ରେଖାଙ୍କ ଚିଠି ପଢି କାନ୍ଦି ପକାଇଲେ ଅମୀର: ଜାଣନ୍ତୁ କ’ଣ ଲେଖା ଥିଲା ଏଥିରେ

ମୁମ୍ବାଇ: ମିଷ୍ଟର ପରଫେକ୍ଟ ଅମୀର ଏକ ପାର୍ଟିରେ ଗୋଟେ ଚିଠି ପଢି କାନ୍ଦି ପକାଇ ଥିଲେ। ଚୀନ୍‌ରେ ‘ଦଙ୍ଗଲ’ ଭଲ ରୋଜଗାର କରିଥିବାରୁ ଏହି ପାର୍ଟିର ଆୟୋଜନ କରିଥିଲେ ଅମୀର। ଏଥିରେ ବଲିଉଡର ବହୁ କଳାକାର ଯୋଗ ଦେଇ ଅମୀରଙ୍କୁ ତାଙ୍କ ଫିଲ୍ମ ପାଇଁ ଅଭିନନ୍ଦନ ଜଣାଇଥିଲେ। ହେଲେ ପାର୍ଟିକୁ ଆସିଥିବା ଜଣେ ଅଭିନେତ୍ରୀ କିଛି କହିବା ବଦଳରେ ଅମୀରଙ୍କୁ ଏକ ଚିଠି ଧରାଇ ଦେଇଥିଲେ, ଯାହାକୁ ପଢ଼ି ଅମୀର କାନ୍ଦି ପକାଇଥିଲେ। କଥାଟା ଏମିତି ଥିଲା। […]

Rakesh Mallick
  • Published: Monday, 23 October 2017
  • Updated: 23 October 2017, 11:03 AM IST

Sports

Latest News

ମୁମ୍ବାଇ: ମିଷ୍ଟର ପରଫେକ୍ଟ ଅମୀର ଏକ ପାର୍ଟିରେ ଗୋଟେ ଚିଠି ପଢି କାନ୍ଦି ପକାଇ ଥିଲେ। ଚୀନ୍‌ରେ ‘ଦଙ୍ଗଲ’ ଭଲ ରୋଜଗାର କରିଥିବାରୁ ଏହି ପାର୍ଟିର ଆୟୋଜନ କରିଥିଲେ ଅମୀର। ଏଥିରେ ବଲିଉଡର ବହୁ କଳାକାର ଯୋଗ ଦେଇ ଅମୀରଙ୍କୁ ତାଙ୍କ ଫିଲ୍ମ ପାଇଁ ଅଭିନନ୍ଦନ ଜଣାଇଥିଲେ। ହେଲେ ପାର୍ଟିକୁ ଆସିଥିବା ଜଣେ ଅଭିନେତ୍ରୀ କିଛି କହିବା ବଦଳରେ ଅମୀରଙ୍କୁ ଏକ ଚିଠି ଧରାଇ ଦେଇଥିଲେ, ଯାହାକୁ ପଢ଼ି ଅମୀର କାନ୍ଦି ପକାଇଥିଲେ।

କଥାଟା ଏମିତି ଥିଲା। ଅମୀରଙ୍କ ପାର୍ଟିରେ ଅନ୍ୟମାନଙ୍କ ପରି ରେଖା ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଆପଣଙ୍କ ଜାଣିଥିବେ ରେଖା ଯେଉଁ ଯାଗାକୁ ଯାଇଥାନ୍ତି ସେଠିକାର ମାହୋଲ୍‌ରେ ଚାର ଚାନ୍ଦ ଲାଗି ଯାଇଥାଏ। ଏଠାରେ କିନ୍ତୁ ରେଖାଙ୍କ ଚିଠି ପଢି ଅମୀର କାନ୍ଦିବା ପରେ ପାର୍ଟିରେ ଯେମିତି ନିରବତା ଖେଳି ଯାଇଥିଲା।

ରେଖାଙ୍କ ଭଳି ଅଭିନେତ୍ରୀଙ୍କ ଚିଠି ପାଇ ଅମୀର ବହୁତ ଖୁସି ହୋଇଯାଇଥିଲେ। ସେ ପାର୍ଟିରେ ଏହାକୁ ଖୋଲି ମନେ ମନେ ପଢିଥିଲେ। ଏହି ସମୟରେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ପରେ ସେ ଚିଠିକୁ ନିଜ ପକେଟ୍‌ରେ ରଖି ଦେଇଥିଲେ। ଏହା ଦେଖି ସମସ୍ତେ ତାଜୁବ ହୋଇଯିବା ସହ ରେଖା ଏମିତି କ’ଣ ଲେଖି ଦେଲେ ଯେ, ଅମୀର କାନ୍ଦି ପକାଇଲେ ଭାବି ହେଉଥିଲେ। ଚିଠିରେ ରେଖା ଅମୀରଙ୍କୁ ବହୁତ ପ୍ରଶଂସା କରିଥିଲେ। ଏହା ଅମୀରଙ୍କୁ ଭାବବିହ୍ୱଳ କରି ଦେଇଥିଲା। ଅମୀର ଏତେ ଖୁସି ହୋଇଯାଇଥିଲେ ଯେ, ନିଜକୁ ସମ୍ଭାଳି ନପାରି କାନ୍ଦି ପକାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos