ରାଜାଶ୍ରୀ-ବର୍ଷାସୋନୀ ଆପୋଷ ବୁଝାମଣା ବିଫଳ
ବାଲେଶ୍ୱର: ରାଜାଶ୍ରୀ ମହାନ୍ତିଙ୍କ ଛାଡ଼ପତ୍ର ମାମଲାର ଆପୋଷ ବୁଝାମଣା ବିଫଳ ହୋଇଛି। ଏହି ମାମଲାର ଶୁଣାଣି ପାଇଁ ଶୁକ୍ରବାର ବାଲେଶ୍ୱର ପରିବାର ଅଦାଲତରେ ହାଜର ହୋଇଥିଲେ ରାଜାଶ୍ରୀ ଓ ବର୍ଷାସୋନୀ। ଏହାପରେ ଉଭୟଙ୍କୁ କାଉନସେଲିଂ କରାଯାଇଥିଲା। ଉଭୟ ପକ୍ଷ ନିଜ ନିଜ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିବା ସହିତ ବିବାଦର ସମାଧାନ ପାଇଁ ଅନୁରୋଧ କରିଥିଲେ। କିନ୍ତୁ ସମାଧାନର ବାଟ ବାହାରି ପାରିନଥିଲା।