କେନ୍ଦୁଝରରେ ଓକିଲଙ୍କୁ ଦୁର୍ବ୍ୟବହାର ଘଟଣା: ଅଭିଯୁକ୍ତ ଏସଆଇଙ୍କୁ ବହିଷ୍କାର ଦାବିରେ ଜିଲ୍ଳାପାଳଙ୍କୁ ଭେଟିଲା ଓକିଲ ସଂଘ

କେନ୍ଦୁଝର: କେନ୍ଦୁଝର ଥାନା ଭିତରେ ଜଣେ ଓକିଲଙ୍କୁ ଦୁର୍ବ୍ୟବହାର ଘଟଣାରେ ଆଜି ଜିଲ୍ଲାପାଳଙ୍କୁ ଭେଟିଛି ଜିଲ୍ଲା ଓକିଲ ସଂଘ। ଓକିଲ ସଂଘ ସଭାପତି ରୁଦ୍ର ନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।  ତେବେ ଏ ନେଇ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ପୂର୍ବରୁ ଓକିଲ ଦୈତାରୀ ଆପଟଙ୍କୁ ମାଡ଼ ମାରିବା ଅଭିଯୋଗରେ ଟାଉନ ଥାନା ଏଏସଆଇ ତ୍ରିନାଥ ସେଠୀ ଓ ହାବିଲଦାର ଗମୁ […]

kjr

Rakesh Mallick
  • Published: Tuesday, 25 August 2015
  • , Updated: 25 August 2015, 01:44 PM IST

କେନ୍ଦୁଝର: କେନ୍ଦୁଝର ଥାନା ଭିତରେ ଜଣେ ଓକିଲଙ୍କୁ ଦୁର୍ବ୍ୟବହାର ଘଟଣାରେ ଆଜି ଜିଲ୍ଲାପାଳଙ୍କୁ ଭେଟିଛି ଜିଲ୍ଲା ଓକିଲ ସଂଘ। ଓକିଲ ସଂଘ ସଭାପତି ରୁଦ୍ର ନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।  ତେବେ ଏ ନେଇ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

ପୂର୍ବରୁ ଓକିଲ ଦୈତାରୀ ଆପଟଙ୍କୁ ମାଡ଼ ମାରିବା ଅଭିଯୋଗରେ ଟାଉନ ଥାନା ଏଏସଆଇ ତ୍ରିନାଥ ସେଠୀ ଓ ହାବିଲଦାର ଗମୁ ପାତ୍ରଙ୍କୁ କେନ୍ଦୁଝର ଏସପି କାର୍ଯ୍ୟରୁ  ନିଲମ୍ୱିତ କରିଥିଲେ। କିନ୍ତୁ ଏହି ଦୁଇ ଅଭିଯୁକ୍ତଙ୍କୁ ନିଲମ୍ୱନ ନୁହେଁ ବରଂ କାର୍ଯ୍ୟରୁ ବହିଷ୍କାର ସହ ଗିରଫ ଦାବିରେ କେନ୍ଦୁଝର ଓକିଲ ସଂଘ ୫ ଦିନ ହେଲା କାର୍ଯ୍ୟବନ୍ଦ ଜାରି ରଖିଛି।

Related story