ପୁରୀରେ ପୁଣି ହତ୍ୟାକାଣ୍ଡ, ବଡ଼ଦାଣ୍ଡ ମାର୍କେଟ୍ ଛକ ନିକଟରୁ ମିଳିଲା ସିକ୍ୟୁରିଟି ଗାର୍ଡଙ୍କ ମୃତଦେହ

ପୁରୀ: ପୁରୀରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ବଡ଼ଦାଣ୍ଡ ମାର୍କେଟ୍ ଛକ ନିକଟରେ ଥିବା ନାୟକ ପ୍ଲାଜା ମାର୍କେଟ୍ କମ୍ପ୍ଲେକ୍ସ ଭିତରେ ହତ୍ୟାକାଣ୍ଡ ଘଟିଛି। ମାର୍କେଟ୍ କମ୍ପ୍ଲେକ୍ସ ନିକଟରେ ଥିବା ପଟିଆରାଣୀ ମନ୍ଦିର ନିକଟରୁ ନିର୍ମଳ ରାୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିର୍ମଳଙ୍କ ଘର ଦୋଳମଣ୍ଡପ ସାହିରେ, ସେ ନାୟକ ପ୍ଲାଜାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ତେବେ ହତ୍ୟାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କୁମ୍ଭାରପଡ଼ା […]

puri

Rakesh Mallick
  • Published: Monday, 05 October 2015
  • , Updated: 05 October 2015, 08:10 AM IST

ପୁରୀ: ପୁରୀରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ବଡ଼ଦାଣ୍ଡ ମାର୍କେଟ୍ ଛକ ନିକଟରେ ଥିବା ନାୟକ ପ୍ଲାଜା ମାର୍କେଟ୍ କମ୍ପ୍ଲେକ୍ସ ଭିତରେ ହତ୍ୟାକାଣ୍ଡ ଘଟିଛି। ମାର୍କେଟ୍ କମ୍ପ୍ଲେକ୍ସ ନିକଟରେ ଥିବା ପଟିଆରାଣୀ ମନ୍ଦିର ନିକଟରୁ ନିର୍ମଳ ରାୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିର୍ମଳଙ୍କ ଘର ଦୋଳମଣ୍ଡପ ସାହିରେ, ସେ ନାୟକ ପ୍ଲାଜାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ତେବେ ହତ୍ୟାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କୁମ୍ଭାରପଡ଼ା ଥାନା ପୋଲିସ ନିର୍ମଳଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମାର୍କେଟ୍ କମ୍ପ୍ଲେକ୍ସର ସିସିଟିଭି କ୍ୟାମେରା ଜବତ କରି ପୋଲିସ ହତ୍ୟାକାଣ୍ଡ ନେଇ ସୁରାଗ ଖୋଜୁଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 

Related story