Advertisment

ମାଟ୍ରିକ୍ ରେଜଲ୍ଟ: ଖୋର୍ଦ୍ଧା ମାରିଲା ବାଜି, ପଛରେ ପଡ଼ିଗଲା ନୂଆପଡ଼ା

୨୬୪୪ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। କୌଣସି ସ୍କୁଲ୍‌ରେ ୦% ରେଜଲ୍ଟ ହୋଇନାହିଁ।

author-image
Jitendra Garnayak
Students

Students

ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ପାସ୍ ହାର ରହିଛି ୯୬.୦୭%। ଏଥର ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୫ ଲକ୍ଷ ୩୦ ହଜାର ୧୫୩ ଜଣ ପାସ୍ କରିଛନ୍ତି। ୨୬୪୪ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। କୌଣସି ସ୍କୁଲ୍‌ରେ ୦% ରେଜଲ୍ଟ ହୋଇନାହିଁ। ଆଉ ଖୋର୍ଦ୍ଧା ଜିଲ୍ଲାରେ ପାସ୍ ହାର ସବୁଠୁ ଅଧିକ ରହିଥିବା ବେଳେ ପଛରେ ପଡ଼ିଯାଇଛି ନୂଆପଡ଼ା। କିନ୍ତୁ ସବୁ ଜିଲ୍ଲାରେ ପାସ୍ ହାର ୯୦% ଉପରେ ରହିଛି।  

Advertisment

ଖୋର୍ଦ୍ଧା ଜିଲ୍ଲାରେ ପାସ୍ ହାର ସର୍ବାଧିକ ୯୭.୯୮% ରହିଥିବା ବେଳେ ନୂଆପଡ଼ାରେ ସର୍ବନିମ୍ନ ୯୩.୯୧ % ରହିଛି। ସେହିପରି କଟକରେ ପାସ୍ ହାର ୯୭.୫୮% ରହିଥିବା ବେଳେ ଜଗତସିଂହପୁରରେ ୯୭.୬, କେନ୍ଦ୍ରାପଡ଼ାରେ ୯୫.୭୭, ଯାଜପୁରରେ ୯୫.୯୨, ଅନୁଗୋଳରେ ୯୬.୬୩, ଢେଙ୍କାନାଳରେ ୯୫.୧୨, ପୁରୀରେ ୯୬.୭୬, ନୟାଗଡ଼ରେ ୯୬.୨୩, ବାଲେଶ୍ୱରରେ ୯୬.୧ ଓ ଭଦ୍ରକରେ ୯୬.୭୩ % ରହିଛି।

ସେହିପରି କେନ୍ଦୁଝର ଜିଲ୍ଲାରେ ପାସ୍ ହାର ୯୪.୮% ରହିଥିବା ବେଳେ ମୟୂରଭଞ୍ଜରେ ୯୫.୭, ଗଜପତିରେ ୯୭.୦୮, ଗଞ୍ଜାମରେ ୯୭.୦୬, ବୌଦ୍ଧରେ ୯୫.୪୯, କନ୍ଧମାଳରେ ୯୬.୬, କଳାହାଣ୍ଡିରେ ୯୫.୮୬, ନୂଆପଡ଼ାରେ ୯୩.୯୧, ବରଗଡ଼ରେ ୯୭.୬୪, ସମ୍ବଲପୁରରେ ୯୬.୭୩, ଦେବଗଡ଼ରେ ୯୬.୭୧, ଝାରସୁଗୁଡ଼ାରେ ୯୭.୨୮, ବଲାଙ୍ଗିରରେ ୯୪.୩୯, ସୁବର୍ଣ୍ଣପୁରରେ ୯୭.୧୧, ସୁନ୍ଦରଗଡ଼ରେ ୯୭.୨୪, କୋରାପୁଟରେ ୯୪.୮୨, ମାଲକାନଗିରିରେ ୯୫.୦୪, ନବରଙ୍ଗପୁରରେ ୯୪.୮୮ ଓ ରାୟଗଡ଼ାରେ ପାସ୍ ହାର ୯୬.୧୬% ରହିଛି। 

Advertisment
Matric Result Odisha Matric Result