/odisha-reporter/media/post_attachments/uploadimage/library/16_9/16_9_0/Dani_Dora_1710246034.jpg)
Dani Dora
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପ-କାରାଗାରରୁ ୨ ଜଣ ବିଚାରାଧୀନ କଏଦୀ ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପଶ୍ଚିମାଞ୍ଚଳ ଜେଲ୍ ଡିଆଇଜି କୁଳମଣି ବେହେରା। ୱାର୍ଡର ଦାନୀ ଦୋରାଙ୍କୁ ସେ ନିଲମ୍ବନ କରିଛନ୍ତି। ଏହି ୨ ବିଚାରାଧୀନ କଏଦୀ ଯେଉଁ ଦିନ ଫେରାର ହେଲେ, ସେତେବେଳେ ୱାର୍ଡର ଦାନୀ ଦୋରା ଡ୍ୟୁଟିରେ ଥିଲେ। କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣାରେ ଜେଲ୍ର ଅନ୍ୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପର ଅଧିକାରୀଙ୍କୁ ଡିଆଇଜି ସୁପାରିଶ କରିଥିବା ଜଣାପଡ଼ିଛି।
ଟିଟିଲାଗଡ଼ ଉପ-କାରାଗାରରେ ବନ୍ଦୀ ହୋଇଥିବା ୨ ଜଣ ହତ୍ୟା ଅଭିଯୁକ୍ତ ଶୋଭାବନ ରଣା ଓ ସୁମିତ ବିହାରୀ ଶନିବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ଫେରାର ହୋଇଯାଇଥିଲେ। ସେମାନେ ଶିଡ଼ି ବ୍ୟବହାର କରି ଜେଲ୍ର ୧୪ ଫୁଟ୍ ଉଚ୍ଚର କାନ୍ଥ ପାର ହୋଇ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଗତକାଲି ପଶ୍ଚିମାଞ୍ଚଳ ଜେଲ୍ ଡିଆଇଜି କୁଳମଣି ବେହେରା ଟିଟିଲାଗଡ଼ ଉପ-କାରାଗାର ଯାଇ ଘଟଣାର ତଦନ୍ତ କରିଥିଲେ। ତଦନ୍ତ ବେଳେ ସେ ଜାଣିବାକୁ ପାଇଥିଲେ ଯେ ଦୁଇ ଫେରାର ବିଚାରାଧୀନ କଏଦୀଙ୍କୁ ଜେଲ୍ ଅଧୀକ୍ଷକ ବ୍ୟକ୍ତିଗତ କାମରେ ଲଗାଉ ଥିଲେ।
ଜେଲ୍ ଅଧୀକ୍ଷକଙ୍କ ଅବହେଳାରୁ ଏହି ଘଟଣା ଘଟିଥିବର ସ୍ୱୀକାର କରିଛନ୍ତି ପଶ୍ଚିମାଞ୍ଚଳ ଜେଲ୍ ଡିଇଆଜି। ଜେଲ୍ ଅଧୀକ୍ଷକଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
