ଛାତ୍ର ସଂସଦ ନିର୍ବାଚନ: ନାମାଙ୍କନ ଫର୍ମ ନ ମିଳିବା ନେଇ ସମ୍ୱଲପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

ସମ୍ୱଲପୁର: ସମ୍ୱଲପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ଫର୍ମ ନ ମିଳିବାରୁ ଆଜି କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ୟକ୍ତ ଛାତ୍ର ପିଜି କାଉନସିଲର୍ ଅଧ୍ୟାକ୍ଷଙ୍କ ପ୍ରକୋଷ୍ଠରେ ତାଲା ପକାଇ ବିରୋଧ ପ୍ରଦର୍ଶନ କରିଥିଲେ। ନାମାଙ୍କନ ଫର୍ମ ମିଳିବାର ଶେଷ ତାରିଖ ୩ ତାରିଖ ଥିବା ବେଳେ ସେଦିନ କିଛି ଆଶାୟୀ ପ୍ରାର୍ଥୀ ଫର୍ମ ପାଇବାରେ ବଞ୍ଚିତ ହୋଇଥିଲେ। ତେବେ ନାମାଙ୍କନ ଫର୍ମ ଆଜି ପୁଣିଥରେ ଇସୁ ହେବା ନେଇ […]

samblpur

Rakesh Mallick
  • Published: Monday, 05 October 2015
  • , Updated: 05 October 2015, 08:18 AM IST

ସମ୍ୱଲପୁର: ସମ୍ୱଲପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ଫର୍ମ ନ ମିଳିବାରୁ ଆଜି କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ୟକ୍ତ ଛାତ୍ର ପିଜି କାଉନସିଲର୍ ଅଧ୍ୟାକ୍ଷଙ୍କ ପ୍ରକୋଷ୍ଠରେ ତାଲା ପକାଇ ବିରୋଧ ପ୍ରଦର୍ଶନ କରିଥିଲେ। ନାମାଙ୍କନ ଫର୍ମ ମିଳିବାର ଶେଷ ତାରିଖ ୩ ତାରିଖ ଥିବା ବେଳେ ସେଦିନ କିଛି ଆଶାୟୀ ପ୍ରାର୍ଥୀ ଫର୍ମ ପାଇବାରେ ବଞ୍ଚିତ ହୋଇଥିଲେ। ତେବେ ନାମାଙ୍କନ ଫର୍ମ ଆଜି ପୁଣିଥରେ ଇସୁ ହେବା ନେଇ ଭିସି ପ୍ରତିଶ୍ରୁତି ଦେବା ପରେ  ଛାତ୍ରଛାତ୍ରୀ ଶାନ୍ତ ପଡିଥିଲେ। ଏହାପରେ ପିଜି କାଉନସିଲ ଅଫିସ ଖୋଲିଥିଲା।

 

Related story