ମାଓବାଦୀଙ୍କ ବନ୍ଦ ଡାକରାର ତୃତୀୟ ଦିନ; ଚିତ୍ରକୋଣ୍ଡା ହାଟ ଖାଁ ଖାଁ

ଚିତ୍ରକୋଣ୍ଡା: ମାଓବାଦୀଙ୍କ ବନ୍ଦ ଡାକରାର ଆଜି ହେଉଛି ତୃତୀୟ ଦିନ। ଏହି ବନ୍ଦ ଦ୍ଵାରା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ବସୁଥିବା ସାପ୍ତାହିକ ହାଟ ପ୍ରଭାବିତ ହୋଇଛି। ସ୍ଥାନୀୟ କିଛି ଲୋକଙ୍କୁ ଛାଡ଼ି ଦେଲେ ହାଟ ଖାଲି ଖାଲି ଦେଖାଯାଇଥିଲା। ବିଚ୍ଛିନାଞ୍ଚଳର ଲୋକମାନେ ଏହି  ସାପ୍ତାହିକ ହାଟ ଉପରେ ନିର୍ଭର କରିଥା’ନ୍ତି। କିନ୍ତୁ ସେମାନଙ୍କ ଗହଳି ଚହଳି ଆଜି ଦେଖିବାକୁ ମିଳି ନାହିଁ। ବ୍ୟବସାୟ ପ୍ରଭାବିତ ହୋଇଥିବା ଦୋକାନୀମାନେ କହିଛନ୍ତି। ଗାଡ଼ି ବନ୍ଦ ଥିବାରୁ ଚିତ୍ରକୋଣ୍ଡା ଆଖପାଖ ଗାଁର ଲୋକେ […]

chitrakonda

Rakesh Mallick
  • Published: Sunday, 04 December 2016
  • , Updated: 04 December 2016, 06:49 PM IST

ଚିତ୍ରକୋଣ୍ଡା: ମାଓବାଦୀଙ୍କ ବନ୍ଦ ଡାକରାର ଆଜି ହେଉଛି ତୃତୀୟ ଦିନ। ଏହି ବନ୍ଦ ଦ୍ଵାରା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ବସୁଥିବା ସାପ୍ତାହିକ ହାଟ ପ୍ରଭାବିତ ହୋଇଛି। ସ୍ଥାନୀୟ କିଛି ଲୋକଙ୍କୁ ଛାଡ଼ି ଦେଲେ ହାଟ ଖାଲି ଖାଲି ଦେଖାଯାଇଥିଲା। ବିଚ୍ଛିନାଞ୍ଚଳର ଲୋକମାନେ ଏହି  ସାପ୍ତାହିକ ହାଟ ଉପରେ ନିର୍ଭର କରିଥା’ନ୍ତି। କିନ୍ତୁ ସେମାନଙ୍କ ଗହଳି ଚହଳି ଆଜି ଦେଖିବାକୁ ମିଳି ନାହିଁ। ବ୍ୟବସାୟ ପ୍ରଭାବିତ ହୋଇଥିବା ଦୋକାନୀମାନେ କହିଛନ୍ତି। ଗାଡ଼ି ବନ୍ଦ ଥିବାରୁ ଚିତ୍ରକୋଣ୍ଡା ଆଖପାଖ ଗାଁର ଲୋକେ ମଧ୍ୟ ହାଟକୁ ଆସି ନ ଥିବା ଦେଖିବାକୁ ମିଳିଥିଲା।

Related story