Advertisment

ଘର ଆଗରେ ବସିଲା ବାଡ଼, ବାସନ୍ଦ ହେଲେ ହତ୍ୟାକାରୀ ପରିବାର!

ଆଜି ବିଜୟ କୁମାର ରାଉତଙ୍କ ଘର ଆଗରେ ଗାଁ ଲୋକେ ବାଡ଼ ବସାଇ ଦେଇଛନ୍ତି। ସେମାନେ ଆସିଲେ ଗାଁ ଭିତରକୁ ସେମାନଙ୍କୁ ପଶାଇ ଦିଆଯିବ ନାହିଁ ବୋଲି ଲୋକମାନେ ରୋକ୍‌ଠୋକ୍‌ ଭାବେ ଶୁଣାଇ ଦେଇଛନ୍ତି।

Balasore

Balasore

Advertisment

ରକ୍ତକୁ ରକ୍ତ ଚିହ୍ନି ପାରିଲା ନାହିଁ। ପତ୍ନୀ ସହିତ ମିଶି ସୁପାରୀ କିଲର ଲଗାଇ ସାନ ଭାଇକୁ ହତ୍ୟା କରିଥିଲା ବଡ଼ଭାଇ। ଏଥିସହ ସାନଭାଇର ସାଙ୍ଗକୁ ମଧ୍ୟ ମାରିଦେଥିଲା। ଏହି ମାମଲା ପର୍ଦ୍ଦାଫାସ ହେବା ପରେ ଗାଁ ଲୋକଙ୍କ ରୋଷରେ ଶିକାର ହୋଇଛନ୍ତି ହତ୍ୟାକାରୀ ପରିବାର। ଉକ୍ତ ପରିବାରକୁ ବାସନ୍ଦ କରିଛନ୍ତି ଗାଁ ଲୋକେ। ଏଥିସହିତ ଘର ଆଗରେ ବାଡ଼ ବସାଇ ଦେଇଛନ୍ତି। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ।

Advertisment

ନୀଳଗିରି ଥାନା କାଂଶ ଗାଁର ଭବାନୀ ଶଙ୍କର ରାଉତ ଓ ତାଙ୍କ ବନ୍ଧୁ ମନୋରଞ୍ଜନ ମହାପାତ୍ରଙ୍କୁ ସୁପାରୀ ଦେଇ ହତ୍ୟା କରିଥିଲେ ବିଜୟ କୁମାର ରାଉତ ଏବଂ ତାଙ୍କ ପତ୍ନୀ। ବିଜୟ ଓ ତାଙ୍କ ପତ୍ନୀ ହେଉଛନ୍ତି ଭବାନୀଙ୍କ ବଡ଼ ଭାଇ ଏବଂ ଭାଉଜ। ଉଭୟ ମିଶି ନିଜ ଦିଅରକୁ ହତ୍ୟା କରିଥିଲେ। ଏହି ଘଟଣାର ପର୍ଦ୍ଦାଫାସ ହେବା ପରେ ସ୍ୱାମୀ ଓ ସ୍ତ୍ରୀ ଜେଲ୍‌ରେ। ତେବେ ଏହି ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଉକ୍ତ ପରିବାରକୁ ବିତାଡ଼ିତ କରିବା ପାଇଁ ଗାଁ ଲୋକେ ନିଷ୍ପତ୍ତି ନେଇଛନ୍ତି। ଆଜକୁ ୪ ଦିନ ତଳେ ଗାଁର କିଛି ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ। ଉକ୍ତ ପରିବାରକୁ ଗାଁରୁ ବାହାର କରିବା ପାଇଁ ପୁଲିସ୍‌କୁ କହିଥିଲେ।

ଆଜି ବିଜୟ କୁମାର ରାଉତଙ୍କ ଘର ଆଗରେ ଗାଁ ଲୋକେ ବାଡ଼ ବସାଇ ଦେଇଛନ୍ତି। ସେମାନେ ଆସିଲେ ଗାଁ ଭିତରକୁ ସେମାନଙ୍କୁ ପଶାଇ ଦିଆଯିବ ନାହିଁ ବୋଲି ଲୋକମାନେ ରୋକ୍‌ଠୋକ୍‌ ଭାବେ ଶୁଣାଇ ଦେଇଛନ୍ତି।

Advertisment

ବାସନ୍ଦ ନେଇ ଗାଁର ନୀଳମଣି ରାଉତ କହିଛନ୍ତି, ହତ୍ୟାକାରୀଙ୍କ ପରିବାର ଲୋକ ଆସିଲେ ଗାଁକୁ ପଶାଇ ଦେବୁନାହିଁ। ଏନେଇ ଗାଁର ମହିଳାମାନେ ପୂର୍ବରୁ ପୁଲିସ୍‌କୁ ଜଣାଇ ଦେଇଛନ୍ତି। ଆମେ ଚାହୁଁଛୁ ସେମାନେ ଏ ଗାଁରେ ଥିବା ଜମିବାଡ଼ି ସବୁ ବିକିଦେଇ ଅନ୍ୟତ୍ର ପଳାଇ ଯାଆନ୍ତୁ। ଯିଏ ସୁପାରୀ ଦେଇ ନିଜ ଛୁଆଙ୍କୁ ହତ୍ୟା କରୁଛି, ସିଏ ଆମ ପିଲାଙ୍କୁ କାହିଁକି ହତ୍ୟା କରିବ ନାହିଁ ବୋଲି ଶ୍ରୀ ରାଉତ କହିଛନ୍ତି।

ଗାଁର ଆଉ ଜଣେ ମହିଳା କହିଛନ୍ତି, ବିନା କାରଣରେ ମନୋରଞ୍ଜନଙ୍କୁ ହତ୍ୟା କରାଗଲା। ତାଙ୍କ ପରିବାରକୁ ନ୍ୟାୟ ମିଳୁ। ଯିଏ ନିଜ ପରିବାର ଲୋକକୁ ହତ୍ୟା କରିବା ପାଇଁ ଲକ୍ଷେ ୪୦ ହଜାର ଟଙ୍କା ଦେଇପାରିଲା, ସିଏ ଆମେ ପିଲାକୁ କାହିଁ ମାରିନଦେବ? ତେଣୁ ଚାହୁଁଛୁ ସେହି ପରିବାରକୁ ଗାଁରୁ ବାହାର କରିଦିଆଯାଉ ବୋଲି ମହିଳା ଜଣକ କହିଛନ୍ତି।

ରିପୋର୍ଟ- ନୀଳଗିରିରୁ ବିଶମ୍ଭର ଦାସ

Balasore Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe