ତ୍ରୈଲୋକ୍ୟ ମିଶ୍ର,ପତ୍ନୀ ଓ ପୁଅଙ୍କୁ ଜୁଲାଇ ୨୯ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ

କଟକ: ବହୁଚର୍ଚ୍ଚିତ ଲୋପାମୁଦ୍ରା ମିଶ୍ର ନିର୍ଯାତନା ଅଭିଯୋଗ ମାମଲାରେ ତାଙ୍କ ଶ୍ୱଶୁର ତଥା ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର ତାଙ୍କ ସ୍ତ୍ରୀ ଆଶାମଞ୍ଜରୀ ମିଶ୍ର ଓ ପୁଅ ସବ୍ୟସାଚୀ ମିଶ୍ରଙ୍କୁ ଜୁଲାଇ ୨୯ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ହାଇକୋର୍ଟ। ଫଳରେ ଏହି ୩ ଜଣଙ୍କୁ ସେ ପର୍ଯ୍ୟନ୍ତ ଗିରଫ କରାଯାଇପାରିବ ନାହିଁ। ମାମଲାର କେସ୍‌ ଡ଼ାଏରୀ ଦାଖଲ କରିବାକୁ ପୋଲିସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତ୍ରୈଲୋକ୍ୟ ଏବଂ ତାଙ୍କ ପରିବାର ପକ୍ଷରୁ ଆଗତ ଦୁଇଟି ଆଗୁଆ ଜାମିନ […]

lopamudra

Rakesh Mallick
  • Published: Monday, 04 July 2016
  • , Updated: 04 July 2016, 10:32 PM IST

କଟକ: ବହୁଚର୍ଚ୍ଚିତ ଲୋପାମୁଦ୍ରା ମିଶ୍ର ନିର୍ଯାତନା ଅଭିଯୋଗ ମାମଲାରେ ତାଙ୍କ ଶ୍ୱଶୁର ତଥା ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର ତାଙ୍କ ସ୍ତ୍ରୀ ଆଶାମଞ୍ଜରୀ ମିଶ୍ର ଓ ପୁଅ ସବ୍ୟସାଚୀ ମିଶ୍ରଙ୍କୁ ଜୁଲାଇ ୨୯ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ହାଇକୋର୍ଟ। ଫଳରେ ଏହି ୩ ଜଣଙ୍କୁ ସେ ପର୍ଯ୍ୟନ୍ତ ଗିରଫ କରାଯାଇପାରିବ ନାହିଁ।

ମାମଲାର କେସ୍‌ ଡ଼ାଏରୀ ଦାଖଲ କରିବାକୁ ପୋଲିସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତ୍ରୈଲୋକ୍ୟ ଏବଂ ତାଙ୍କ ପରିବାର ପକ୍ଷରୁ ଆଗତ ଦୁଇଟି ଆଗୁଆ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଶୁଣାଣି ସମୟରେ ଅଭିଯୁକ୍ତମାନେ ଧମକ ଦେଉଥିବା  ନେଇ ଏତଲାକାରିଣୀ ତଥା ତ୍ରୈଲୋକ୍ୟଙ୍କ ବୋହୂ ଲୋପାମୁଦ୍ରା ମିଶ୍ରଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏତଲାକାରିଣୀଙ୍କୁ ଧମକ ନ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜୁନ୍‌ ୧୪ ତାରିଖରେ ତ୍ରୈଲୋକ୍ୟ ମିଶ୍ର, ତାଙ୍କ ପତ୍ନୀ ଓ ପୁଅଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ ଲୋପାମୁଦ୍ରା ମିଶ୍ର।

ଗତ ୧୭ ତାରିଖରେ ତ୍ରୈଲୋକ୍ୟ ମିଶ୍ରଙ୍କ ଘରେ ପୋଲିସ୍‌ ଲଟକା ଜାରି କରିଥିଲା।

Related story