଇସିଙ୍କ ଅଫିସ୍ ଚାମ୍ବରରୁ ୧ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ସରକାରୀ ବାସଭବନରୁ ୩ ଲକ୍ଷ ଟଙ୍କା ଜବତ ହୋଇଥିଲା।

Advertisment

ପର ଦିନ ଆଇଆଇସିଙ୍କ କଟକ ବକ୍ସିବଜାରସ୍ଥିତ କ୍ୱାର୍ଟର୍ସରେ ଚଢ଼ାଉ କରି ୨୯ ଲକ୍ଷ ୭୭ ହଜାର ଜବତ କରିଥିଲା ଭିଜିଲାନ୍ସ । ଟଙ୍କା ଗଣି ଗଣି ଭିଜିଲାନ୍ସ ଅଧିକାରୀ ହାଲିଆ ହୋଇ ଯିବା ପରେ ମେଶିନ ମଗାଯାଇ ଟଙ୍କା ଗଣା ଯାଇଥିଲା। ଆଇଆଇସି ସୁଶାନ୍ତଙ୍କ ଘରୁ ସର୍ବମୋଟ ୩୭ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏତେ ପଇସା କୁଆଡୁ ଆଣିଲେ ସେନେଇ ସୁଶାନ୍ତଙ୍କୁ ପଚରାଉଚରା କରିଥିଲା ଭିଜିଲାନ୍ସ। ହେଲେ କୌଣସି ସ୍ପଷ୍ଟ ଉତ୍ତର ଦେଇପାରି ନଥିଲେ ଥାନା ବାବୁ।

୧୯୯୯ରୁ କନେଷ୍ଟବଳ ଭାବେ ଚାକିରି ଆରମ୍ଭ କରିଥିଲେ ସୁଶାନ୍ତ । ଆଉ କନେଷ୍ଟବଳରୁ ବନିଯାଇଥିଲେ ଥାନା ବାବୁ। କିନ୍ତୁ କେଉଁଠି ମଦ ବ୍ୟବସାୟୀଙ୍କୁ ଖଲାସ କରିବାରେ ହେଉ କିମ୍ବା ମୁଦାଲାଙ୍କୁ ଛାଡ଼ିଦେବା ଭଳି ମାଳ ମାଳ ଅଭିଯୋଗ ଆଧାରରେ ୨୦୧୨ରେ ଜଗତସିଂହପୁର, ୨୦୧୮ରେ କଟକ ଏବଂ ୨୦୨୦ରେ ରାୟଗଡ଼ାର ତତ୍କାଳୀନ SP ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲେ।

କିନ୍ତୁ ତିନି ତିନି ଜଣ ଏସପିଙ୍କ ସୁପାରିଶକୁ ଖାତିର ନ କରି ୨୦୨୩ରେ ତାଙ୍କୁ ଥାନା ବାବୁ ଭାବେ ପଦୋନ୍ନତି ମିଳିଥିଲା। ଏହାପରେ ଗଞ୍ଜେଇ ବେପାର ପାଇଁ ଚର୍ଚ୍ଚାରେ ଥିବା ବୈପାରୀଗୁଡ଼ାରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା।

 କଟକ ଜିଲ୍ଲାର ଜଣେ ମନ୍ତ୍ରୀ ଓ ନୟାଗଡ଼ ଜିଲ୍ଲାର ଜଣେ ବିଧାୟକ ବିଭିନ୍ନ ସମୟରେ ସୁଶାନ୍ତଙ୍କ ମୁଣ୍ଡରେ ଆଶୀର୍ବାଦ ରଖିଥିବାରୁ ସେ ଏଭଳି କଳାଟଙ୍କାର ମାଲିକ ହୋଇପାରିଥିବା ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ଅଭିଯୋଗ କରିଥିଲେ । 

Vigilance Raid Police Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe