ଲାକ୍ଷାଦ୍ୱୀପ-ମାଳଦ୍ୱୀପକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ସ୍ୱର ଉଠାଇଲେ ବଲିଉଡ କଳାକାର। ମାଳଦ୍ୱୀପ ମନ୍ତ୍ରୀଙ୍କ ବିବାଦୀୟ ଟିପ୍ପଣୀ ପରେ ଆଗକୁ ଆସିଛନ୍ତି ବଲିଉଡ୍ କଳାକାର। ମାଳଦ୍ୱୀପ ତୁଳନାରେ ଲାକ୍ଷାଦ୍ୱୀପ କୁ ପ୍ରଶଂସା କରିବା ସହ ଭାରତର ଭ୍ରମଣ ସ୍ଥାନକୁ ଲୋକଲୋଚନକୁ ଆଣିବା ପାଇଁ ବଲିଉଡ କଳାକାରମାନେ ଆହ୍ୱାନ କରିଛନ୍ତି।
ଅକ୍ଷୟ କୁମାର, ସଲମାନ ଖାନଙ୍କଠାରୁ ଆରମ୍ଭ କରି କ୍ରିକେଟର ସଚିନ ତେନ୍ଦନ୍ଦୁଲକର ମଧ୍ୟ #ExploreIndianIslands ଲେଖି ଲାକ୍ଷାଦ୍ୱୀପର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଛନ୍ତି।
Came across comments from prominent public figures from Maldives passing hateful and racist comments on Indians. Surprised that they are doing this to a country that sends them the maximum number of tourists.
We are good to our neighbors but
why should we tolerate such… pic.twitter.com/DXRqkQFguN— Akshay Kumar (@akshaykumar) January 7, 2024
ଅକ୍ଷୟ କୁମାର ଏକ୍ସ ପୋଷ୍ଟରେ କହିଛନ୍ତି, "ମାଳଦ୍ୱୀପର ବିଶିଷ୍ଟ ଜନପ୍ରତିନିଧି ଭାରତ ଉପରେ ଘୃଣ୍ୟ ତଥା ଜାତିଆଣ ମନ୍ତବ୍ୟ ଦେଇଛନ୍ତି। ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ, ସେମାନେ ସେହି ଦେଶ ପ୍ରତି ଏପରି ବ୍ୟବହାର କରିଛନ୍ତି, ଯେଉଁ ଦେଶର ସର୍ବାଧିକ ସଂଖ୍ୟକ ପର୍ଯ୍ୟଟକ ମାଳଦ୍ୱୀପକୁ ଯାଇଥାନ୍ତି। ଆମେ ଆମ ପଡ଼ୋଶୀ ଦେଶକୁ ଭଲ ପାଉ, କିନ୍ତୁ ଏପରି ଘୃଣାକୁ ପସନ୍ଦ କରୁନା। କାହିଁକି ଏପରି ମନ୍ତବ୍ୟକୁ ସହ୍ୟ କରିବୁ? ମୁଁ ଅନେକ ଥର ମାଳଦ୍ୱୀପ ବୁଲି ସାରିଛି, ସର୍ବଦା ପ୍ରଶଂସା ମଧ୍ୟ କରିଆସୁଛି, କିନ୍ତୁ ପ୍ରଥମେ ଆମ ସମ୍ମାନ। ଆସନ୍ତୁ ଭାରତର ପର୍ଯ୍ୟଟନ କ୍ଷେତ୍ରକୁ ଆଗକୁ ବଢାଇବା #ExploreIndianIslands ।"
It is so cool to see our Hon PM Narendrabhai Modi at the beautiful clean n stunning beaches of Lakshadweep, and the best part is that yeh hamare India mein hain.
— Salman Khan (@BeingSalmanKhan) January 7, 2024
ସେହିପରି ସଲମାନ ଖାନ କହିଛନ୍ତି, "ପ୍ରଧାନମନ୍ତ୍ରୀଙ୍କୁ ଲାକ୍ଷାଦ୍ୱୀପ ଭଳି ସୁନ୍ଦର ଏବଂ ସ୍ୱଚ୍ଛ ବେଳାଭୂମିରେ ଦେଖି ଖୁବ୍ ଭଲ ଲଗିଲା। ସବୁଠୁ ବଡ କଥା ହେଉଛି କି, ଏହି ବେଳାଭୂମି ଆମ ଭାରତରେ ଅଛି।"
250+ days since we rang in my 50th birthday in Sindhudurg!
— Sachin Tendulkar (@sachin_rt) January 7, 2024
The coastal town offered everything we wanted, and more. Gorgeous locations combined with wonderful hospitality left us with a treasure trove of memories.
India is blessed with beautiful coastlines and pristine… pic.twitter.com/DUCM0NmNCz
ସେହିପରି କ୍ରିକେଟର ସଚିନ ତେନ୍ଦୁଲକର, ଅଭିନେତା ଜନ ଆବ୍ରାହମ ଏବଂ ଶ୍ରଦ୍ଧା କପୁର ମଧ୍ୟ ଲାକ୍ଷାଦ୍ୱୀପର ସୁନ୍ଦରତାକୁ ପ୍ରଶଂସା କରିଛନ୍ତି।
All these images and memes making me super FOMO now 😍
— Shraddha (@ShraddhaKapoor) January 7, 2024
Lakshadweep has such pristine beaches and coastlines, thriving local culture, I’m on the verge of booking an impulse chhutti ❤️
This year, why not #ExploreIndianIslands pic.twitter.com/fTWmZTycpO
With the amazing Indian hospitality, the idea of “Atithi Devo Bhava” and a vast marine life to explore. Lakshwadeep is the place to go.#exploreindianislands pic.twitter.com/CA1d9r0QZ5
— John Abraham (@TheJohnAbraham) January 7, 2024