Advertisment

ଭିଜିଲାନ୍ସ ଜାଲରେ ଆଇଆଇସି: ୮୦ ହଜାର ନେଲେନି, ଲକ୍ଷେ ଟଙ୍କା ନେଉଥିବା ବେଳେ ଧରାପଡ଼ିଲେ

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ।

ଅଦ୍ୟତନ ହୋଇଛି
IIC Puspalata Rautray

IIC Puspalata Rautray

Advertisment

ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ। ଏକ ଜବତ ବାଲି ଗାଡ଼ିକୁ ଛାଡ଼ି ଦେବାକୁ ସେ ଏହି ଅର୍ଥ ନେଉଥିବା ବେଳେ ଧରାପଡ଼ିଛନ୍ତି।

Advertisment

ଶରତ ବେହେରା ନାମକ ଜଣେ ବ୍ୟକ୍ତି ହରଭଙ୍ଗାର ବାଲିଘାଟ ଠିକା ନେଇଛନ୍ତି। ତାଙ୍କର ଏକ ବାଲି ବୋଝେଇ ଗାଡ଼ିକୁ କୌଣସି କାରଣରୁ ପୁଲିସ୍ ଧରିଥିଲା ଓ ତାକୁ ଜବତ କରି ହରଭଙ୍ଗା ଥାନାରେ ରଖାଯାଇଥିଲା। ସେହି ଗାଡ଼ିକୁ ଛାଡ଼ିବା ପାଇଁ ଆଇଆଇସି ଲକ୍ଷେ ଟଙ୍କା ଲାଞ୍ଚ ମାଗିଥିଲେ।

ଗତକାଲି ଶରତ ୮୦ ହଜାର ଟଙ୍କା ନେଇ ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ଦେଇଥିଲେ। କିନ୍ତୁ ୮୦ ହଜାର ଟଙ୍କା ହବନି ବୋଲି ସେ କହିଥିଲେ। ସେଥିରେ ଆଉ ୨୦ ହଜାର ଟଙ୍କା ମିଶାଇ ଆସନ୍ତାକାଲି (ଶୁକ୍ରବାର) ଦିଅନ୍ତୁ ବୋଲି ଶରତଙ୍କୁ ଆଇଆଇସି କହିଥିଲେ। ଶରତ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ।

Advertisment

ଆଜି ଶରତଙ୍କ ଠାରୁ ଆଇଆଇସି ପୁଷ୍ପଲତା ରାଉତରାୟ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଧରିଥିଲେ। ବ୍ରହ୍ମପୁର ଓ ବୌଦ୍ଧର ଭିଜିଲାନ୍ସ ଟିମ୍ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ ବୋଲି ଜଣାପଡ଼ିଛି। ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ଭିଜିଲାନ୍ସ କର୍ମଚାରୀମାନେ ଫୁଲବାଣୀ ନେଇଛନ୍ତି। ସେଠାରେ ତାଙ୍କୁ ଅଧିକ ଜେରା କରାଯାଇପାରେ ବୋଲି ସୂଚନା ରହିଛି।

ଏହା ପୂର୍ବରୁ ଦୁଇ ଦିନ ତଳେ ଜଣେ ମଦ ବ୍ୟବସାୟୀଙ୍କ ଠାରୁ ମାସିକିଆ ଚାନ୍ଦା ବାବଦକୁ ୫୦ ହଜାର ଟଙ୍କା ନେଉଥିବା ବେଳେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍‌ଆଇ ବଳି ମହାନ୍ତି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। 

ଅନ୍ୟପକ୍ଷରେ ଆଜି ଆଉ ଜଣେ ମହିଳା ଅଧିକାରୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ହେଉଛନ୍ତି ବଲାଙ୍ଗିର ଡିପିସି ଅଫିସର ସଂଯୋଜିକା ପୁଷ୍ପାଙ୍ଗିନୀ ଯୋଶୀ। ସେ ପାଟଣାଗଡ଼ ବ୍ଲକ ସୋଲବନ୍ଧ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ମିତ୍ରଭାନୁ ମାଝୀଙ୍କ ଠାରୁ ୩୧ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।  

Vigilance Raid Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe