Advertisment

ଗୋଟିଏ ପରିବାରର ତିନି ଜଣଙ୍କ ଆତ୍ମହତ୍ୟା ଉଦ୍ୟମ, ପୁଅର ଅବସ୍ଥା ଗୁରୁତର

ଓଡ଼ିଶାରେ ଉଦବେଗଜନକ ଭାବେ ବଢ଼ିଚାଲିଛି ଆତ୍ମହତ୍ୟା ହାର। ସାରା ଦେଶରେ ଏହା ୧୨% ଥିବାବେଳେ ଓଡ଼ିଶାରେ ଏହା ୧୨.୩% ରହିଛି।

ଅଦ୍ୟତନ ହୋଇଛି
Poison

Poison

Advertisment

ଆଜି ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ପାଳନ କରାଯାଉଥିବା ବେଳେ ବରଗଡ଼ ଜିଲ୍ଲା ସୋହେଲାରେ ବିଷ ପିଇ ଗୋଟିଏ ପରିବାରର ତିନି ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେମାନେ ହେଉଛନ୍ତି, ସୋହେଲାର ମାଷ୍ଟର ପଡ଼ାରେ ରହୁଥିବା କୁମୁଦିନି ସାହୁ, ତାଙ୍କ ପୁଅ ବଂଶୀଧର ସାହୁ ଓ ଝିଅ ସୁବର୍ଣ୍ଣ ମହାଜନ।

Advertisment

ଆଜି ଦିନ ପ୍ରାୟ ୧୧ଟା ବେଳେ ସେମାନେ ଘରେ ବିଷ ପିଇ ଦେଇଥିଲେ। କୌଣସି କାରଣରୁ ପାଖ ପଡ଼ୋଶୀଙ୍କର ସନ୍ଦେହ ହେବାରୁ ସେମାନେ ପୁଲିସକୁ ଖବର ଦେଇଥିଲେ।

ପୁଲିସ ପହଞ୍ଚି କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ସୋହେଲା ହସ୍ପିଟାଲରେ ଭର୍ତ୍ତି କରିଥିଲା। ତିନି ଜଣଙ୍କ ମଧ୍ୟରୁ ବଂଶୀଧର ସାହୁଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

Advertisment

କୁମୁଦିନିଙ୍କ ସ୍ୱାମୀ ଅର୍ଜୁନ ସାହୁଙ୍କର ଗତ ୬ ତାରିଖରେ ପରଲୋକ ହୋଇଯାଇଥିଲା। ଦୀର୍ଘ ଦିନ ଧରି ରୋଗଗ୍ରସ୍ତ ରହିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ପରେ ପୂରା ପରିବାର ଭାଙ୍ଗି ପଡ଼ିଥିଲା। ସେମାନେ ଏହି ଘଟଣାକୁ ଗ୍ରହଣ କରି ନପାରି ମାନସିକ ଚାପର ବଶବର୍ତ୍ତୀ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି।

ଓଡ଼ିଶାରେ ଉଦବେଗଜନକ ଭାବେ ବଢ଼ିଚାଲିଛି ଆତ୍ମହତ୍ୟା ହାର। ସାରା ଦେଶରେ ଏହା ୧୨% ଥିବାବେଳେ ଓଡ଼ିଶାରେ ଏହା ୧୨.୩% ରହିଛି। ରାଜ୍ୟରେ ପ୍ରତିଦିନ ହାରାହାରି ୧୫ ଜଣ ଲୋକ ଆତ୍ମହତ୍ୟା କରୁଛନ୍ତି। ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB)ରୁ ଏହା ଜଣାପଡ଼ିଛି।

Suicide Suicide Attempt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe