Advertisment

ଅନୁଭବଙ୍କ ବିରୋଧରେ କୋର୍ଟ ଗଲେ ବର୍ଷା, ଆଣିଲେ ପାରିବାରିକ ହିଂସା ଅଭିଯୋଗ

ଭୁବନେଶ୍ୱର: ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ କେନ୍ଦ୍ରାପଡ଼ାର ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ମଧ୍ୟରେ ଉଠିଛି ପାରିବାରିକ ଝଡ଼। ନିଜର ଭରଣପୋଷଣ ପାଇଁ ବର୍ଷାଙ୍କୁ କଟକ ଏସ୍‌ଡିଜେଏମ୍‌ ଅଦାଲତଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିଛି। ପ୍ରୋଟେକ୍ସନ୍ ଅଫ୍‌ ଓମେନ୍ ଫ୍ରମ୍ ଡୋମେଷ୍ଟିକ୍‌ ଭାଓଲେନ୍ସ ଆକ୍ଟ ୨୦୦୫ ଅଧୀନରେ ଏହି ମୋକଦ୍ଦମା ଦାୟର କରାଯାଇଛି। ଏହି ମାମଲା ସମ୍ପର୍କରେ ଜିଲ୍ଲା କୋର୍ଟର ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ଏଥିରେ ପାରିବାରିକ ହିଂସା ସମ୍ପର୍କିତ ଅଭିଯୋଗ ଆସିଥିବା ଦର୍ଶାଯାଇଛି। ଗତ ମାସ […]

ଅଦ୍ୟତନ ହୋଇଛି
ବର୍ଷାଙ୍କୁ ଦିଲ୍ଲୀ କୋର୍ଟଙ୍କ ନୋଟିସ; ’ଡିସେମ୍ବର ୧୦ରେ ହାଜର ହୁଅ’

Anubhav-Barsha

Advertisment

ଭୁବନେଶ୍ୱର: ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ କେନ୍ଦ୍ରାପଡ଼ାର ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ମଧ୍ୟରେ ଉଠିଛି ପାରିବାରିକ ଝଡ଼। ନିଜର ଭରଣପୋଷଣ ପାଇଁ ବର୍ଷାଙ୍କୁ କଟକ ଏସ୍‌ଡିଜେଏମ୍‌ ଅଦାଲତଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିଛି। ପ୍ରୋଟେକ୍ସନ୍ ଅଫ୍‌ ଓମେନ୍ ଫ୍ରମ୍ ଡୋମେଷ୍ଟିକ୍‌ ଭାଓଲେନ୍ସ ଆକ୍ଟ ୨୦୦୫ ଅଧୀନରେ ଏହି ମୋକଦ୍ଦମା ଦାୟର କରାଯାଇଛି।

Advertisment

ଏହି ମାମଲା ସମ୍ପର୍କରେ ଜିଲ୍ଲା କୋର୍ଟର ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ଏଥିରେ ପାରିବାରିକ ହିଂସା ସମ୍ପର୍କିତ ଅଭିଯୋଗ ଆସିଥିବା ଦର୍ଶାଯାଇଛି। ଗତ ମାସ ଅର୍ଥାତ ଅଗଷ୍ଟ ୭ ତାରିଖରେ ଏହି ମୋକଦ୍ଦମା ଦାୟର କରାଯାଇଥିଲା। ଚଳିତ ମାସ ୭ ତାରିଖ ଦିନ ଏହାର ଶୁଣାଣି ଅଛି।

ତେବେ କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ୍ ଅଭିନେତା ଅନୁଭବ ପ୍ରତିକ୍ରୟାରେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା କିଛି ଲିଗାଲ ନୋଟିସ ଆସିନି, ଆସିଲେ ଜଣାଇବି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe