ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟକୁ ନେଇ ରାଜ୍ୟପାଳକଙ୍କୁ ସ୍ମାରକପତ୍ର

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ ବେଆଇନ କାର୍ଯ୍ୟକୁ ନେଇ ରେଭେନ୍ସା ବଞ୍ଚାଅ କମିଟି ପକ୍ଷରୁ ଆଜି ରାଜ୍ୟପାଳ ଏସସି ଜମିରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତିରେ ବ୍ୟାପକ ଜାଲିଆତି ହେବା ସହ ଏ ନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ କୂଳପତି ଭୁଲ ତଥ୍ୟ ପ୍ରଦାନ କରିଥିବା କମିଟି ଅଭିଯୋଗ କରିବା ସହ ରାଜ୍ୟପାଳଙ୍କୁ ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରିଛି। ୟୁଜିସି ନିର୍ଦ୍ଦେଶାବଳୀ ଅନୁଯାଇ ୮ବର୍ଷ ଅଧ୍ୟାପନା ବା ଗବେଷଣାର […]

gov meet

Rakesh Mallick
  • Published: Wednesday, 24 February 2016
  • , Updated: 24 February 2016, 04:20 PM IST

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ ବେଆଇନ କାର୍ଯ୍ୟକୁ ନେଇ ରେଭେନ୍ସା ବଞ୍ଚାଅ କମିଟି ପକ୍ଷରୁ ଆଜି ରାଜ୍ୟପାଳ ଏସସି ଜମିରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତିରେ ବ୍ୟାପକ ଜାଲିଆତି ହେବା ସହ ଏ ନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ କୂଳପତି ଭୁଲ ତଥ୍ୟ ପ୍ରଦାନ କରିଥିବା କମିଟି ଅଭିଯୋଗ କରିବା ସହ ରାଜ୍ୟପାଳଙ୍କୁ ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରିଛି। ୟୁଜିସି ନିର୍ଦ୍ଦେଶାବଳୀ ଅନୁଯାଇ ୮ବର୍ଷ ଅଧ୍ୟାପନା ବା ଗବେଷଣାର ଅଭିଜ୍ଞତା ଥିଲେ ଜଣେ ଅଧ୍ୟାପକ ହୋଇପାରିବ। ତେବେ କିଛି ଅଧ୍ୟାପକଙ୍କ କ୍ଷେତ୍ରରେ ଏହାର ଉଲ୍ଲଂଘନ ହୋଇଥିବା କମିଟି ଅଭିଯୋଗ କରିଛି। ଏହାସହ ଜିନିଷପତ୍ର କିଣାରେ ମଧ୍ୟ ଦୁର୍ନୀତି ହୋଇଥିବା ସ୍ମାରକପତ୍ରରେ ଦର୍ଶାଯାଇଛି। ଘଟଣାର ତଦନ୍ତ କରାଯିବା ସହ ଏକ ସ୍ୱତନ୍ତ୍ର ପରଫରମାନ୍ସ ଅଡିଟ୍ ପାଇଁ କମିଟି ରାଜ୍ୟପାଳଙ୍କ ନିକଟରେ ନିବେଦନ କରିଛି।

କମିଟି ଆଣିଥିବା ଅଭିଯୋଗ ପୁରୁଣା। ଅଡିଟ୍ ରିପୋର୍ଟର ଉତ୍ତର ଦିଆ ସାରିଲାଣି। ଯେଉଁଠି ବିଶ୍ୱବିଦ୍ୟାଳୟ ପକ୍ଷରୁ ଯାହା ପଦକ୍ଷେପ ନିଆଯିବା କଥା ନିଆଯାଉଛି ବୋଲି ରେଭେନ୍ସା ବିଶ୍ୱବିଦ୍ୟାଳୟ ଭିସି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡଙ୍ଗୀ କହିଛନ୍ତି।

Related story