/odisha-reporter/media/post_attachments/uploads/2020/06/ndrf.jpg)
ndrf
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ୟାସର ପ୍ରଭାବ ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା । ଯେଉଁଠି ପାଣି ଜମିଛି , ସେଠି ଅଫିସର ଅଛନ୍ତି ବୋଲି ସେ କହିଛନ୍ତି। ମୟୂରଭଂଜ ଶିମିଳିପାଳରେ ୧୪୬ ମିଲିମିଟର ବର୍ଷା ହୋଇଛି।
Advertisment
ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ପାଣି ନାହିଁ, ମିଡିଅମ ରିଜର୍ଭର ଖାଲି ଅଛି । ବୁଢାବଳଙ୍ଗ ଏବଂ ସୁବର୍ଣ୍ଣରେଖା ଉପରେ ନଜର ରଖାଯାଇଛି। ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା ନାହିଁ। ସେଥିପ୍ରତି ନଜର ରଖାଯାଇଛି ।
ତଳିଆ ଅଂଚଳକୁ ଟିମ୍ ଯାଇଛି, ବର୍ଷା କମିବା ପରେ କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି । ବାଲିଆପାଳ, କେନ୍ଦ୍ରାପଡାର କିଛି ଅଂଚଳ ସହ ପ୍ରାଥମିକ ଭାବେ କିଛି କିଛି ସ୍ଥାନରେ ପାଣି ଜମିଛି । ତେବେ ବାତ୍ୟାକୁ ନେଇ ଲୋକଙ୍କ ଅଭିଜ୍ଞତା ଥିବାବେଳେ ସେହି ଅନୁସାରେ ଅଫିସରମାନେ କାମ କରିବେ ବୋଲି ସେ କହିଛନ୍ତି । ତେବେ ସୁବର୍ଣ୍ଣରେଖାରେ ବନ୍ୟା ହେବନି । ଯଦି ହୁଏ, ତଳିଆ ଅଂଚଳକୁ ଖାଲି କରିବା ପ୍ରାଥମିକତା ରହିବ ବୋଲି ସୂଚନା ଦେଇଛନ୍ତି ଜ୍ୟୋତିର୍ମୟ ରଥ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
