Advertisment

୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣି ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ୬  ଘଣ୍ଟାରେ ବାତ୍ୟା ୟାସ୍  ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। କିଛି ଜିଲ୍ଲାରେ ଅତିପ୍ରବଳ ବର୍ଷା ଆଶଙ୍କା ରହିଛି। ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣି ଜାରି କରାଯାଇଛି। ରାଜ୍ୟର ୯ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କ ସୂଚନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ […]

author-image
Tapas Behera
ଅଦ୍ୟତନ ହୋଇଛି
ଆଜିଠୁ ୨ ଦିନ ବର୍ଷିବ

Heavy rain

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ୬  ଘଣ୍ଟାରେ ବାତ୍ୟା ୟାସ୍  ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। କିଛି ଜିଲ୍ଲାରେ ଅତିପ୍ରବଳ ବର୍ଷା ଆଶଙ୍କା ରହିଛି। ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣି ଜାରି କରାଯାଇଛି। ରାଜ୍ୟର ୯ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କ ସୂଚନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ SRC ପରାମର୍ଶ ଦେଇଛନ୍ତି। ଏନେଇ ସବୁ ବିଭାଗ ଓ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ SRC ପରାମର୍ଶ ଦେଇଛନ୍ତି। ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ SRC ନିର୍ଦ୍ଦେଶ ଦେଇଛନ୍ତି।

Advertisment

ତେବେ ୟାସର ପ୍ରଭାବ ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ଯେ- ଯେଉଁଠି ପାଣି ଜମିଛି, ସେଇଠି ଅଫିସରମାନେ ସଜାଗ ଅଛନ୍ତି। ମୟୂରଭଞ୍ଜ ଶିମିଳିପାଳରେ ୧୪୬ ମିମି ବର୍ଷା ହୋଇଛି। ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ପାଣି ନାହିଁ, ମିଡିୟମ ରିଜର୍ଭର ଖାଲି ଅଛି। ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା ନାହିଁ, ସେଥିପ୍ରତି ନଜର ରଖାଯାଇଛି।

ଯଦି ହେବ ତଳିଆ ଅଞ୍ଚଳକୁ ଖାଲି କରିବାକୁ ପ୍ରାଥମିକତା ଦିଆଯିବ। ଗତକାଲି ୩୭ଟି ବ୍ଲକରେ ୧୦୦ ମିମି ବର୍ଷା ରେକର୍ଡ ହୋଇଛି। ତଳିଆ ଅଞ୍ଚଳକୁ ଟିମ୍ ଯାଇଛି, ବର୍ଷା କମିବା ପରେ କାମ ଆରମ୍ଭ ହେବ। ବାଲ୍ୟାପାଳ, କେନ୍ଦ୍ରାପଡ଼ାରେ କିଛି ସ୍ଥାନରେ ୱାଟର ଲଗିଙ୍ଗ୍ ଅଛି। ଆଜି ପୂର୍ଣ୍ଣିମା ଯୋଗୁଁ ପାଣି ଠେଲିବ, କିଛି ସମସ୍ୟା ହୋଇପାରେ ବୋଲି ସେ କହିଛନ୍ତି।

Advertisment
Heavy Rain Cyclone Yaas