Advertisment

ଛାତ୍ରଛାତ୍ରୀଙ୍କ ସିଲାବସକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଲା ସିବିଏସଇ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କ ପାଇଁ ସିଲାବସ୍ ପ୍ରକାଶ କରିଛି। ବିଦ୍ୟାର୍ଥୀ ଆଶା ରଖିଥିଲେ ପୂର୍ବ ଶିକ୍ଷା ବର୍ଷ ତୁଳନାରେ ଚଳିତଥର ମଧ୍ୟ ପାଠ୍ୟ ଖସଡ଼ା ହ୍ରାସ କରିପାରେ ସିବିଏସଇ। ହେଲେ ସିବିଏସଇ ନୂଆ ଶିକ୍ଷାବର୍ଷ ପାଇଁ ସିଲାବସ୍ ପ୍ରକାଶ କରିଛି ଯେଉଁଥିରେ ଏଥର ସିଲାବସରେ କୌଣସି ରିହାତି ଦେଇ ନାହିଁ। ପୂର୍ବ ବର୍ଷ ସିବିଏସଇ ଯେଉଁ ବିଷୟ ବସ୍ତୁକୁ ହଟାଇ ଦେଇଥିଲା ଚଳିତଥର ପୁଣିଥରେ ଯୋଡ଼ିଛି। […]

ଅଦ୍ୟତନ ହୋଇଛି
ସିବିଏସଇ ବୋର୍ଡ ପରୀକ୍ଷା ସ୍ଥଗିତ କରିବାକୁ ତେଜିଲା ଦାବି

CBSE

Advertisment

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କ ପାଇଁ ସିଲାବସ୍ ପ୍ରକାଶ କରିଛି। ବିଦ୍ୟାର୍ଥୀ ଆଶା ରଖିଥିଲେ ପୂର୍ବ ଶିକ୍ଷା ବର୍ଷ ତୁଳନାରେ ଚଳିତଥର ମଧ୍ୟ ପାଠ୍ୟ ଖସଡ଼ା ହ୍ରାସ କରିପାରେ ସିବିଏସଇ। ହେଲେ ସିବିଏସଇ ନୂଆ ଶିକ୍ଷାବର୍ଷ ପାଇଁ ସିଲାବସ୍ ପ୍ରକାଶ କରିଛି ଯେଉଁଥିରେ ଏଥର ସିଲାବସରେ କୌଣସି ରିହାତି ଦେଇ ନାହିଁ। ପୂର୍ବ ବର୍ଷ ସିବିଏସଇ ଯେଉଁ ବିଷୟ ବସ୍ତୁକୁ ହଟାଇ ଦେଇଥିଲା ଚଳିତଥର ପୁଣିଥରେ ଯୋଡ଼ିଛି।

Advertisment

ସୂଚନାଯୋଗ୍ୟ, ଗତବର୍ଷ କରୋନା ବେଳେ ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ଥିବାରୁ ପାଠପଢ଼ା ପ୍ରଭାବିତ ହୋଇଥିଲା। ଲକଡାଉନ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମୁଖ୍ୟତଃ ଅନଲାଇନ ଉପରେ ନିର୍ଭରଶୀଳ ଥିଲା। ହେଲେ ଘରେ ରହି ବିଦ୍ୟାର୍ଥୀ ପାଠ ପଢ଼ୁଥିବାରୁ ପାଠପଢ଼ା ପ୍ରଭାବିତ ହୋଇଥିଲା। ଯାହାକୁ ନେଇ ଅଭିଭାବକ ମାନେ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ। ଏହାପରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ସିବିଏସଇକୁ ପାଠ୍ୟ ଖସଡ଼ା କମାଇବା ପାଇଁ ପରାମର୍ଶ ଦେଇଥିଲା। ଏହାପରେ ସିବିଏସଇ ନବମରୁ ଦ୍ୱାଦଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଠ୍ୟ ଖସଡ଼ାର ୩୦ ପ୍ରତିଶତ କମାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe