Advertisment

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୩ ଜଣଙ୍କୁ ବାନ୍ଧିଲା ସିବିଆଇ

ଅଭିଯୁକ୍ତମାନେ ଜାଣିକି ଅପରାଧ ଘଟାଇବା ଓ ପ୍ରମାଣ ଲୁଚାଇବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Balasore Train Tragedy

Balasore Train Tragedy

Advertisment

ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଶୁକ୍ରବାର ୩ ଜଣଙ୍କୁ ଗିରଫ କରିଛି ସିବିଆଇ। ଗିରଫ ରେଳ କର୍ମଚାରୀମାନେ ହେଉଛନ୍ତି- ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ନିସିଆନ ପପୁ କୁମାର।

Advertisment

ଆଇପିସି ଧାରା ୩୦୪ ଏବଂ ୨୦୧ରେ ଏହି ୩ ଜଣଙ୍କୁ ଗିରଫ କରାଯାଇଛି। ଜାଣିକି ଅପରାଧ ଘଟାଇବା ଓ ପ୍ରମାଣ ଲୁଚାଇବା ଅଭିଯୋଗରେ ଏହି ତିନି ଜଣଙ୍କୁ ଗିରଫ କରାଯାଇଛି। 

ଗତ ଜୁନ୍ ୨ ତାରିଖରେ ଘଟିଥିବା ଏହି ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୨୮୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବାକି ୫ ଜଣଙ୍କ କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ।

Advertisment

ବାହାନଗା ଦୁର୍ଘଟଣା ପଛରେ କୌଣସି ଷଡ଼ଯନ୍ତ୍ର ଥିଲା କି ନାହିଁ ସେ ନେଇ ତଦନ୍ତ କରୁଥିଲା ସିବିଆଇ। ଅନ୍ୟପକ୍ଷରେ ରେଲୱେ ସୁରକ୍ଷା କମିଶନର (CRS) ମଧ୍ୟ ଘଟଣାର ତଦନ୍ତ କରୁଥିଲେ।

ଗତ ସପ୍ତାହରେ CRS ତାଙ୍କ ରିପୋର୍ଟ ଦେଇଥିଲେ। ସିଗ୍‌ନାଲିଂ ବିଭାଗର କର୍ମଚାରୀମାନଙ୍କୁ କମିଶନର ଏହି ଦୁର୍ଘଟଣା ପାଇଁ ଦାୟୀ କରିଥିଲେ। କୌଣସି ପ୍ରକାର ବୈଷୟିକ ତ୍ରୁଟି ବା ମେସିନ୍‌ ଖରାପ ଯୋଗୁ ଏହି ଦୁର୍ଘଟଣା ଘଟି ନଥିଲା ବୋଲି CRS ରିପୋର୍ଟ ଦେଇଥିଲେ। ତେବେ ଏହା ପଛରେ କୌଣସି ଷଡ଼ଯନ୍ତ୍ର ଥିବା କଥାକୁ CRS ଖଣ୍ଡନ କରିଥିଲେ। କିଛି କ୍ଷେତ୍ର କର୍ମଚାରୀଙ୍କ ଅବହେଳା ଯୋଗୁ ଏହି ଦୁର୍ଘଟଣା ଘଟିଥିବା CRS କହିଥିଲେ। ସେମାନେ ସୁରକ୍ଷା ବ୍ୟବସ୍ଥାକୁ ଯେମିତି ଭାବେ ଯାଞ୍ଚ କରିବା କଥା, ସେମିତି କରି ନଥିଲେ ବୋଲି CRS କହିଥିଲେ। ସେହିଭଳି ବାହାନଗା ବଜାର ଷ୍ଟେସନ ମାଷ୍ଟର ଏସ୍‌.ବି ମହାନ୍ତିଙ୍କ ଅବହେଳାକୁ ମଧ୍ୟ ସିଆର୍‌ଏସ୍‌ ଦାୟୀ କରିଥିଲେ।    

CBI Train Accident Bahanaga
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe