ବଲାଙ୍ଗିର: ସଡ଼କ ଦୁର୍ଘଟଣା, ମହିଳା ମୃତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଜାମଗାଁ ଛକ ନିକଟରେ ଆଜି ଏକ ମିନିଟ୍ରକ ଓ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତା ମହିଳା ଜଣକ ହେଲେ ରାମସିଂହା ଗ୍ରାମର ପାଣି କର୍ମୀ। ବାଇକ୍‌ ପଛରେ ବସି ପାଣି ବହଳପଦର ଗାଁରୁ ବଲାଙ୍ଗିର ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଧାନ ବୋଝେଇ ମିନିଟ୍ରକ ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୁଇଁତଳା ଥାନା […]

road-accident

Rakesh Mallick
  • Published: Tuesday, 27 December 2016
  • , Updated: 27 December 2016, 05:41 PM IST

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଜାମଗାଁ ଛକ ନିକଟରେ ଆଜି ଏକ ମିନିଟ୍ରକ ଓ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତା ମହିଳା ଜଣକ ହେଲେ ରାମସିଂହା ଗ୍ରାମର ପାଣି କର୍ମୀ।

ବାଇକ୍‌ ପଛରେ ବସି ପାଣି ବହଳପଦର ଗାଁରୁ ବଲାଙ୍ଗିର ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଧାନ ବୋଝେଇ ମିନିଟ୍ରକ ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୁଇଁତଳା ଥାନା ପୋଲିସ୍‌ ଦୁର୍ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

Related story