Advertisment

ଗୋଟିଏ ପରିବାରର ତିନି ଜଣଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା: ଭାଇଭଉଣୀଙ୍କ ମୃତ୍ୟୁ, ମା’ ଗୁରୁତର

ମା’ ଓ ଝିଅଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନେ ଚିକିତ୍ସାଧୀନ ଅଛନ୍ତି।

ଅଦ୍ୟତନ ହୋଇଛି
Dead Body

Dead Body

Advertisment

ବରଗଡ଼ ଜିଲ୍ଲା ସୋହେଲାରେ ବିଷ ପିଇ ଗୋଟିଏ ପରିବାରର ତିନି ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବଂଶୀଧର ସାହୁ ଓ ତାଙ୍କ ଭଉଣୀ ସୁବର୍ଣ୍ଣ ମହାଜନ। ବଂଶୀଧର ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସୁବର୍ଣ୍ଣଙ୍କୁ ବୁର୍ଲା ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। 

Advertisment

ବଂଶୀଧର ଓ ସୁବର୍ଣ୍ଣଙ୍କ ମା’ କୁମୁଦିନି ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବୁର୍ଲା ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି। 

ସୋହେଲାର ମାଷ୍ଟରପଡ଼ାର ସ୍ୱର୍ଗତ ଅର୍ଜୁନ ସାହୁଙ୍କ ପତ୍ନୀ କୁମୁଦିନି ସାହୁ, ପୁଅ ବଂଶୀଧର ସାହୁ ଓ ଝିଅ ସୁବର୍ଣ୍ଣ ମହାଜନ ଆଜି ଦିନ ପ୍ରାୟ ୧୧ଟା ବେଳେ ଘରେ ବିଷ ପିଇ ଦେଇଥିଲେ। ଘରର କବାଟ ଭିତର ପଟୁ ବନ୍ଦ ଥିଲା। କୌଣସି କାରଣରୁ ସନ୍ଦେହ ହେବାରୁ ପାଖ ପଡ଼ୋଶୀ ପୁଲିସକୁ ଖବର ଦେଇଥିଲେ।

Advertisment

ପୁଲିସ ପହଞ୍ଚି କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ସୋହେଲା ହସ୍ପିଟାଲରେ ଭର୍ତ୍ତି କରିଥିଲା। ତିନି ଜଣଙ୍କ ମଧ୍ୟରୁ ବଂଶୀଧର ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା। ତାଙ୍କୁ ପ୍ରଥମେ ବୁର୍ଲା ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ସୁବର୍ଣ୍ଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ, ତାଙ୍କୁ ବୁର୍ଲା ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। 

ଅର୍ଜୁନ ସାହୁଙ୍କର ଗତ ୬ ତାରିଖରେ ପରଲୋକ ହୋଇଥିଲା। ଦୀର୍ଘ ଦିନ ଧରି ରୋଗଗ୍ରସ୍ତ ରହିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ପରେ ପୂରା ପରିବାର ଭାଙ୍ଗି ପଡ଼ିଥିଲା। ସେମାନେ ଏହି ଘଟଣାକୁ ଗ୍ରହଣ କରି ନପାରି ମାନସିକ ଚାପର ବଶବର୍ତ୍ତୀ ହୋଇ ସେମାନେ କୀଟନାଶକ ପିଇ ଦେଇଥିଲେ ବୋଲି କୁହାଯାଉଛି। 

Suicide Poison Death By Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe