Advertisment

ବାପା ଓ ଖୁଡ଼ି ସମେତ ୪ ଜଣଙ୍କୁ କଟୁରୀରେ ହାଣି ଫେରାର ହୋଇଯାଇଥିବା ଯୁବକ ଧରାପଡ଼ିଲା

ଗତକାଲି ସନ୍ଧ୍ୟାରେ ସୁରେଶ ପ୍ରଥମେ ପୋଖରୀ କୂଳରେ ତାଙ୍କ ଖୁଡ଼ିକୁ ଆକ୍ରମଣ କରିଥିଲା। ଦୁଇ ହାତରେ ଦୁଇଟି କଟୁରୀ ଧରି ସେ ତାଙ୍କ ଖୁଡ଼ି ସୁକାନ୍ତି ମହାନ୍ତିଙ୍କୁ ଆକ୍ରମଣ କରିଥିଲା।

Accused

Accused

Advertisment

କଟକ ଜିଲ୍ଲା ଟାଙ୍ଗୀ ଥାନା କହ୍ନେଇପୁର ପଞ୍ଚାୟତର ଗୁଆଳିଡ଼ିହ ଗାଁରେ ଶନିବାର (ଗତକାଲି) ନିଜ ବାପା ଓ ଖୁଡ଼ିଙ୍କ ସମେତ ୪ ଜଣଙ୍କୁ କଟୁରୀ ରେ ହାଣି ଫେରାର ହୋଇଯାଇଥିବା ନିଶାସକ୍ତ ଯୁବକକୁ ଆଜି ପୁଲିସ୍ ଗିରଫ କରିଛି। ସ୍ଥାନୀୟ ଲୋକେ ତାକୁ କାବୁ କରି ପୁଲିସ୍ ଜିମାରେ ଦେଇଥିଲେ। ଗିରଫ ଯୁବକର ନାଁ ସୁରେଶ ମହାନ୍ତି। ସେ ବହୁତ ନିଶା ସେବନ କରେ। ନିଶା ଖାଇ ଖାଇ ତା’ ମୁଣ୍ଡ ଖରାପ ହୋଇଗଲାଣି ବୋଲି ଲୋକେ କହିଛନ୍ତି।

Advertisment

ଗତକାଲି ସନ୍ଧ୍ୟାରେ ସୁରେଶ ପ୍ରଥମେ ପୋଖରୀ କୂଳରେ ତାଙ୍କ ଖୁଡ଼ିକୁ ଆକ୍ରମଣ କରିଥିଲା। ଦୁଇ ହାତରେ ଦୁଇଟି କଟୁରୀ ଧରି ସେ ତାଙ୍କ ଖୁଡ଼ି ସୁକାନ୍ତି ମହାନ୍ତିଙ୍କୁ ଆକ୍ରମଣ କରିଥିଲା। ସେ ସୁକାନ୍ତିଙ୍କ ଡାହାଣ ହାତ ହାଣି ଦେଇଥିଲା। ସେଠାରୁ ଫେରି ବାଟରେ ଗାଁର ଆଉ ଦୁଇ ଜଣ ମହିଳା- ରଞ୍ଜୁଲତା ବିଶ୍ୱାଳ ଓ ପ୍ରମିଳ ବିଶ୍ୱାଳଙ୍କୁ କଟୁରୀରେ ହାଣି ଦେଇଥିଲା। ଶେଷରେ ସେ ତା’ ବାପା ଶରତ ଚନ୍ଦ୍ର ମହାନ୍ତିଙ୍କୁ ହାଣିଥିଲା। ସମସ୍ତ ଆହତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏଭଳି କାଣ୍ଡ ସୁରେଶ ପ୍ରଥମ ଥର କରି ନାହିଁ। ପୂର୍ବରୁ ତିନି/ଚାରି ଥର ସେ ମାରଣାସ୍ତ୍ରରେ ଲୋକଙ୍କୁ ଆକ୍ରମଣ କରିଛି। ଥରେ ସେ ତା’ କକା, ଖୁଡ଼ି ଓ ସେମାନଙ୍କ ଝିଅକୁ ଆକ୍ରମଣ କରିଥିଲା। ରମେଶକୁ ନିଶାନିବାରଣ କେନ୍ଦ୍ରରେ ବି ରଖାଯାଇଥିଲା। କିନ୍ତୁ ସେଠାରୁ ଫେରିବା ପରେ ସେ ପୁଣି ନିଶା ସେବନ କରୁଛି। ନିଶା ସେବନ କରି ସେ ତାଙ୍କ ବାପାମା’ଙ୍କୁ ଗାଳିଗୁଲଜ କରେ।

Advertisment
Cuttack Attempt To Murder Police Murder Attempt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe