ରାୟଗଡା: ପିଡିଏସ୍ ଚାଉଳ ହେରଫେର୍ ଘଟଣାର ତଦନ୍ତ ରିପୋର୍ଟ ଦାଖଲ କଲେ ଜିଲ୍ଲା ଯୋଗାଣ ବିଭାଗ

ରାୟଗଡ଼ା: ଥୁଆପାଡ଼ି ପଞ୍ଚାୟତରେ ପିଡ଼ିଏସ୍ ଚାଉଳ ହେରଫେର୍ ଘଟଣାର ତଦନ୍ତ ରିପୋର୍ଟ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଦାଖଲ କରାଯାଇଛି। ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି, ଗତ ଅକ୍ଟୋବରରେ ୧୬୨ କୁଇଣ୍ଟାଲ ଚାଉଳ ଉଠାଇଥିଲେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ। ମାତ୍ର ଏହା ହିତାଧିକାରୀଙ୍କୁ ବାଣ୍ଟା ଯାଇ ନ ଥିଲା। ଏହା ଜଣାପଡ଼ିବା ପରେ ଅତ୍ୟାବଶକ ସାମଗ୍ରୀ ଆଇନ୍ ଅନୁଯାୟୀ ଏକ ମାମଲା ରୁଜୁ କରି ଜିଲ୍ଲାପାଳଙ୍କୁ ଏହାର ପ୍ରାଥମିକ ତଦନ୍ତ ରିପୋର୍ଟ ପ୍ରଦାନ କରାଯାଇଥିବା ଜିଲ୍ଲା ଯୋଗାଣ […]

pds

Rakesh Mallick
  • Published: Friday, 20 November 2015
  • , Updated: 20 November 2015, 06:38 AM IST

ରାୟଗଡ଼ା: ଥୁଆପାଡ଼ି ପଞ୍ଚାୟତରେ ପିଡ଼ିଏସ୍ ଚାଉଳ ହେରଫେର୍ ଘଟଣାର ତଦନ୍ତ ରିପୋର୍ଟ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଦାଖଲ କରାଯାଇଛି। ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି, ଗତ ଅକ୍ଟୋବରରେ ୧୬୨ କୁଇଣ୍ଟାଲ ଚାଉଳ ଉଠାଇଥିଲେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ। ମାତ୍ର ଏହା ହିତାଧିକାରୀଙ୍କୁ ବାଣ୍ଟା ଯାଇ ନ ଥିଲା। ଏହା ଜଣାପଡ଼ିବା ପରେ ଅତ୍ୟାବଶକ ସାମଗ୍ରୀ ଆଇନ୍ ଅନୁଯାୟୀ ଏକ ମାମଲା ରୁଜୁ କରି ଜିଲ୍ଲାପାଳଙ୍କୁ ଏହାର ପ୍ରାଥମିକ ତଦନ୍ତ ରିପୋର୍ଟ ପ୍ରଦାନ କରାଯାଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ନୀଳକଣ୍ଠ ମହାନ୍ତି କହିଛନ୍ତି।

Related story