‘୨୪ ଘଣ୍ଟାରେ ଦିଅ ପ୍ରାଥମିକ ରିପୋର୍ଟ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍‌’ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରି ୨୪ ଘଣ୍ଟାରେ ପ୍ରାଥମିକ ରିପୋର୍ଟ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ। ଆଜି ସକାଳେ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ବିଭାଗୀୟ ଅଧିକାରୀଙ୍କ ସହ ବାତ୍ୟା କ୍ଷୟକ୍ଷତି ନେଇ ଆଲୋଚନା କରିଥିଲେ ମନ୍ତ୍ରୀ ଶ୍ରୀ ସାହୁ। କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଆଦିର କ୍ଷୟକ୍ଷତି ସମ୍ପର୍କରେ ସଚିବ ଓ ନିର୍ଦ୍ଦେଶକଙ୍କ […]

Arun Sahu

Jitendra Garnayak
  • Published: Thursday, 27 May 2021
  • , Updated: 11 June 2021, 05:16 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍‌’ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରି ୨୪ ଘଣ୍ଟାରେ ପ୍ରାଥମିକ ରିପୋର୍ଟ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ।

ଆଜି ସକାଳେ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ବିଭାଗୀୟ ଅଧିକାରୀଙ୍କ ସହ ବାତ୍ୟା କ୍ଷୟକ୍ଷତି ନେଇ ଆଲୋଚନା କରିଥିଲେ ମନ୍ତ୍ରୀ ଶ୍ରୀ ସାହୁ। କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଆଦିର କ୍ଷୟକ୍ଷତି ସମ୍ପର୍କରେ ସଚିବ ଓ ନିର୍ଦ୍ଦେଶକଙ୍କ ସହ ସେ ଆଲୋଚନା କରିଥିଲେ ଓ ଜିଲ୍ଲା ଅଧିକାରୀମାନେ ତୁରନ୍ତ ବାତ୍ୟା ପ୍ରଭାବିତ ଅଂଚଳ ବୁଲି କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ପଠାଇବାକୁ କହିଥିଲେ। ଗୃହ ପାଳିତ ପଶୁ ଓ କୁକୁଡ଼ା ଫାର୍ମ କ୍ଷତିଗ୍ରସ୍ତ ହୋଇଥିଲେ, ତାର ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ମନ୍ତ୍ରୀ କହିଥିଲେ।

ବିଭିନ୍ନ ଜିଲ୍ଲାରୁ ପ୍ରାଥମିକ ରିପୋର୍ଟ ମିଳିବା ପରେ ଏ ଦିଗରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ପାଣି ଛାଡିଗଲେ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିବା ପାଇଁ ସେ ଅଧିକାରୀମାନଙ୍କୁ କହିଛନ୍ତି

ବୈଠକରେ କୃଷି ସଚିବ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର କମିଶନର ତଥା ଶାସନ ସଚିବ ଆର. ରଘୁ ପ୍ରସାଦ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍. ମୁଥୁକୁମାର ଓ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଯୋଗଦେଇ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।

Related story