Advertisment

‘ମୋ ବସ୍‌’ରୁ ପୁଣି ଚୋରି, ନେଇଗଲେ ୫୦ ହଜାର ଟଙ୍କା

ବାଙ୍କୀ ଥାନା ବିଲୁପଡ଼ା ବଡ଼ପଦନପୁରର ରାଜକିଶୋର ଜେନାଙ୍କ ଠାରୁ ଏହି ଚୋରି ହୋଇଛି। ଏନେଇ ସେ ଭୁବନେଶ୍ୱର ଚନ୍ଦ୍ରଶେଖର ଥାନାରେ ଅଭିଯୋଗ କରିଛନ୍ତି।

author-image
Jitendra Garnayak
Mo Bus

Mo Bus

‘ମୋ ବସ’ରୁ ପୁଣି ଚୋରି ଅଭିଯୋଗ। ୧୮ନଂ ରୁଟ୍‌ରେ ବରମୁଣ୍ଡାରୁ କଟକ ଜଗତପୁର ଚାଲୁଥିବା ଏକ ମୋ ବସ୍‌ରୁ ମଙ୍ଗଳବାର ୫୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ବାଙ୍କୀ ଥାନା ବିଲୁପଡ଼ା ବଡ଼ପଦନପୁରର ରାଜକିଶୋର ଜେନାଙ୍କ ଠାରୁ ଏହି ଚୋରି ହୋଇଛି। ଏନେଇ ସେ ଭୁବନେଶ୍ୱର ଚନ୍ଦ୍ରଶେଖର ଥାନାରେ ଅଭିଯୋଗ କରିଛନ୍ତି।

Advertisment

ରାଜକିଶୋର ଜେନାଙ୍କ କହିବା ଅନୁଯାୟୀ ସେ ତାଙ୍କ ପରିବାର ସହିତ ଏକ ବସ୍‌ରେ ବାଙ୍କୀରୁ ଆସି ତ୍ରିଶୂଳିଆ ନିକଟରେ ଓହ୍ଲାଇଥିଲେ। ସେଠାରୁ ସେମାନେ ଭୁବନେଶ୍ୱର ଆସିବା ପାଇଁ ‘ମୋ ବସ୍‌’ରେ ଚଢ଼ିଥିଲେ। ହେଲେ ଗନ୍ତବ୍ୟସ୍ଥଳରେ ଓହ୍ଲାଇପୂର୍ବରୁ ସେ ତାଙ୍କ ପକେଟରେ ହାତ ମାରିବାରୁ ଟଙ୍କା ନଥିବା ଜାଣିବାକୁ ପାଇଥିଲେ। ସେ ଘଟଣା ସଂପର୍କରେ ବସ୍‌ କର୍ମଚାରୀଙ୍କୁ କହିଥିଲେ। ବସ୍ କର୍ମଚାରୀ ବସ୍‌ରେ ଥିବା ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରିଥିଲେ। ହେଲେ ଟଙ୍କା ମିଳି ନଥିଲା। ଏହା ପରେ ରାଜକିଶୋର ଜେନା ଚନ୍ଦ୍ରଶେଖରପୁର ଥାନାକୁ ଯାଇ ଏତଲା ଦେଇଥିଲେ।

ରାଜକିଶୋର ତାଙ୍କ ପରିବାର ଲୋକଙ୍କ ସହିତ ଭୁବନେଶ୍ୱରକୁ ଲୁଗା କିଣିବାକୁ ଆସିଥିଲେ। ଚଳିତ ମାସ ୧୦ ତାରିଖରେ ରାଜକିଶୋର ତାଙ୍କ ଝିଅ ବାହାଘର କରିଥିଲେ। ସ୍ଥାନୀୟ ଚଳଣି ଅନୁସାରେ ଏବେ ସେ ବନ୍ଧୁବାନ୍ଧବଙ୍କୁ ଲୁଗା ଦେଇଥା’ନ୍ତେ। ହେଲେ ଏତେ ଟଙ୍କା ଚୋରି ହୋଇଯାଇଥିବାରୁ ସେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

Advertisment

ମୋ ବସ୍‌ ରେ ଏମିତି ଚୋରି କିଛି ନୂଆ ନୁହେଁ। ବାରମ୍ବାର ମୋ ବସ୍‌ରୁ ଚୋରି ହେଉଛି। କେତେବେଳେ ମୋବାଇଲ ତ କେତେବେଳେ ଟଙ୍କା ଚୋରି ହେଉଛି। ଗତ ବର୍ଷ ଜଣେ କ୍ୟାନସର ରୋଗୀଙ୍କ ଠାରୁ ୪୨ ହଜାର ଟଙ୍କା ଚୋରି ହୋଇଥିଲା। ଅତ୍ୟଧିକ ଭିଡ଼ ଯୋଗୁ ଅନେକ ସମୟରେ ଚୋରି ହେଉଛି। ଗତବର୍ଷ ଡିସେମ୍ବର ମାସରେ କମିଶନରେଟ୍ ପୁଲିସ୍ ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଥିଲା। ସେମାନେ କୃତ୍ରିମ ଭିଡ଼ ସୃଷ୍ଟି କରି ମୋ ବସ୍‌ ରୁ ଲୁଟ୍ କରୁଥିଲେ।

Mo Bus Bhubaneswar Commissionerate Police Mo Bus Thieves Mo Bus Service