Advertisment

ଜାହାଜରୁ ଜବତ କୋକେନର ହେବ ମାନ ନିରୂପଣ, ଯିବ ଲାବରୋଟୋରି

ପାରଦୀପ ପୋର୍ଟରେ ଲାଗିଥିବା ଜାହାଜ MV DEBIରୁ ମିଳିଥିବା କୋକେନର ହେବ ମାନ ନିରୂପଣ । ଏଥିନିମନ୍ତେ ଜାତୀୟ ଫରେନସିକ୍ ଲାବରୋଟୋରିକୁ ସାମ୍ପଲ ପଠାଯିବ ।

cocain seized

cocain seized

Advertisment

ପାରଦୀପ ପୋର୍ଟରେ ଲାଗିଥିବା ଜାହାଜ MV DEBIରୁ ମିଳିଥିବା କୋକେନ ର ହେବ ମାନ ନିରୂପଣ । ଏଥିନିମନ୍ତେ ଜାତୀୟ ଫରେନସିକ୍ ଲାବରୋଟୋରିକୁ ସାମ୍ପଲ ପଠାଯିବ । କଲିକତା, ହାଇଦ୍ରାବାଦ କିମ୍ବା ଦିଲ୍ଲୀର କୌଣସି ଲାବୋରେଟରୀକୁ ସାମ୍ପଲ ପଠାଯିବ ।  ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ କେବଳ କୋର୍ଟଙ୍କ ଅନୁମତିକୁ  ଅପେକ୍ଷା କରାଯାଇଥିବା କଷ୍ଟମସ୍ ବିଭାଗ ପକ୍ଷରୁ କୁହାଯାଇଛି।  

Advertisment

ତେବେ ଜାହାଜ ଭିତରକୁ ପ୍ରାୟ ୨୨୦ କୋଟି ଟଙ୍କା ମୂଲ୍ୟର କୋକେନ୍ କେମିତି ପଶିଲା ତାର ଖିଅ କାଢିବାକୁ ଜୋରଦାର ଉଦ୍ୟମ କରୁଛି କଷ୍ଟମସ୍ ବିଭାଗ। ଏମଭି ଦେବୀ ଜାହାଜଟି ଭାରତକୁ ପୂର୍ବରୁ କେବେବି ଆସିନାହିଁ। ତେଣୁ ପ୍ରଥମ ଗସ୍ତରେ ହିଁ କୋକେନ ଜବତ ହେବା ଘଟଣା ଜାହାଜ ପାଇଁ ଅଡୁଆ ବଢ଼ାଇ ଦେଇଛି।

ଅଟକ ଥିବା ଜାହାଜର କ୍ରିୟୁ ମେମ୍ବରଙ୍କୁ ପଚରାଉଚରା ବେଳେ କଷ୍ଟମ ବିଭାଗକୁ ଗୁରୁତ୍ୱପୂର୍ଣ ତଥ୍ୟ ମିଳିଛି। ଜାହାଜଟି ଇଣ୍ଡୋନେସିଆ ପୋର୍ଟରୁ ବାହାରିବା ପୂର୍ବରୁ ଅକ୍ଟୋବର ୧୧ରେ ସାଉଦି ଆରବର ଜେଭେଲ ଅଲି ପୋର୍ଟରେ ଥିଲା । ସେଠାରେ ଜାହାଜର କ୍ରୁ ମେମ୍ବର ପରିବର୍ତ୍ତନ ହୋଇ ନୂଆ କ୍ରିଉ ଚଢିଥିଲେ।

Advertisment

ଜାହାଜଟି ପାରାଦୀପରେ ଲାଗିଥିବା ବେଳେ କୋକେନ ମିଳିଥିବାରୁ କ୍ୟାପେଟନଙ୍କୁ ମିଶାଇ ୨୧ଜଣ କ୍ରିଉ ମେମ୍ବର କଷ୍ଟମସ୍ ବିଭାଗର ସ୍କାନରରେ ଅଛନ୍ତି। ସେମାନଙ୍କୁ ଅଧିକାରୀମାନେ ଘନଘନ ଜେରା କରୁଛନ୍ତି। ଜାହାଜର ମାଲିକ ଭିଏତନାମର ହୋଇଥିବା ବେଳେ ତାଙ୍କୁ ପଚରାଉଚରା କରିବାଲାଗି ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ପାରାଦୀପ ପୋର୍ଟ PICT ବର୍ଥରେ ଜାହାଜ MV DEBI ଲାଗିଥିଲା। ଇଣ୍ଡୋନେସିଆର ଗ୍ରେସିକ ପୋର୍ଟରୁ ଏହି ଜାହାଜ ଆସି ପାରାଦୀପ ପୋର୍ଟରେ ପହଞ୍ଚିଥିଲା। ପାରାଦୀପରୁ ଷ୍ଟିଲ ପ୍ଲେଟ ବୋଝେଇ ପରେ ତାହା ଡେନମାର୍କ ଅଭିମୁଖେ ଯାଇଥାନ୍ତା। ମାତ୍ର ତାହା ପୂର୍ବରୁ ଜାହାଜରୁ ସନ୍ଦେହଜନକ ଅବସ୍ଥାରେ କିଛି ପଦାର୍ଥ ମିଳିଥିବା ବେଳେ ଯାଞ୍ଚ ବେଳେ ତାହା କୋକେନ ବୋଲି ସ୍ପଷ୍ଟ ହୋଇଥିଲା। 

Paradip Paradip Port Drugs Smuggling
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe