Advertisment

ଦୁର୍ନୀତି ନିବାରଣ ସଚେତନତା ସପ୍ତାହରେ ଲାଞ୍ଚ ନେଇ ଆରଆଇ ଗିରଫ

ଗିରଫ ଆରଆଇଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ କରାଯାଇଛି ଚଢ଼ାଉ।

author-image
Jitendra Garnayak
Suraj Chandra Bala

Suraj Chandra Bala

ଅକ୍ଟୋବର ୩୦ ତାରିଖରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି। ସେଥିପାଇଁ ବିଭିନ୍ନ ସ୍ଥାନରେ ସଚେତନତା ରାଲି କରାଯାଉଛି। ଏହା ସହିତ ଦୁର୍ନୀତି ନ କରିବା ପାଇଁ ବିଭିନ୍ନ ସ୍ଥାନରେ ସରକାରୀ କର୍ମଚାରୀମାନେ ଶପଥ ମଧ୍ୟ ନେଇଛନ୍ତି। କିନ୍ତୁ ଏହାର କୌଣସି ପ୍ରଭାବ ପଡ଼ିନାହିଁ ମାଲକାନଗିରି ଜିଲ୍ଲା ମୋଟୁ ତହସିଲର ମୋଟୁ ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ସୂରଜଚନ୍ଦ୍ର ବଳଙ୍କ ଉପରେ।

Advertisment

ଏକ ଜବରଦଖଲ ମାମଲାରେ ନୋଟିସ୍ ଜାରି କରିବା ପାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୂରଜଚନ୍ଦ୍ର ବଳ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

ଏହା ପରେ ଭିଜିଲାନ୍ସ ପକ୍ଷରୁ ଆରଆଇ ସୂରଜଚନ୍ଦ୍ର ବଳଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ମାମଲାର ତଦନ୍ତ ଜାରି ରହିଛି।

Advertisment

ଗତବର୍ଷ ମୋଟ ୧୭୪.୮୩କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠାବ କରିଥିବା ରାଜ୍ୟ ଭିଜିଲାନ୍ସ ଚଳିତବର୍ଷ ଅକ୍ଟୋବର ମାସ ୨୭ ତାରିଖ ସୁଦ୍ଧା ୯୩.୨୯କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି। ୨୦୨୨ ମସିହାରେ ଲାଞ୍ଚ ନେବା ଘଟଣାରେ ଭିଜିଲାନ୍ସ ୧୧୮ଟି ଟ୍ରାପ୍ ମାମଲା ରୁଜୁ କରିଥିଲା, କିନ୍ତୁ ଚଳିତବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଏହି ପରିମାଣ ମାତ୍ର ୭୫ରେ ସୀମିତ ରହିଛି । ଗତବର୍ଷ ଭିଜିଲାନ୍ସର ଦୋଷୀସାବ୍ୟସ୍ତ ହାର ମୋଟାମୋଟି ୫୦% ଓ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ୭୭% ଥିଲା, ଯାହାକୁ ଚଳିତବର୍ଷ ଦୋହରାଇଛି ଭିଜିଲାନ୍ସ ।

Vigilance Raid Odisha Vigilance Vigilance Net Vigilance