Advertisment

‘BJD ଅଫିସିଆଲି ପ୍ରମାଣ କରିଛି ଯେ ନବ ଦାସ ହତ୍ୟା ଘଟଣାରେ ସେହି ନେତାଙ୍କ ସମ୍ପୃକ୍ତ ଅଛି’

ନବକିଶୋର ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡା ନିର୍ବାଚମଣ୍ଡଳୀରେ ହେଉଛି ଉପ-ନିର୍ବାଚନ। ଆଉ ଏଥିରେ ବିଜେଡିରୁ ନବ ଦାସଙ୍କ ଝିଅ ଦୀପାଳି ଦାସ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ଘୋଷଣା ପରେ ଝାରସୁଗୁଡ଼ା ରାଜନୀତି ଉଷ୍ମ ହୋଇଛି।

author-image
Manoranjan Sial
ଅଦ୍ୟତନ ହୋଇଛି
BJP

BJP

ଝାରସୁଗୁଡ଼ା ଉପନିର୍ବାଚନ ରୁ ବିଜେଡି ନେତା ସୁଶାନ୍ତ ସିଂଙ୍କୁ ଦୂରେଇ ରଖାଯାଇଛି। ଏହାର କାରଣ ଜଣାପଡ଼ିନଥିବା ବେଳେ ନା ନା କଳ୍ପନା ଜଳ୍ପନା ଲାଗି ରହିଛି। ତେବେ ଏହି ପ୍ରସଙ୍ଗକୁ ନେଇ ବିଜେପି ଆଜି ବିଜେଡିକୁ ଶାଣିତ ଆକ୍ରମଣ କରିଛି। ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ନାଁ ନନେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ନବ ଦାସଙ୍କ ହତ୍ୟା ପଛରେ ତାଙ୍କର ସମ୍ପୃକ୍ତି ରହିଛି ବୋଲି ବିଜେଡି ଅଫିସିଆଲି ପ୍ରମାଣ କରିଛି।

Advertisment

ଶ୍ରୀ ହରିଚନ୍ଦନ କହିଛନ୍ତି, ପୂର୍ବରୁ ବିରୋଧୀ ଦଳ ନେତା ଯାହା କହିଥିଲେ, ବିଜେଡି ସେହି କଥାକୁ ଅଫିସିଆଲି ସ୍ୱୀକାର କରିଛି। ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ବିଜେଡି ନେତାଙ୍କ ନାଁ ଅଛି। ବିଜେଡି ଅଫିସିଆଲି ପ୍ରମାଣ କରିଛି ଯେ ସେହି ନେତାଙ୍କର ସମ୍ପୃକ୍ତି ରହିଛି। ତାଙ୍କ ଉପରେ ଝାରସୁଗୁଡ଼ାରେ ନବ ଦାସଙ୍କ ସମର୍ଥକଙ୍କ ଆକ୍ରୋଶ ରହିଛି। ଏହି ଆକ୍ରୋଶରୁ ବିଜେଡି ବଞ୍ଚିବାକୁ ଚାହୁଁଛି। ତେଣୁ ଜାଣିଶୁଣି ପର୍ଯ୍ୟବେକ୍ଷକ ତାଲିକାରୁ ସେହି ନେତାମାନଙ୍କୁ ବାଦ ଦିଆଯାଇଛି। ଦଶାହ କାର୍ଯ୍ୟରୁ ମଧ୍ୟ କିଛି ଲୋକଙ୍କୁ ଦୂରେଇ ରଖାଯାଇଥିଲା। ନବ ଦାସ ହତ୍ୟାକାଣ୍ଡ ସହ ତାଙ୍କର ସମ୍ପୃକ୍ତି ଅଛି ବୋଲି ରାଜ୍ୟ ସରକାର ବିଶ୍ୱାସ କରୁଛନ୍ତି। ପୂର୍ବରୁ ତାଙ୍କ ନାଁରେ ଅଭିଯୋଗ ରହିଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। 

ଅନ୍ୟପକ୍ଷରେ ବିଜେଡିର ବରିଷ୍ଠ ନେତା ତଥା ସାଂସଦ ମହେଶ ସାହୁ କହିଛନ୍ତି, ଦଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଦୃଷ୍ଟିରୁ ଏବଂ କେଉଁ କାରଣ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସେ ହିଁ କହିପାରିବେ। କିଏ କ’ଣ କହୁଛି ତାକୁ ନେଇ କିଛି କହି ହେବନାହିଁ। ନବ ଦାସ ହତ୍ୟା ମାମଲାର ତଦନ୍ତ ଚାଲିଛି। ବିରୋଧୀ ଦଳ କ’ଣ କହୁନାହାନ୍ତି କି? ବିରୋଧୀ ଦଳ ବହୁତ କଥା କହୁଛନ୍ତି। ଏମିତି କ’ଣ ମାନେ ଅଛି କି, ଯେ ଜଣେ ଆକ୍ଟିଭ ଲୋକଙ୍କୁ ସବୁବେଳେ ସବୁ ଜାଗାରେ ଦାୟିତ୍ୱ ଦିଆଯିବ? ସେ ଅଞ୍ଚଳରେ ଆମର ଆହୁରି ଆକ୍ଟିଭ ଲୋକ ଅଛନ୍ତି। ଏହା ଦଳର ନିଷ୍ପତ୍ତି ହୋଇଥିବ। ଦଳର ନିଷ୍ପତ୍ତିକୁ କାର୍ଯ୍ୟକର୍ତ୍ତାମାନେ ଗ୍ରହଣ କରିବେ। ଏନେଇ ସୁଶାନ୍ତ ସିଂଙ୍କର ତ ପ୍ରତିକ୍ରିୟା ନାହିଁ। ବିରୋଧୀ ଦଳ କ’ଣ ପ୍ରତିକ୍ରିୟା ଦେଲେ, ତାଙ୍କ କଥାରେ ନାଚିବୁ କି? ବିରୋଧୀ ଦଳ କ’ଣ ଜଜ ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି।

Advertisment

ନବକିଶୋର ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡା ନିର୍ବାଚମଣ୍ଡଳୀରେ ହେଉଛି ଉପ-ନିର୍ବାଚନ। ଆଉ ଏଥିରେ ବିଜେଡିରୁ ନବ ଦାସଙ୍କ ଝିଅ ଦୀପାଳି ଦାସ ପ୍ରାର୍ଥୀ ହୋଇଛନ୍ତି। 

State Bjp Jharsuguda Bjd Leader Jharsuguda Bypoll