Advertisment

ଟ୍ୱିନ ସିଟି ଇନ୍‌ଫ୍ରାକନ୍‌ କାର୍ଯ୍ୟାଳୟରେ ଆୟକର ବିଭାଗର ଚଢ଼ାଉ

କଟକ ତ୍ରିଶୁଳିଆ ଠାରେ ଥିବା ଘରୋଇ ଗୃହ ନିର୍ମାଣକାରୀ ସଂସ୍ଥା ଟ୍ୱିନ ସିଟି ଇନ୍‌ଫ୍ରାକନ୍‌ର କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Infracon

Infracon

କଟକ ତ୍ରିଶୁଳିଆ ଠାରେ ଥିବା ଘରୋଇ ଗୃହ ନିର୍ମାଣକାରୀ ସଂସ୍ଥା ଟ୍ୱିନ ସିଟି ଇନ୍‌ଫ୍ରାକନ୍‌ର କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟକର ବିଭାଗର ୧୫ଜଣିଆ ଟିମ୍ ଏହି ଚଢ଼ାଉ କରିଥିବା ବେଳେ ବିଭିନ୍ନ କାଗଜପତ୍ରକୁ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି।

Advertisment

ଏହି ଚଢ଼ାଉ ବେଳେ ଆୟକର ବିଭାଗର ଟିମ୍ ଅନେକ ତଥ୍ୟ ପାଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହି ଚଢ଼ାଉ ଗତକାଲି ମଧ୍ୟାହ୍ନରୁ ଆରମ୍ଭ ହୋଇଥିଲା। ଆୟକର ବିଭାଗର ଟିମ୍ ଅଚାନକ ଚଢ଼ାଉ କରି ସଂସ୍ଥାର ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲା।  ଡିଏନ୍ ଗ୍ରୁପରେ ଆୟକର ଚଢ଼ାଉ ଲିଙ୍କରେ ଟ୍ୱିନ ସିଟି ଇନ୍‌ଫ୍ରାକନ୍‌ର କାର୍ଯ୍ୟାଳୟ ଉପରେ ଏହି ଚଢ଼ାଉ କରାଯାଇଥିବା ଅନୁମାନ କରାଯାଉଛି। ତେବେ ଏହି ଚଢ଼ାଉ ପଛରେ ଥିବା କାରଣ ବାବଦରେ କୌଣସି ପ୍ରକାରର ସୂଚନା ଆୟକର ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇନାହିଁ।

ଅନ୍ୟପକ୍ଷରେ ଡିଏନ୍ ଗ୍ରୁପ୍‌ରେ ଆୟକର ଚଢ଼ାଉରେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ଚଢ଼ାଉ ବେଳେ ୧୦୫ କୋଟି ଟଙ୍କା କାରବାର ଚିଠା ମିଳିଥିବା ସୂଚନା ମିଳିଛି। ଫ୍ଲାଟ ପାଇଁ ୮୦ କୋଟି ଟଙ୍କା ଆଦାୟର ଚିଠା ପାଇଛି ଆଇଟି ଟିମ୍। ସେହିପରି ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ୨୫ କୋଟି ଟଙ୍କା କାରବାରର ଚିଠା ମିଳିଛି। ଜବତ ହୋଇଥିବା ଟଙ୍କାକୁ ଆରବିଆଇ ନେଇଛି ଆୟକର ଟିମ୍ । ଅଟକ ରଖାଯାଇଥିବା ବ୍ୟକ୍ତିଙ୍କ ଉପସ୍ଥିତିରେ ଗଣତି କରାଯାଉଛି ଟଙ୍କା। ଗତକାଲି ଆଇଟି ରେଡ୍ ବେଳେ ଡିଏନ୍‌ ଗ୍ରୁପର ୩୦ କୋଟି ଟଙ୍କା ଜବତ ହୋଇଥିଲା।

Advertisment