ଦ୍ୱିତୀୟ ଦିନରେ ବୁର୍ଲା ଜୁନିୟର୍ ଡାକ୍ତରଙ୍କ ଆନ୍ଦୋଳନ

ସମ୍ୱଲପୁର: ୯ଦଫା ଦାବି ପୂରଣ ନେଇ ବୁର୍ଲା ଭିମ୍‌ସାର ଜୁନିୟର ଡାକ୍ତର ସଂଘ ଚଳାଇଥିବା ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଦାବି ପୂରଣ ପାଇଁ ଜୁନିୟର ଡାକ୍ତରମାନେ ରବିବାର ବରିଷ୍ଠ ଅଧିକାରୀଙ୍କୁ ଘେରାଉ କରିବା ସହ ଆଲୋଚନା କରିଥିଲେ ବି ସମାଧାନର ସୂତ୍ର ବାହାରି ପାରିନାହିଁ। ଘଟଣାସ୍ଥଳକୁ ସ୍ୱାସ୍ଥ୍ୟମନ୍ତ୍ରୀ ଆସିବା ଲାଗି ଆନ୍ଦୋଳନକାରୀ ଡାକ୍ତରମାନେ ସେମାନଙ୍କ ଜିଦ୍‌ରେ ଅଡ଼ି ବସିଛନ୍ତି। ଆନ୍ଦୋଳନ ଯୋଗୁଁ ରୋଗୀସେବା ପ୍ରଭାବିତ ହୋଇଛି। ଏଥିଲାଗି ବିକଳ୍ପ ବ୍ୟବସ୍ଥା କରାଯାଇଥିବା ଭିମସାର ନିର୍ଦ୍ଦେଶକ […]

sambulpur

Rakesh Mallick
  • Published: Monday, 02 May 2016
  • , Updated: 02 May 2016, 07:27 AM IST

ସମ୍ୱଲପୁର: ୯ଦଫା ଦାବି ପୂରଣ ନେଇ ବୁର୍ଲା ଭିମ୍‌ସାର ଜୁନିୟର ଡାକ୍ତର ସଂଘ ଚଳାଇଥିବା ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଦାବି ପୂରଣ ପାଇଁ ଜୁନିୟର ଡାକ୍ତରମାନେ ରବିବାର ବରିଷ୍ଠ ଅଧିକାରୀଙ୍କୁ ଘେରାଉ କରିବା ସହ ଆଲୋଚନା କରିଥିଲେ ବି ସମାଧାନର ସୂତ୍ର ବାହାରି ପାରିନାହିଁ। ଘଟଣାସ୍ଥଳକୁ ସ୍ୱାସ୍ଥ୍ୟମନ୍ତ୍ରୀ ଆସିବା ଲାଗି ଆନ୍ଦୋଳନକାରୀ ଡାକ୍ତରମାନେ ସେମାନଙ୍କ ଜିଦ୍‌ରେ ଅଡ଼ି ବସିଛନ୍ତି।

ଆନ୍ଦୋଳନ ଯୋଗୁଁ ରୋଗୀସେବା ପ୍ରଭାବିତ ହୋଇଛି। ଏଥିଲାଗି ବିକଳ୍ପ ବ୍ୟବସ୍ଥା କରାଯାଇଥିବା ଭିମସାର ନିର୍ଦ୍ଦେଶକ କହିଛନ୍ତି।

ମେଡିକାଲ କଲେଜର ବିଭିନ୍ନ ସମସ୍ୟା ନେଇ ଏଥର  ଚତୁର୍ଥ ଥର ପାଇଁ ସଂଘ ଆନ୍ଦୋଳନ କରୁଛି।

ହସ୍‌ପିଟାଲରେ ଏମ୍‌ଆର୍‌ଆଇ ମେସିନ୍ ସ୍ଥାପନ, ଭିମ୍‌ସାର ନିର୍ଦ୍ଦେଶକଙ୍କୁ ଆର୍ଥିକ ଓ ପ୍ରଶାସନିକ କ୍ଷମତା ପ୍ରଦାନ, ୨୪ ଘଣ୍ଟିଆ ବିଦ୍ୟୁତ୍ ଓ ପାଣି ଯୋଗାଣ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଆଦି ଦାବି ନେଇ ସଂଘ ଆନ୍ଦୋଳନ କରୁଛି।

ଏ ନେଇ ସଂଘ ଏପ୍ରିଲ୍‌ ୧ରୁ ଆନ୍ଦୋଳନ ଆରମ୍ଭ କରିଥିଲା। ତେବେ ଭିମ୍‌ସାର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରହିଥିଲା। ଏହି ଆନ୍ଦୋଳନକୁ ହାଉସ୍‌ ସର୍ଜନ ଓ ଅଣ୍ଡର ଗ୍ରାଜୁଏଟ୍‌ ଡାକ୍ତରମାନ ସମର୍ଥନ କରୁଛନ୍ତି। ଜୁନିୟର୍‌ ଡାକ୍ତର ସଂଘର ଆନ୍ଦୋଳନକୁ ଆଖିରେ ରଖି ସିନିଅର୍ ଡାକ୍ତରଙ୍କ ଛୁଟି ବାତିଲ୍ କରାଯାଇଛି।

Related story