/odisha-reporter/media/post_attachments/uploadimage/library/16_9/16_9_0/dead_body_1683119567.jpg)
dead body
ଦାଦାର ଟାଙ୍ଗିଆ ଚୋଟରେ ଗଲା ପୁତୁରାର ଜୀବନ। ଘଟଣାଟି ଘଟିଛି ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ସିର୍ଜୁଳି ଗାଁରେ।
Advertisment
ମୃତକଙ୍କ ନାଁ ଏସ୍ ରମେଶ। ଅଭିଯୁକ୍ତଙ୍କ ନାଁ ଏସ୍ ବୁଡୁ। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।
ଦାଦା-ପୁତୁରା ମଦପିଇ ପାଟିତୁଣ୍ଡ ଲାଗିଥିଲେ। ତା’ପରେ ଏହି ଘଟଣା ଘଟିଛି। ଏସ୍ ବୁଡ଼ୁ ଟାଙ୍ଗିଆରେ ତାଙ୍କ ପୁତୁରାଙ୍କୁ ହାଣି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ୍ ଏସ୍ ବୁଡ଼ୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
Advertisment
ଅନ୍ୟପକ୍ଷରେ ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ଗଣ୍ଡା ପାଜୁ ଗାଁରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଦୁଲ୍ଲଭା ନାଏକ। ଅଭିଯୁକ୍ତଙ୍କ ନାଁ କିଶୋରୀ ନାଏକ। ସେ ଫେରାର ହୋଇଯାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
