Advertisment

ଘର ଛାଡ଼ି ହୋଟେଲରେ ରହୁଛନ୍ତି ନାଗା ଚୈତନ୍ୟ!

ହାଇଦ୍ରାବାଦ: ଅଲଗା ହୋଇଯାଇଛନ୍ତି ସାଉଥର ସୁପରଷ୍ଟାର ଯୋଡି ନାଗା ଚୈତନ୍ୟ ଏବଂ ସମନ୍ଥା। ଦୁହେଁ ଅକ୍ଟୋବର ୨ରେ ଛାଡପତ୍ର ନେଇଥିବା ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ଏହାରି ଭିତରେ ନାଗା ଚୈତନ୍ୟ ଘର ଛାଡି ହୋଟେଲରେ ରହୁଥିବା କଥା ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ମୁତାବକ, ଗତ ଏକ ମାସ ହେଲା ନାଗା ଚୈତନ୍ୟ ହୋଟେଲରେ ଅଛନ୍ତି। ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ ହାଇଦ୍ରାବର ଏକ ଲଗଜୁରୀ ହୋଟେଲରେ ଅଛନ୍ତି ନାଗା ଚୈତନ୍ୟ। ସେ ଘର ଛାଡି […]

ଅଦ୍ୟତନ ହୋଇଛି
ଘର ଛାଡ଼ି ହୋଟେଲରେ ରହୁଛନ୍ତି ନାଗା ଚୈତନ୍ୟ!

Samantha and naga

Advertisment

ହାଇଦ୍ରାବାଦ: ଅଲଗା ହୋଇଯାଇଛନ୍ତି ସାଉଥର ସୁପରଷ୍ଟାର ଯୋଡି ନାଗା ଚୈତନ୍ୟ ଏବଂ ସମନ୍ଥା। ଦୁହେଁ ଅକ୍ଟୋବର ୨ରେ ଛାଡପତ୍ର ନେଇଥିବା ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ଏହାରି ଭିତରେ ନାଗା ଚୈତନ୍ୟ ଘର ଛାଡି ହୋଟେଲରେ ରହୁଥିବା କଥା ସାମ୍ନାକୁ ଆସିଛି।

Advertisment

ମିଡିଆ ରିପୋର୍ଟ ମୁତାବକ, ଗତ ଏକ ମାସ ହେଲା ନାଗା ଚୈତନ୍ୟ ହୋଟେଲରେ ଅଛନ୍ତି। ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ ହାଇଦ୍ରାବର ଏକ ଲଗଜୁରୀ ହୋଟେଲରେ ଅଛନ୍ତି ନାଗା ଚୈତନ୍ୟ। ସେ ଘର ଛାଡି ଚାଲି ଆସିଥିବା କୁହାଯାଉଛି। ଏହି ଖବର ଏବେ ସାମ୍ନାକୁ ଆସିବା ପରେ ପୁଣି ସାଉଥ ଇଣ୍ଡଷ୍ଟ୍ରିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।

ଶନିବାର ଦିନ ସମନ୍ଥା ଏବଂ ନାଗା ଚୈତନ୍ୟ ଛାଡପତ୍ର ନେଉଥିବା ନେଇ ଘୋଷଣା କରିଥିଲେ। ସମନ୍ଥା ନିଜ ସୋଶାଲ ମିଡିଆରେ ଏକ ଲମ୍ବା ଚଉଡା ମେସେଜ ଲେଖିଥିଲେ। ସେ କହିଥିଲେ 'ବେଶ ବିଚାର ବିମର୍ଶ ପରେ ଆମେ ଦୁହେଁ ସ୍ୱାମୀ-ସ୍ତ୍ରୀ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛୁ। ୧୦ ବର୍ଷରୁ ଅଧିକ ଦିନ ହେବ ଆମେ ଭଲ ବନ୍ଧୁ ଥିଲୁ। ଏହା ହିଁ ଆମ ସମ୍ପର୍କର ମୂଳଦୁଆ ଥିଲା। ଆମେ ଦୁହେଁ ଆଗକୁ ମଧ୍ୟ ଭଲ ବନ୍ଧୁ ହୋଇ ରହିବୁ ବୋଲି ମୋର ବିଶ୍ୱାସ। ଏଭଳି ଏକ ଅସୁବିଧା ସସମୟରେ ପ୍ରଶଂସକ, ଶୁଭଚିନ୍ତକ ଏବଂ ମିଡିଆ ବନ୍ଧୁମାନେ ଆମର ସାଥ ଦିଅନ୍ତୁ ବୋଲି ସେ ନିବେଦନ କରିଥିଲେ।'

Advertisment

ସେପଟେ ପୁଅ ବୋହୂଙ୍କ ଛାଡପତ୍ର ନେଇ ସାଉଥ ସୁପରଷ୍ଟାର ନାଗାର୍ଜୁନ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ ଟ୍ୱିଟରରେ ଏକ ପୋଷ୍ଟ ଶେଆର କରି ଲେଖିଥିଲେ, 'ସମନ୍ଥା ଏବଂ ଚୈତନ୍ୟଙ୍କ ମଧ୍ୟରେ ଯାହା ସବୁ ଘଟିଛି, ତାହା ବେଶ୍‌ ଦୁର୍ଭାଗ୍ୟପୂର୍ଣ୍ଣ। ଏହା ଉଭୟଙ୍କ ବ୍ୟକ୍ତିଗତ ମାମଲା। ଉଭୟ ସମନ୍ଥା ଏବଂ ଚୈତନ୍ୟ ମୋ ପାଇଁ ବେଶ୍‌ ପ୍ରିୟ। ମୋ ପରିବାର ସମନ୍ଥାଙ୍କ ସହ ବିତାଇଥିବା ସମସ୍ତ ମୁହୂର୍ତ୍ତକୁ ମନେ ରଖିବ ଏବଂ ସେ ଆମ ସମସ୍ତଙ୍କ ପାଇଁ ସର୍ବଦା ସ୍ୱତନ୍ତ୍ର ରହିବେ। ଭଗବାନ ଉଭୟଙ୍କୁ ସାହସ ଦିଅନ୍ତୁ।'

ସମନ୍ଥା ଏବଂ ନାଗା ଚୈତନ୍ୟଙ୍କ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା କଥା ଗତ କିଛି ଦିନ ଧରି ଚର୍ଚ୍ଚା ହେଉଥିଲା। ପ୍ରକୃତରେ ସମନ୍ଥାଙ୍କ ପୂରା ନାଁ ହେଇଛି ସମନ୍ଥା ରୁଥ ପ୍ରଭୁ। ବିବାହ ପରେ ସେ ଟ୍ୱିଟର ଆକାଉଣ୍ଟରେ ନିଜ ନାଁ ପଛରେ ସ୍ୱାମୀ ନାଗା ଚୈତନ୍ୟଙ୍କ ନାଁ ଯୋଡିଥିଲେ। ସେ ଟ୍ୱିଟରରେ ନିଜ ନାଁ ସମନ୍ଥା ଅକିନେନି ରଖିଥିଲେ। କିନ୍ତୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ପରେ ସମନ୍ଥା ନିଜ ସରନେମ୍‌ ବା ଉପନାମରୁ ଅକିନେନି ହଟାଇ ଦେଇଥିଲେ।

୨୦୧୭ ଅକ୍ଟୋବର ମାସରେ ସମନ୍ଥା ଏବଂ ନାଗା ଚୈତନ୍ୟଙ୍କ ବିଧିବଦ୍ଧ ଭାବେ ପରସ୍ପରର ହାତ ଧରିଥିଲେ। ଦୁହିଁଙ୍କ ବିବାହ ଦୁଇ ଥର ହୋଇଥିଲା। ପ୍ରଥମେ ହିନ୍ଦୁ ରୀତିନୀତି ଅନୁଯାୟୀ ଏବଂ ପରେ ଚର୍ଚ୍ଚରେ ହୋଇଥିଲା। ବିବାହ ପୂର୍ବରୁ ଦୁହେଁ ପରସ୍ପରକୁ ୧୦ ବର୍ଷ ଧରି ଡେଟ୍‌ କରିଥିଲେ। ଦୁହେଁ ଅନେକ ଫିଲ୍ମ ଏବଂ ବିଜ୍ଞାପନରେ ଏକାଠି କାମ କରିସାରିଛନ୍ତି। ତେବେ ବିବାହର ୪ ବର୍ଷ ପରେ ଏବେ ସାଉଥର ଏହି ପପୁଲାର ଯୋଡି ଅଲଗା ହୋଇଯାଇଛନ୍ତି।

Tollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe