Advertisment

AIADMK ପରେ BJP କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

24 ଘଣ୍ଟା ମଧ୍ୟରେ ରାଜ୍ୟରେ ଦୁଇ ଜଣ ରାଜନୈତିକ କର୍ମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
Selvakumar

Selvakumar

ତାମିଲନାଡ଼ୁରେ ଗତ 24 ଘଣ୍ଟା ମଧ୍ୟରେ ଦୁଇ ଜଣ ରାଜନୈତିକ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି। ଜଣେ AIADMK କର୍ମୀଙ୍କ ହତ୍ୟାକାଣ୍ଡକୁ 24 ଘଣ୍ଟା ନ ପୁରୁଣ ଅନ୍ୟ ଜଣେ BJP କର୍ମୀଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। 

Advertisment

ଖବର ଅନୁସାରେ, ଗତକାଲି ରାତିରେ ତାମିଲନାଡୁର ଶିବଗଙ୍ଗାଇର ବିଜେପି ଜିଲ୍ଲା ସମ୍ପାଦକ ସେଲଭକୁମାରଙ୍କୁ ହତ୍ୟା କରିଛନ୍ତି ଦୁର୍ବୃ୍ତ୍ତ। ସେଲଭକୁମାର ତାଙ୍କ ଇଟାଭାଟିରୁ ବାଇକ୍ ଯୋଗେ ଫେରିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ। ଏହାପରେ ରାସ୍ତା ମଝିରେ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି।

ସ୍ଥାନୀୟ ଲୋକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ସେପଟେ ଘଟଣାକୁ ନେଇ ବିଜେପି ରାଜ୍ୟ ମୁଖ୍ୟ କେ ଆନ୍ନାମଲାଇ ଶାସକ ଡିଏମକେ ସରକାରକୁ କଡ଼ା ସମାଲୋଚନା କରିଛନ୍ତି।

Advertisment

ରାଜ୍ୟ ସରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାରେ ଅସମର୍ଥ। ତାମିଲନାଡୁ ହତ୍ୟାର ରାଜଧାନୀ ପାଲଟି ଗଲାଣି। ରାଜ୍ୟରେ ଅସାମାଜିକ ଲୋକମାନେ ପୁଲିସ କି ସରକାରଙ୍କୁ ଭୟ କରୁନାହାନ୍ତି। ସରକାର ରାଜନୈତିକ ଡ୍ରାମା କରୁଥିବା କେ ଆନ୍ନାମଲାଇ କହିଛନ୍ତି।

ସେପଟେ ଶିବଗଙ୍ଗାଇ ସାଂସଦ କର୍ତି ଚିଦାମ୍ବରମ ଏହି ହତ୍ୟାକାଣ୍ଡରେ କୌଣସି ରାଜନୈତିକ ଆକ୍ରୋଶ ନଥିବା କହିଛନ୍ତି। କିନ୍ତୁ ଯେଉଁପରି ଭାବେ ହତ୍ୟାକାଣ୍ଡ ବୃଦ୍ଧି ପାଉଛି, ନିଶ୍ଚିତ ରୂପେ ଚିନ୍ତାଜନକ ବୋଲି ସାଂସଦ କର୍ତି କହିଛନ୍ତି। 

ପ୍ରକାଶ ଥାଉକି କେବଳ ଚଳିତ ମାସ ତାମିଲନାଡୁରେ ଏହାକୁ ମିଶାଇ ତିନୋଟି ହତ୍ୟାକାଣ୍ଡ ଘଟିଲାଣି। AIADMK କର୍ମୀଙ୍କ ହତ୍ୟା ସହ ଜୁଲାଇ 5ରେ ମଧ୍ୟ ବହୁଜନ ସମାଜ ପାର୍ଟିର ରାଜ୍ୟ ସଭାପତି କେ ଆର୍ମଷ୍ଟ୍ରୋଙ୍ଗଙ୍କୁ ସମାନ ଭାବେ ହତ୍ୟା କରାଯାଇଥିଲା। ଏକ ଗ୍ୟାଙ୍ଗ ତାଙ୍କୁ ପିଛା କରି ଉଠାଇ ନେବା ପରେ ହତ୍ୟା କରିଥିଲେ। 

Bjp Crime News AIADMK Tamil Nadu Murder