Advertisment

ସ୍ୱାମୀଙ୍କ ପାଖରେ ପୁଅକୁ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ ସୂଚନା ସେଠ୍‌, ତେଣୁ...

ନିଜ ସ୍ୱାମୀଙ୍କ ସହ ସମ୍ପର୍କରେ ଖୁବ୍‌ ତିକ୍ତତା ଆସି ଯାଇଥିବା ବେଳେ ତାଙ୍କଠୁ ଅଲଗା ହୋଇ ଯାଇଥିଲେ । ସ୍ୱାମୀଙ୍କୁ ଏତେ ଘୃଣା କରୁଥିଲେ ଯେ ପୁଅକୁ ତାଙ୍କ ପାଖକୁ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ।

author-image
Niharika Rout
suchana-seth with husband

suchana-seth with husband

ନିଜ ସ୍ୱାମୀଙ୍କ ସହ ସମ୍ପର୍କରେ ଖୁବ୍‌ ତିକ୍ତତା ଆସି ଯାଇଥିବା ବେଳେ ତାଙ୍କଠୁ ଅଲଗା ହୋଇ ଯାଇଥିଲେ । ସ୍ୱାମୀଙ୍କୁ ଏତେ ଘୃଣା କରୁଥିଲେ ଯେ ପୁଅକୁ ତାଙ୍କ ପାଖକୁ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ। ଏଥିପାଇଁ ପୁଅ ଜୀବନ ନେବାକୁ ବି ପଛାଇଲେ ନାହିଁ ବେଙ୍ଗାଲୁରୁ ଭିତ୍ତିକ ଷ୍ଟାର୍ଟଅପ୍‌ ସିଇଓ ସୂଚନା ସେଠ୍

Advertisment

ମାତ୍ର ସ୍ୱାମୀ ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିବାରୁ ସେଥିରୁ ଏକ ବଡ଼ ଅଂଶ ଦାବି କରୁଥିଲେ ସୂଚନା ସେଠ୍‌ । ଏଥିନିମନ୍ତେ ସେ କୋର୍ଟଙ୍କ ଦ୍ୱାରସ୍ଥ ବ ହୋଇଥିଲେ। ନିଜ ୪ ବର୍ଷର ପୁଅକୁ ହତ୍ୟା କରି ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ସୂଚନା ସେଠଙ୍କ ସମ୍ପର୍କରେ ଏପରି କିଛି ନୂଆ ତଥ୍ୟ ସାମନାକୁ ଆସିଛି।

ସୂଚନା ସେଠ୍‌  କୋଲକତା ବାସିନ୍ଦା ହୋଇଥିବା ବେଳେ ତାଙ୍କ ସ୍ୱାମୀ ଭେଙ୍କଟରମନ କେରଳ ବାସିନ୍ଦା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହେବା ପରେ ୨୦୧୦ ମସିହାରେ ଉଭୟ ବିବାହ କରିଥିଲେ। ବିବାହର ଦୀର୍ଘ ୯ ବର୍ଷ ପରେ ୨୦୧୯ ପରେ ଉଭୟଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। କିନ୍ତୁ ୨୦୨୦ରେ ଲକ୍‌ଡାଉନ୍‌ ହେବା ପରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସି ଯାଇଥିଲା। ୨୦୨୧ ମସିହାରୁ ସୂଚନା ନିଜ ପୁଅକୁ ଧରି ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ। ଭେଙ୍କଟରମଣ ଉଭୟ ମା’ପୁଅଙ୍କୁ ମାରପିଟ କରୁଥିବା ସୂଚନା ଥାନାରେ ଅଭିଯୋଗ କରିଥିଲେ।

Advertisment

ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା କୋର୍ଟରେ ବିଚାରଧୀନ ଥିଲା। ଭେଙ୍କଟରମନ ମାସିକ ୯ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ସୂଚନା ଭରଣପୋଷଣ ନିମନ୍ତେ ମାସିକ ଅଢେଇ ଲକ୍ଷ ଟଙ୍କା ଦାବି କରିଥିଲେ।

ପୁଅ ସହ ସାକ୍ଷାତ କରିବା ନିମନ୍ତେ କୋର୍ଟ ଭେଙ୍କଟରମଣଙ୍କୁ ଅନୁମତି ଦେଇଥିଲେ। ମାତ୍ର ସୂଚନା ତାଙ୍କୁ ଏତେ ଘୃଣା କରୁଥିଲେ ଯେ କୌଣସି ବି ପରିସ୍ଥିତିରେ ନିଜ ପୁଅକୁ ତାଙ୍କ ପାଖକୁ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ। ଏଥିନିମନ୍ତେ ସେ ପୁଣି ଥରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ନିରାଶ ହୋଇଥିଲେ। ପ୍ରତି ରବିବାର ଭେଙ୍କଟରମଣ ନିଜ ପୁଅ ସହ ସାକ୍ଷାତ କରି ପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହାକୁ ବରଦାସ୍ତ କରି ପାରୁ ନ ଥିଲେ ସୂଚନା। ତେଣୁ ପୁଅକୁ ସ୍ୱାମୀଙ୍କଠୁ ଦୂରେଇ ରଖିବାକୁ କଠୋର ପଦକ୍ଷେପ ନେବାକୁ ବି ପଛାଇଲେ ନାହିଁ।

ସେ ୬ ତାରିଖରେ ନିଜ ପୁଅକୁ ନେଇ ଗୋଆ ଚାଲି ଯାଇଥିଲେ। ସେଠାରେ ୭ ତାରିଖରେ ସେ ନିଜ ପୁଅକୁ ହତ୍ୟା କରି ଦେଇଥିଲେ। ଇତି ମଧ୍ୟରେ ଭେଙ୍କଟରମଣ ସୂଚନାଙ୍କୁ ଫୋନ୍‌ କରିଥିବା ବେଳେ ସେ ପୁଅକୁ ସାକ୍ଷାତ କରି ପାରିବେ ବୋଲି ସୂଚନା କହିଥିଲେ।

ମାତ୍ର କାର୍ଯ୍ୟବ୍ୟସ୍ତତା ହେତୁ ଭେଙ୍କଟରମଣ ଇଣ୍ଡୋନେସିଆ ଚାଲି ଯାଇଥିଲେ। ସେଠାରେ ସେ ପୁଅକୁ ହତ୍ୟା କରାଯାଇଥିବା ଖବର ଶୁଣି ସେ ଭାରତ ଫେରି ଆସିଛନ୍ତି। ଶବ ବ୍ୟବଚ୍ଛେଦ ପରେ ଭେଙ୍କଟରମଣ ନିଜ ପୁଅର ଅନ୍ତିମ ସଂସ୍କାର କରି ସାରିଛନ୍ତି। ଅପରପକ୍ଷେ, ପୁଲିସ୍‌ ସୂଚନାଙ୍କୁ ୬ ଦିନିଆ ରିମାଣ୍ଡରେ ପଠାଇ ଦେଇଛି।

Bangalore Suchana Seth