ନିର୍ବାଚନୀ ବର୍ଷରେ ଧିମେଇଗଲା ଭିଜିଲାନ୍ସ : ଗତବର୍ଷ ୧୭୫ କୋଟି, ଏବର୍ଷ ମାତ୍ର ୯୩କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠାବ

ଚଳିତବର୍ଷ ଅକ୍ଟୋବର ୨୭ତାରିଖ ସୁଦ୍ଧା ମୋଟ ୭୫ଟି ଟ୍ରାପ୍ ମାମଲାରେ ୨୪.୨୪ଲକ୍ଷ ଟଙ୍କା ଜବତ ହୋଇଛି । ଏଥିରେ ୮୬ଜଣ ସରକାରୀ କର୍ମଚାରୀ ଓ ୧୩ଜଣ ଘରୋଇ ବ୍ୟକ୍ତିଙ୍କଠୁ ଏହି ଅର୍ଥ ଜବତ ହୋଇଛି । ଅନ୍ୟପକ୍ଷରେ ୨୦୨୨ ମସିହାରେ ମୋଟ ୧୧୮ଟି ଟ୍ରାପ୍ ମାଲାରେ ୩୬.୯୪ଲକ୍ଷ ଟଙ୍କା ଜବତ ହୋଇଥିଲା।

CM

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠୁୱା

Ordigital Desk
  • Published: Monday, 30 October 2023
  • Updated: 30 October 2023, 08:51 PM IST

Sports

Latest News

ନିର୍ବାଚନୀ ବର୍ଷରେ ରାଜ୍ୟ ଭିଜିଲାନ୍ସ ଅପେକ୍ଷାକୃତ ଧୀମା ହୋଇଛି । ୨୦୨୨ ମସିହା ତୁଳନାରେ ରାଜ୍ୟ ଭିଜିଲାନ୍ସର ପ୍ରଦର୍ଶନ ଆଶାନୁରୂପ ରହିନାହିଁ । ଭିଜିଲାନ୍ସର ମାମଲା ହ୍ରାସ ପାଇବା ସହ ଆୟବର୍ହିଭୂତ ସମ୍ପତ୍ତି ଠାବ ପରିମାଣ ଆଖିଦୃଶିଆ ହ୍ରାସ ପାଇଛି । ଗତବର୍ଷ ମୋଟ ୧୭୪.୮୩କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠାବ କରିଥିବା ରାଜ୍ୟ ଭିଜିଲାନ୍ସ ଚଳିତବର୍ଷ ଅକ୍ଟୋବର ମାସ ସୁଦ୍ଧା ମାତ୍ର ୯୩.୨୯କୋଟି ଟଙ୍କାର ସମ୍ପତ୍ତି ଠାବ କରିବାରେ ସକ୍ଷମ ହୋଇଛି । କେବଳ ସେତିକି ନୁହେଁ ୨୦୨୨ ମସିହାରେ ଲାଂଚ ନେବା ଘଟଣାରେ ଭିଜିଲାନ୍ସ ୧୧୮ଟି ଟ୍ରାପ୍ ମାମଲା ରୁଜୁ କରିଥିଲା, କିନ୍ତୁ ଚଳିତବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଏହି ପରିମାଣ ମାତ୍ର ୭୫ରେ ସୀମିତ ରହିଛି । ଗତବର୍ଷ ଭିଜିଲାନ୍ସର ଦୋଷୀସାବ୍ୟସ୍ତ ହାର ମୋଟାମୋଟି ୫୦% ଓ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ୭୭% ଥିଲା, ଯାହାକୁ ଚଳିତବର୍ଷ ଦୋହରାଇଛି ଭିଜିଲାନ୍ସ ।

ଆଜି ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ଚଳିତବର୍ଷରେ ଅକ୍ଟୋବର ୨୭ତାରିଖ ସୁଦ୍ଧା ନିଜର ପ୍ରଦର୍ଶନର ହିସାବ ଦିଆଯାଇଛି । ରାଜ୍ୟ ଭିଜିଲାନ୍ସ ପକ୍ଷରୁ ଜାରି ସୂଚନା ଅନୁସାରେ, ଚଳିତବର୍ଷ ଅକ୍ଟୋବର ୨୭ତାରିଖ ସୁଦ୍ଧା ମୋଟ ୩୬୫ଜଣଙ୍କ ବିରୁଦ୍ଧରେ ୨୦୨ଟି ଅପରାଧ ମାମଲା ରୁଜୁ ହୋଇଛି । ସେଥିରେ ୩୮ଜଣ ପ୍ରଥମ ଶ୍ରେଣୀ ଅଫିସର, ୩୭ଜଣ ଦ୍ୱିତୀୟ ଶ୍ରେଣୀ ଅଫିସର, ୧୬୧ଜଣ ତୃତୀୟ ଶ୍ରେଣୀ, ୭ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସମେତ ୪୮ଟି ସରକାରୀ ଉଦ୍ୟୋଗ ଓ ୭୪ଜଣ ଘରୋଇ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଏହି ୨୦୨ଟି ମାମଲା ମଧ୍ୟରୁ ୬୧ଟି ମାମଲା ହେଉଛି ଆୟବର୍ହିଭୂତ ସମ୍ପତ୍ତି ଠୁଳର । ମୋଟ ୭୨ଜଣ ସରକାରୀ କର୍ମଚାରୀ ଓ ୩୪ଜଣ ଘରୋଇ ବ୍ୟକ୍ତିଙ୍କ ବିରୁଦ୍ଧରେ ମୋଟ ୬୧ଟି ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ ହୋଇଛି ଓ ସେମାନଙ୍କଠୁ ୯୩.୨୯କୋଟି ଟଙ୍କା ଜବତ ହୋଇଛି । ଯଦିଓ ୨୦୨୨ ମସିହାରେ ୧୭୦ଜଣ ସରକାରୀ କର୍ମଚାରୀ ଓ ୧୦୦ଜଣ ଘରୋଇ ବ୍ୟକ୍ତିଙ୍କ ବିରୁଦ୍ଧରେ ଏଭଳି ୮୩ଟି ମାମଲା ରୁଜୁ ହୋଇ ୧୭୪.୮୩କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠାବ ହୋଇଥିଲା । ଅବଶ୍ୟ ଚଳିତବର୍ଷ ଶେଷ ପାଇଁ ଆଉ ୨ମାସ ବାକି ଅଛି, କିନ୍ତୁ ଗତବର୍ଷର ଠାବ ସମ୍ପତ୍ତି ପରିମାଣକୁ ଛୁଇଁବା ସମ୍ଭବପର ଲାଗୁନି ।

ସେହିପରି ଚଳିତବର୍ଷ ଅକ୍ଟୋବର ୨୭ତାରିଖ ସୁଦ୍ଧା ମୋଟ ୭୫ଟି ଟ୍ରାପ୍ ମାମଲାରେ ୨୪.୨୪ଲକ୍ଷ ଟଙ୍କା ଜବତ ହୋଇଛି । ଏଥିରେ ୮୬ଜଣ ସରକାରୀ କର୍ମଚାରୀ ଓ ୧୩ଜଣ ଘରୋଇ ବ୍ୟକ୍ତିଙ୍କଠୁ ଏହି ଅର୍ଥ ଜବତ ହୋଇଛି । ଅନ୍ୟପକ୍ଷରେ ୨୦୨୨ ମସିହାରେ ମୋଟ ୧୧୮ଟି ଟ୍ରାପ୍ ମାଲାରେ ୩୬.୯୪ଲକ୍ଷ ଟଙ୍କା ଜବତ ହୋଇଥିଲା ଓ ୧୨୬ଜଣ ସରକାରୀ କର୍ମଚାରୀ ଏବଂ ୩ଜଣ ଘରୋଇ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା ।

ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠୁୱା ସୂଚନା ଦେଇ କହିଥିଲେ ଯେ, ୨୦୨୨ ଓ ୨୦୨୩ ମସିହାର ଏବେସୁଦ୍ଧା ବେଆଇନ ଭାବେ ଉପାର୍ଜନ ହୋଇଥିବା ମୋଟ ୨୬୮କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଜବତ କରାଯାଇଛି । ଗତବର୍ଷ ୬୦୦ଟି ସ୍ଥାନରେ ଚଢ଼ଉ ହୋଇଥିଲା ଓ ୮୯୮ଟି ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଜବତ ହୋଇଥିଲା । ୧୧୧ଟି କୋଠା ଓ ଅନ୍ୟ ପ୍ରକଳ୍ପର ମୂଲ୍ୟାଙ୍କନ ହୋଇଥିଲା ।

Also Read

ଚଳିତବର୍ଷ ଏହି ଅବଧି ମଧ୍ୟରେ ମୋଟ ୪୮୬ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ୧୯୮ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ଏଥିରେ ୪୨ଜଣ ପ୍ରଥମ ଶ୍ରେଣୀ, ୩୧ଜଣ ଦ୍ୱିତୀୟ ଶ୍ରେଣୀ ଅଫିସର ଅଛନ୍ତି । ୮୭ଟି ମାମଲାରେ ୧୧୫ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଓ ୨୭ଜଣଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ୧୪ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି ।

ଚଳିତବର୍ଷ ଅକ୍ଟୋବର ୨୭ତାରିଖ ସୁଦ୍ଧା ମୋଟ ୧୯୭ଟି ମାମଲାର ତଦନ୍ତ ଆରମ୍ଭ ହୋଇଛି । ୨୯ଜଣ ପ୍ରଥମଶ୍ରେଣୀ ଅଫିସରଙ୍କ ସମେତ ୨୨ଜଣ ଦ୍ୱିତୀୟ ଶ୍ରେଣୀ, ୧୪୩ଜଣ ତୃତୀୟ ଶ୍ରେଣୀ, ୨ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି । ୩୫ଜଣ ସରକାରୀ ଉଦ୍ୟୋଗ ଓ ୩୯ଜଣ ଘରୋଇ ବ୍ୟକ୍ତିଙ୍କ ବିରୁଦ୍ଧରେ ବିଭିନ୍ନ ଦୁର୍ନୀତି ମାମଲା ରହିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଜିଲାନ୍ସ ବିଭାଗ ଟେକ୍ଲୋଲୋଜିର ଉପଯୋଗ କରି ଅଧିକ ପ୍ରଫେସନାଲ ଓ ବିଶେଷଜ୍ଞଙ୍କ ମାଧ୍ୟମରେ ବେନାମୀ ସମ୍ପତ୍ତି ଠାବ, ଦେଣନେଣ, ମନି ଲଣ୍ଡ୍ରିଂ ଓ ଡିଜିଟାଲ ଦେଣନେଣରେ ଦୁର୍ନୀତି, କ୍ରିପ୍ଟୋ କରେନ୍ସି ଭଳି ନୂଆ ନୂଆ ଆର୍ଥିକ କାରବାର ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ବ୍ଲକଗୁଡ଼ିକରେ ପିସି କାରବାର ୩୦-୩୫ ପ୍ରତିଶତ ଛୁଇଁଲାଣି ବୋଲି ବିରୋଧୀ ଦଳ ଅଭିଯୋଗ କରୁଥିବାବେଳେ ମନରେଗାଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ଖୋଲାଖୋଲି ଦୁର୍ନୀତି ହେଉଛି । କିନ୍ତୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭିଜିଲାନ୍ସ ଅପେକ୍ଷାକୃତ ଶିଥିଳ ପଡ଼ିଯାଇଥିବା ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story