ଯାଜପୁର: ଜାରକାରେ ଠିକାଦାରଙ୍କ ଘର ଉପରକୁ ବୋମାମାଡ଼

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଜାରକାରେ ଜଣେ ଠିକାଦାରାଙ୍କ ଘର ଉପରକୁ ଆଜି ସକାଳେ ଦୁଇ ଜଣ ଦୁର୍ବୃତ୍ତ ବୋମାମାଡ଼ କରି ଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ ଠିକାଦାର ଅମର ମହାନ୍ତି ସମାନ୍ୟ ଆହତ ହୋଇଛନ୍ତି। ତାଙ୍କର କିଛି ଆସବାବପତ୍ର ଭାଙ୍ଗିରୁଜି ଯାଇଛି। ଆଜି ସକାଳେ ଅମର ଘର ବାରଣ୍ଡାରେ ବସି ଦାଢ଼ି କାଟୁ ଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଦୁଇଟି ବୋମା ଫୋପାଡ଼ି ଥିଲେ। ଦୁର୍ବୃତ୍ତମାନେ ପ୍ରଥମ […]

jajpur

Rakesh Mallick
  • Published: Friday, 02 October 2015
  • , Updated: 02 October 2015, 07:11 AM IST

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଜାରକାରେ ଜଣେ ଠିକାଦାରାଙ୍କ ଘର ଉପରକୁ ଆଜି ସକାଳେ ଦୁଇ ଜଣ ଦୁର୍ବୃତ୍ତ ବୋମାମାଡ଼ କରି ଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ ଠିକାଦାର ଅମର ମହାନ୍ତି ସମାନ୍ୟ ଆହତ ହୋଇଛନ୍ତି। ତାଙ୍କର କିଛି ଆସବାବପତ୍ର ଭାଙ୍ଗିରୁଜି ଯାଇଛି।

ଆଜି ସକାଳେ ଅମର ଘର ବାରଣ୍ଡାରେ ବସି ଦାଢ଼ି କାଟୁ ଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଦୁଇଟି ବୋମା ଫୋପାଡ଼ି ଥିଲେ। ଦୁର୍ବୃତ୍ତମାନେ ପ୍ରଥମ ବୋମାଟି ଘରର ଛାତ ଉପରକୁ ଫୋପାଡ଼ି ଥିଲେ। ତା’ପରେ ଆଉ ଏକ ବୋମାକୁ ସେମାନେ ବରଣ୍ଡା ଉପରକୁ ଫୋପାଡ଼ି ଥିଲେ। ଠିକାଦାରୀ କାମ ଅବା ପୂର୍ବ ଶତ୍ରୁତାକୁ ନେଇ କେହି ଏପରି କାଣ୍ଡ ଭିଆଇ ଥାଇପାରେ ବୋଲି ଅମର କହିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related story