Advertisment

କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌ରେ ଚାଞ୍ଚଲ୍ୟକର ତଥ୍ୟ: ନବଙ୍କୁ ମାରିବାକୁ ଲଣ୍ଡା ହୋଇ ଶପଥ ନେଇଥିଲା ଗୋପାଳ

କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ୫ ଶହ ପୃଷ୍ଠାର ଚାର୍ଜସିଟରେ ଏଭଳି କିଛି ତଥ୍ୟ ଉଲ୍ଲେଖ ଅଛି।

Naba Das Murder Case

Naba Das Murder Case

Advertisment

ମନ୍ତ୍ରୀ ନବ ଦାସ ଙ୍କୁ ହତ୍ୟା ମାମଲାରେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ନବ ଦାସଙ୍କୁ ହତ୍ୟା କରିବା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ । କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ୫ ଶହ ପୃଷ୍ଠାର ଚାର୍ଜସିଟରେ ଏଭଳି କିଛି ତଥ୍ୟ ଉଲ୍ଲେଖ ଅଛି।

Advertisment

ନବ ଦାସ ଙ୍କୁ ହତ୍ୟା କରିବାକୁ ନିଜ ଭାଇ ସତ୍ୟନାରାୟଣ ଦାସଙ୍କ ସହ ସମ୍ବଲପୁର ସମଲେଇ ମନ୍ଦିରକୁ ଯାଇ ଶପଥ ନେଇଥିଲା ଗୋପାଳ ଦାସ। ଏଥିସହ ସେ ସେଠାରେ ଲଣ୍ଡା ହୋଇ ନିକଟ ଭବିଷ୍ୟତରେ ନବ ଦାସଙ୍କୁ ମାରିବାକୁ ଶପଥ ନେଇଥିଲେ। 

ମାତ୍ର ଏଥିନିମନ୍ତେ ବାରମ୍ବାର ପ୍ରୟାସ କରି ସେ ବିଫଳ ହୋଇଥିଲା । ବ୍ରଜରାଜନଗରରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ନବଙ୍କୁ ହତ୍ୟା ପାଇଁ ଯୋଜନା କରି ଫେଲ୍ ମାରିଥିଲେ ଗୋପାଳ ଦାସ। ସେହି ଦିନଠୁ ନିଜ ସର୍ଭିସ୍ ପିସ୍ତଳରେ ସେ ଗୁଳି ଲୋଡ୍ କରି ବି ରଖୁଥିଲେ। 

Advertisment

ବିନା କାରଣରେ ହତ୍ୟାକାଣ୍ଡ ଘଟାଇବା ସମ୍ଭବପର ନୁହେଁ । ତେଣୁ ନବ ଦାସ ହତ୍ୟା ପଛର କାରଣ ସମ୍ପର୍କରେ ଚାର୍ଜସିଟରେ ସମ୍ୟକ ତଥ୍ୟ ରଖିଛି କ୍ରାଇମବ୍ରାଞ୍ଚ ।

ଚାର୍ଜସିଟ୍‌ରେ ଉଲ୍ଲେଖ ଥିବା କାରଣ ଅନୁଯାୟୀ, ଗୋପାଳ ବଡ଼ମାଲ ଥାନାରେ ଥିବା ବେଳେ ଅନେକ ସମୟରେ ଟ୍ରାଫିକ୍ ଡ୍ୟୁଟି କରୁଥିଲେ  । ନିର୍ବାଚନ ବେଳେ ଦିନେ ନବ ଓ ତାଙ୍କ ସମର୍ଥକଙ୍କ ଗାଡ଼ିକୁ ଯାଞ୍ଚ କରିଥିଲେ ଗୋପାଳ ଦାସ । ଏହି ସମୟରେ ନବ ଦାସଙ୍କ ସମର୍ଥକ ତାଙ୍କୁ ଧମକାଇବା ସହ ଗାଳିଗୁଳଜ କରିଥିଲେ ।

ନବଙ୍କ ଶକ୍ତିଶାଳୀ ବ୍ୟକ୍ତିତ୍ୱ ଓ ସମର୍ଥକଙ୍କ ଧମକ ପାଇ ଭୟଭୀତ ହୋଇ ଯାଇଥିବା ଗୋପାଳ ଦାସ ଚେକିଂ ନ କରି ଗାଡ଼ି ଛାଡ଼ି ଦେଇଥିଲେ। ଏହି ଘଟଣା ପରେ ନିଜ ଜୀବନ ପ୍ରତି ବିପଦ ଥିବା ଅନୁଭବ କରୁଥିଲେ ଗୋପାଳ ଦାସ । ଏପରିକି ନବ ଦାସଙ୍କ ସମର୍ଥକ ତାଙ୍କୁ ଜୀବନରୁ ମାରି ଦେବେ ବୋଲି ତାଙ୍କ ମନରେ ଆଶଙ୍କା  ସୃଷ୍ଟି ହୋଇଥିଲା। ତେଣୁ ନିଜେ ମରିବା ପୂର୍ବରୁ ନବ ଦାସଙ୍କୁ ମାରିବା ପାଇଁ ଗୋପାଳ ମନସ୍ଥ କରି ଏହି କାଣ୍ଡ ଭିଆଇଥିବା କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌ରେ ଉଲ୍ଲେଖ ଅଛି।

Naba Das Gopal Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe