ନବରଙ୍ଗପୁର: ମଣ୍ଡେଇ-୨୦୧୫ ପାଇଁ ପ୍ରସ୍ତୁତି

ନବରଙ୍ଗପୁର: ଗଣପର୍ବ ମଣ୍ଡେଇ ୨୦୧୫ ପାଳନ ନିମନ୍ତେ ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡେଇ ମହୋତ୍ସବ ସହ ନାଟକ ମହୋତ୍ସବ, କବିତା ଆସର, ମୁକ୍ତ ପ୍ରଶ୍ନମଞ୍ଚ ଓ ପ୍ରଥମ ଥର ପାଇଁ ଦୁଇଦିନ ଧରି ଦେଶୀଆ ନାଟକ ମଞ୍ଚସ୍ଥ କରାଯିବ। ଦର୍ଶକଙ୍କୁ ଆକୃଷ୍ଠ କରିବା ପାଇଁ ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯିବା ସହ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ସାଂସ୍କୃତିକ ଦଳ ନୃତ୍ୟ […]

nabarangapur

Rakesh Mallick
  • Published: Thursday, 24 December 2015
  • , Updated: 24 December 2015, 04:45 AM IST

ନବରଙ୍ଗପୁର: ଗଣପର୍ବ ମଣ୍ଡେଇ ୨୦୧୫ ପାଳନ ନିମନ୍ତେ ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡେଇ ମହୋତ୍ସବ ସହ ନାଟକ ମହୋତ୍ସବ, କବିତା ଆସର, ମୁକ୍ତ ପ୍ରଶ୍ନମଞ୍ଚ ଓ ପ୍ରଥମ ଥର ପାଇଁ ଦୁଇଦିନ ଧରି ଦେଶୀଆ ନାଟକ ମଞ୍ଚସ୍ଥ କରାଯିବ। ଦର୍ଶକଙ୍କୁ ଆକୃଷ୍ଠ କରିବା ପାଇଁ ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯିବା ସହ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ସାଂସ୍କୃତିକ ଦଳ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ସଭାରେ ନବରବଙ୍ଗପୁର ବିଧାୟକ ମନୋହର ରନ୍ଧାରୀ, ଡାବୁଗାଁ ବିଧାୟକ ଭୂଜବଳ ମାଝିଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।

Related story