Advertisment

ସୁପ୍ରିମ୍ କୋର୍ଟରେ ନୂଆ ସତ୍ୟପାଠ ଦାଖଲ କଲା ସିବିଏସଇ

ନୂଆଦିଲ୍ଲୀ: ଦ୍ୱାଦଶ ପରୀକ୍ଷା ଫଳାଫଳ ପ୍ରସଙ୍ଗକୁ ନେଇ ସିବିଏସଇ ସୁପ୍ରିମ୍ କୋର୍ଟରେ ନୂଆ ସତ୍ୟପାଠ ଦାଖଲ କରିଛି। ଏହି ନୂଆ ସତ୍ୟପାଠରେ ସିବିଏସଇ କହିଛି ଯେ ଜୁଲାଇ ୩୧ ତାରିଖରେ ପରୀକ୍ଷାର ରେଜଲ୍ଟ ଘୋଷଣା କରାଯାଉ ଏବଂ ରେଜଲ୍ଟ ସମ୍ବନ୍ଧିତ ବିବାଦ କମିଟିକୁ ପଠାଯାଉ। ସେହିପରି ବିକଳ୍ପ ପରୀକ୍ଷା ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନର ସୁବିଧା ହେବା ଦରକାର ଏବଂ ଯଦି ସ୍ଥିତି ଅନୁକୂଳ ରୁହେ, ତାହେଲେ ବିକଳ୍ପ ପରୀକ୍ଷା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ […]

ଅଦ୍ୟତନ ହୋଇଛି
ସୁପ୍ରିମ୍ କୋର୍ଟରେ ନୂଆ ସତ୍ୟପାଠ ଦାଖଲ କଲା ସିବିଏସଇ

cbse

Advertisment

ନୂଆଦିଲ୍ଲୀ: ଦ୍ୱାଦଶ ପରୀକ୍ଷା ଫଳାଫଳ ପ୍ରସଙ୍ଗକୁ ନେଇ ସିବିଏସଇ ସୁପ୍ରିମ୍ କୋର୍ଟରେ ନୂଆ ସତ୍ୟପାଠ ଦାଖଲ କରିଛି। ଏହି ନୂଆ ସତ୍ୟପାଠରେ ସିବିଏସଇ କହିଛି ଯେ ଜୁଲାଇ ୩୧ ତାରିଖରେ ପରୀକ୍ଷାର ରେଜଲ୍ଟ ଘୋଷଣା କରାଯାଉ ଏବଂ ରେଜଲ୍ଟ ସମ୍ବନ୍ଧିତ ବିବାଦ କମିଟିକୁ ପଠାଯାଉ।

Advertisment

ସେହିପରି ବିକଳ୍ପ ପରୀକ୍ଷା ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନର ସୁବିଧା ହେବା ଦରକାର ଏବଂ ଯଦି ସ୍ଥିତି ଅନୁକୂଳ ରୁହେ, ତାହେଲେ ବିକଳ୍ପ ପରୀକ୍ଷା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ କରାଯିବା ଦରକାର। ବିକଳ୍ପ ପରୀକ୍ଷାରେ ପ୍ରାପ୍ୟ ମାର୍କକୁ ଫାଇନାଲ୍ ବୋଲି ଗଣନା କରାଯିବ।

ସୂଚନାଯୋଗ୍ୟ, ଦ୍ୱାଦଶର ବୋର୍ଡ ପରୀକ୍ଷା ମାମଲାରେ ସୁପ୍ରିମ କୋର୍ଟ ସିବିଏସଇକୁ କହିଛନ୍ତି ଯେ ଆମେ ଆପଣଙ୍କର ଯୋଜନା ସହିତ ସିଦ୍ଧାନ୍ତରେ ସହମତ ହୋଇଛୁ, କିନ୍ତୁ କିଛି ଆବେଦନରେ ବୋର୍ଡ ପରୀକ୍ଷା ବାତିଲ କରିବାକୁ ଚ୍ୟାଲେଞ୍ଜ କରାଯାଇଛି। ଏଥିପାଇଁ ଆବେଦନକାରୀଙ୍କ କଥା ଶୁଣିବା ମଧ୍ୟ ଆବଶ୍ୟକ।ଯେଉଁ ଆବେଦନ ଦାଖଲ ହୋଇଛି କୋର୍ଟ କେବଳ ତା'ର ଶୁଣାଣି କରିବେ। କୋର୍ଟ ଏବେ ନୂଆ ଆବେଦନ ଉପରେ ଶୁଣାଣି କରିବେ ନାହିଁ।

Advertisment

ସୁପ୍ରିମ୍ କୋର୍ଟ ମଙ୍ଗଳବାର ଦ୍ୱିପହର ୨ଟା ବେଳେ ଆବେଦନ ଉପରେ ଶୁଣାଣି କରିବେ। ପୂର୍ବ ଶୁଣାଣିରେ ସୁପ୍ରିମ୍ କୋର୍ଟ ସିବିଏସଓ ଓ ଆଇସିଏସଇକୁ କହିଥିଲେ ଯେ ଛାତ୍ରଛାତ୍ରୀମାନଙ୍କୁ କୌଣସି ପରିସ୍ଥିତିରେ ସେମାନଙ୍କର ମାର୍କକୁ ସୁଧାରିବା ପାଇଁ ପରୀକ୍ଷାରେ ବସିବାକୁ ସୁଯୋଗ ମିଳୁ ଏବଂ ଫଳାଫଳା ଘୋଷଣା କରିବ ସମୟ ସୀମା ଓ ବିକଳ୍ପ ପରୀକ୍ଷା ଆୟୋଜନ କରିବାର ତାରିଖ ସମ୍ବନ୍ଧରେ ସୂଚନା ଦିଆଯାଉ।

CBSE Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe