/odisha-reporter/media/post_attachments/uploadimage/library/16_9/16_9_0/IMAGE_1697881321.jpg)
Alisha Lugun
ରାଉରକେଲା ଉଦିତନଗର ଥାନା ଏଏସ୍ଆଇ ଆଲିଶା ଲୁଗୁନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ତାଙ୍କୁ ହତ୍ୟା କରାଯାଇନାହିଁ। ଏକ ପ୍ରକାର ରୋଗ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ଆଜି ରାଉରକେଲା ଏସ୍ପି ମିତ୍ରଭାନୁ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଏସ୍ପି ମିତ୍ରଭାନୁ ମହାପାତ୍ର କହିଛନ୍ତି, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏକ ଡାକ୍ତରୀ ଟିମ୍ ତାଙ୍କର ଶବ ବ୍ୟବଚ୍ଛେଦ କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆମେ ତାକୁ ଏମ୍ସକୁ ପଠାଇଥିଲୁ। ଏମ୍ସର ଫୋରେନସିକ୍ ମେଡିସିନର ପ୍ରଫେସର ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଯାଞ୍ଚ କରିଥିଲେ। ରିପୋର୍ଟକୁ ଯାଞ୍ଚ କରିବା ପରେ ସେ କହିଛନ୍ତି ଯେ Excited Delirium ଯୋଗୁ ଏଏସ୍ଆଇ ଆଲିଶା ଲୁଗୁନଙ୍କର ମୃତ୍ୟୁ ଘଟିଛି। ଏହା (Excited Delirium) ସେତେବେଳେ ହୁଏ ଯେତେବେଳେ ମଣିଷ ଅତ୍ୟଧିକ ଉତ୍ତେଜନାର ବଶବର୍ତ୍ତୀ ହୋଇଯାଏ। ଏପରି ହେଲେ ହରମନ କ୍ଷରଣ ବଢ଼ିଯାଏ ଓ ନିଃଶ୍ୱାସପ୍ରଶ୍ୱାସରେ ଅସୁବିଧା ହୁଏ।
ଡାକ୍ତର ସ୍ପଷ୍ଟ ଭାବେ ଲେଖି ଦେଇଛନ୍ତି ଯେ ଏଏସ୍ଆଇ ଆଲିଶା ଲୁଗୁନଙ୍କ ଉପରେ କୌଣସି ପ୍ରକାର ଆକ୍ରମଣ ହୋଇନାହିଁ। ତାଙ୍କ ଶରୀରରେ କୌଣସି ଆଘାତ ମଧ୍ୟ ନାହିଁ। ତେଣୁ ଆମେ ଏବେ ମାମଲାର ତଦନ୍ତକୁ ସେହି ହିସାବରେ ଆଗକୁ ବଢ଼ାଇବୁ। ଏଏସ୍ଆଇ ଆଲିଶା ଲୁଗୁନଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଆମେ ହତ୍ୟା ମାମଲା ରୁଜୁ କରିଥିଲୁ। କିନ୍ତୁ ପ୍ରମାଣ କହୁଛି, ଏହା ହତ୍ୟା ମାମଲା ନୁହେଁ। ଆଲିଶା ଲୁଗୁନ ତାଙ୍କ ଦାୟିତ୍ୱ ସଂପାଦନ କଲା ବେଳେ ଲୋକେ ବିରୋଧ କରିଥିଲେ। ଜଣେ ସରକାରୀ କର୍ମଚାରୀଙ୍କୁ ତାଙ୍କ ଦାୟିତ୍ୱ ସଂପାଦନ କଲା ବେଳେ ବିରୋଧ କଲେ ଯେଉଁ ଦଫା ଲାଗେ ଏବେ ଆମେ ସେହି ଦଫା ଲଗାଇ ମାମଲା ରୁଜୁ କରିବୁ ବୋଲି ଏସ୍ପି କହିଛନ୍ତି।
ଅକ୍ଟୋବର ୧ ତାରିଖ ସନ୍ଧ୍ୟାରେ ରାଉରକେଲା ମହାନଗର ନିଗମ ନିକଟ ରିଙ୍ଗ୍ ରୋଡ୍ରେ ଏକ ଦୁର୍ଘଟଣା ଘଟିଥିଲା। ତେଣୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଉଦିତ ନିଗର ଥାନା ASI ଆଲିଶା ଲୁଗୁନ ଘଟଣାସ୍ଥଳକୁ ଯାଇଥିଲେ। ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଆଲିଶାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏମିତିକି ତାଙ୍କ ମୃତ୍ୟୁକୁ ରାଉରକେଲା ଏଡିଏମ୍ ଅଫିସ୍ର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା ସହିତ ଯୋଡ଼ା ଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
