ବଣାଇ: ସର୍ଚ୍ଚ ଅପରେସନ୍ ବେଳେ ପୁରୁଣାପାଣି ଜଙ୍ଗଲରୁ ମିଳିଲା ୩ ଟିଫିନ୍ ବୋମା

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ୍ ଅନ୍ତର୍ଗତ ପୁରୁଣାପାଣି ଜଙ୍ଗଲରେ ଆଜି ସିଆରପିଏଫ୍ ଯବାନମାନେ ସର୍ଚ୍ଚ ଅପରେସନ୍ କଲା ବେଳେ ୩ଟି ଟିଫିନ୍ ଠାବ କରିଥିଲେ। ଘଟଣା ସ୍ଥଳରେ ବମ୍ ସ୍ୱାର୍ଡ ପହଞ୍ଚି ଏହି ବୋମାଗୁଡ଼ିକୁ ନିଷ୍କ୍ରିୟ କରିଥିଲେ। ଗତକାଲି ମାଲକାନଗିରି ଜିଲ୍ଲାର ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ରାଜଲକୋଣ୍ଡା ଜଙ୍ଗଲରୁ ବିଏସଏଫ ଯବାନମାନେ ୧୦୦୦ଟି ଜିଲୋଟିନ୍ ଷ୍ଟବ୍ ଜବତ କରିଛନ୍ତି। ଏହାର ଓଜନ ପ୍ରାୟ ଏକ କୁଇଣ୍ଟାଲ ହେବ। ଏତେ ପରିମାଣର ବିସ୍ଫୋରଣ ପାଇବା […]

tiffinboma

Rakesh Mallick
  • Published: Friday, 02 October 2015
  • , Updated: 02 October 2015, 08:19 AM IST

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ୍ ଅନ୍ତର୍ଗତ ପୁରୁଣାପାଣି ଜଙ୍ଗଲରେ ଆଜି ସିଆରପିଏଫ୍ ଯବାନମାନେ ସର୍ଚ୍ଚ ଅପରେସନ୍ କଲା ବେଳେ ୩ଟି ଟିଫିନ୍ ଠାବ କରିଥିଲେ। ଘଟଣା ସ୍ଥଳରେ ବମ୍ ସ୍ୱାର୍ଡ ପହଞ୍ଚି ଏହି ବୋମାଗୁଡ଼ିକୁ ନିଷ୍କ୍ରିୟ କରିଥିଲେ।

ଗତକାଲି ମାଲକାନଗିରି ଜିଲ୍ଲାର ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ରାଜଲକୋଣ୍ଡା ଜଙ୍ଗଲରୁ ବିଏସଏଫ ଯବାନମାନେ ୧୦୦୦ଟି ଜିଲୋଟିନ୍ ଷ୍ଟବ୍ ଜବତ କରିଛନ୍ତି। ଏହାର ଓଜନ ପ୍ରାୟ ଏକ କୁଇଣ୍ଟାଲ ହେବ। ଏତେ ପରିମାଣର ବିସ୍ଫୋରଣ ପାଇବା ପରେ ମାଓବାଦୀଙ୍କ ଏକ ବଡ ଯୋଜନା ପଣ୍ଡ ହୋଇଥିବା କଥା କୁହାଯାଉଛି।

Related story