Advertisment

ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ସାଗରିକା ମହାନ୍ତି ଲାଞ୍ଚ ଅର୍ଥ ସହିତ ଧରାପଡ଼ିବା ପରେ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରାଯାଇଛି।

ଅଦ୍ୟତନ ହୋଇଛି
JE Sagarika Mohanty

JE Sagarika Mohanty

Advertisment

ଅକ୍ଟୋବର ୩୦ ତାରିଖରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଥିବା ବେଳେ ଆଜି ରାଜ୍ୟରେ ଲାଞ୍ଚ ନେଇ ଧରାପଡ଼ିଛନ୍ତି ଦୁଇ ଜଣ ସରକାରୀ ଅଧିକାରୀ। ସେମାନଙ୍କ ମଧ୍ୟରୁ ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ) ଓ ଅନ୍ୟ ଜଣେ କନିଷ୍ଠ ଯନ୍ତ୍ରୀ (ଜେଇଇ)। କନିଷ୍ଠ ଯନ୍ତ୍ରୀ ଜଣଙ୍କ ହେଉଛନ୍ତି ମହିଳା। ତାଙ୍କ ନାଁ ସାଗରିକା ମହାନ୍ତି।

Advertisment

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଏନ୍‌ଏସିରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସାଗରିକା ମହାନ୍ତି ଜଣେ ବ୍ୟକ୍ତିଙ୍କ ଘରର ନକ୍ସାକୁ ଅନୁମତି ଦେବାକୁ ଫାଇଲ୍ କାମ ଆଗେଇ ନେବାକୁ ଲାଞ୍ଚ ମାଗିଥିଲେ। ଆଜି ସେ ଅଭିଯୋଗକାରୀଙ୍କଠାରୁ ୪୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

ସାଗରିକା ମହାନ୍ତି ଲାଞ୍ଚ ଅର୍ଥ ସହିତ ଧରାପଡ଼ିବା ପରେ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି। ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି।

Advertisment

ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲା ମୋଟୁ ତହସିଲର ମୋଟୁ ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ସୂରଜଚନ୍ଦ୍ର ବଳ ଆଜି ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଜବରଦଖଲ ମାମଲାରେ ନୋଟିସ୍ ଜାରି କରିବା ପାଇଁ ସେ ଏହି ଅର୍ଥ ନେଉଥିଲେ।

Vigilance Raid Bribe Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe