Advertisment

Ak vs Ak, ଅନୀଲଙ୍କୁ ଧୋକା ଦେଲେ ଅନୁରାଗ

ମୁମ୍ବାଇ: ବଲିଉଡର ମିଷ୍ଟର ଇଣ୍ଡିଆ ଅନୀଲ କପୁର ଏବଂ ନିର୍ଦ୍ଦେଶ ଅନୁରାଗ କଶ୍ୟପଙ୍କ ମଧ୍ୟରେ ଲାଗିଛି ଜୋରଦାର ଲଢ଼େଇ। କେତେବେଳେ ଟ୍ବିଟ ୱାର ତ ଆଉ କେତେବେଳେ କ୍ୟାମେରା ସାମ୍ନାରେ ଉଭୟ ମୁହାଁମୁହିଁ ହେଉଛନ୍ତି। ଦୁହିଁଙ୍କ ଝଗଡା ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି ।ଏଥିର କିନ୍ତୁ ସବୁ ଲିମିଟ୍‌ କ୍ରସ କରିଦେଇଛନ୍ତି ଏହି ଦୁଇ ଅଭିନେତା। ପୁରା ପବ୍ଲିକ ଆଗରେ କରୁଛନ୍ତି ଫାଇଟ। ଏପରିକି ଅନୀଲ କପୁରଙ୍କୁ ଏକ ଫିଲ୍ମରେ ଅଭିନୟ କରିବା ପାଇଁ କହି […]

ଅଦ୍ୟତନ ହୋଇଛି
Ak vs Ak, ଅନୀଲଙ୍କୁ ଧୋକା ଦେଲେ ଅନୁରାଗ

anil kapoor vs anurag

Advertisment

ମୁମ୍ବାଇ: ବଲିଉଡର ମିଷ୍ଟର ଇଣ୍ଡିଆ ଅନୀଲ କପୁର ଏବଂ ନିର୍ଦ୍ଦେଶ ଅନୁରାଗ କଶ୍ୟପଙ୍କ ମଧ୍ୟରେ ଲାଗିଛି ଜୋରଦାର ଲଢ଼େଇ। କେତେବେଳେ ଟ୍ବିଟ ୱାର ତ ଆଉ କେତେବେଳେ କ୍ୟାମେରା ସାମ୍ନାରେ ଉଭୟ ମୁହାଁମୁହିଁ ହେଉଛନ୍ତି। ଦୁହିଁଙ୍କ ଝଗଡା ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି ।ଏଥିର କିନ୍ତୁ ସବୁ ଲିମିଟ୍‌ କ୍ରସ କରିଦେଇଛନ୍ତି ଏହି ଦୁଇ ଅଭିନେତା। ପୁରା ପବ୍ଲିକ ଆଗରେ କରୁଛନ୍ତି ଫାଇଟ। ଏପରିକି ଅନୀଲ କପୁରଙ୍କୁ ଏକ ଫିଲ୍ମରେ ଅଭିନୟ କରିବା ପାଇଁ କହି ତାଙ୍କୁ ଅନୁରାଗ ଧୋକା ମଧ୍ୟ ଦେଇଛନ୍ତି ।

Advertisment

ଅପକମିଂ ଫିଲ୍ମ  Ak vs Ak ର ଟ୍ରେଲର ରିଲିଜ ହୋଇଯାଇଛି। ଏହି ଟ୍ରେଲରେ ଅନୀଲ ଓ ଅନୁରାଗଙ୍କ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଟ୍ରେଲରଟି କୋଣସି ଫିଲ୍ମ ଭଳି ନୁହେଁ ପ୍ରକୃତ ଘଟଣା ଭଳି ମନେ ହେଉଛି । ଭିନ୍ନ ଏକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମର ଟ୍ରେଲର ଏବେ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସୁଛି।

ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ପ୍ରକୃତ ଜୀବନ ଉପରେ ଆଧାରିତ ଫିଲ୍ମ ତିଆରି କରିବା ପାଇଁ ବେଶ ଜଣାଶୁଣା। ତାଙ୍କ ଫିଲ୍ମର ସ୍ବିଜରଲାଣ୍ଡଳ ସୁନ୍ଦରତା ଦେଖିବାକୁ ମିଳେନି, କିନ୍ତୁ ଦର୍ଶକ ଏହାକୁ ପସନ୍ଦ କରନ୍ତି। କାରଣ ଅନୁରାଗଙ୍କ ସମସ୍ତ ଫିଲ୍ମର କାହାଣୀ ପ୍ରକୃତ ଜୀବନରେ ଘଟୁଥିବା କିଛି କଥା ବସ୍ତୁକୁ ନେଇ ଆଧାରିତ ହୋଇଥାଏ।

ଏଭଳି ହିଁ ଏକ ଫିଲ୍ମ ହେଉଛି Ak vs Ak। ଫିଲ୍ମରେ ଅନୀଲ କପୁର ଏବଂ ଅନୁରାଗ କଶ୍ୟପ ଥିବାବେଳେ ଅନ୍ୟ ପ୍ରମୁଖ ଭୂମିକାରେ ସୋନମ କପୁର ମଧ୍ୟ ଅଛନ୍ତି । ବିକ୍ରମାଦିତ୍ୟ ମାଟୱାନିଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମରେ ଅନୀଲ କପୁର କିଡନାପ ହୋଇଯାଇଥିବା ନିଜ ଝିଅ (ସୋନମ କପୁର)ଙ୍କୁ ଖୋଜୁଛନ୍ତି। ବିଭିନ୍ନ ରାସ୍ତା ଏବଂ ଗଳି କନ୍ଦିରେ ବୁଲୁଛନ୍ତି, ଅନୁରାଗ କଶ୍ୟପ ମଧ୍ୟ ତାଙ୍କୁ ଏଭଳି କରିବା ପାଇଁ ବାଧ୍ୟ କରୁଥିବା ଦେଖିବାକୁ ମିଳିଛି। ଫିଲ୍ମଟି ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଖୁବ୍‌ଶୀଘ୍ର ରିଲିଜ ହେବ।

Advertisment

ଆଗକୁ ପଢନ୍ତୁ :  ନୂଆ ନୂଆ ବାହା ହୋଇଥିଲେ, ଉଠାଇଲେ ୬୦୦ କିଲୋ…

Bollywood Anil Kapoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe