Advertisment

ଖୁବଶୀଘ୍ର ‌ଆସୁଛି 'ଦବଙ୍ଗ'ର ଆନିମେଟେଡ୍ ସିରିଜ୍

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ ‘ଦବଙ୍ଗ’ର ଏକ ଆନିମେଟେଡ୍ ସିରିଜ୍ ଖୁବଶୀଘ୍ର ହେବାକୁ ଯାଉଛି। ଏହାର ଦୁଇଟି ସିଜିନ୍ ରହିବ। ପ୍ରଥମ ସିଜିନରେ 52 ଟି ଏପିସୋଡ୍ ରହିବ, ପ୍ରତ୍ୟେକ ଏପିସୋଡ୍ ଅଧ ଘଣ୍ଟାର ହେବ। ତେବେ ବର୍ତ୍ତମାନ ଏହାର ରିଲିଜ ପାଇଁ ବିଭିନ୍ନ OTT ପ୍ଲାଟଫର୍ମ ସହିତ ଆଲୋଚନା ଚାଲିଛି। ଅଭିନେତା ତଥା ନିର୍ମାତା ଅରବାଜ ଖାନ କହିଛନ୍ତି, ‘ଦବଙ୍ଗ ସିରିଜ୍‌କୁ ଆଗକୁ ବଢ଼ାଇବାର ସବୁଠ ଭଲ ଉପାୟ ହେଉଛି ଆନିମେଶନ୍। […]

author-image
Chinmayee Roy
ଅଦ୍ୟତନ ହୋଇଛି
ଖୁବଶୀଘ୍ର ‌ଆସୁଛି 'ଦବଙ୍ଗ'ର ଆନିମେଟେଡ୍ ସିରିଜ୍

dabang

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ 'ଦବଙ୍ଗ'ର ଏକ ଆନିମେଟେଡ୍ ସିରିଜ୍ ଖୁବଶୀଘ୍ର ହେବାକୁ ଯାଉଛି। ଏହାର ଦୁଇଟି ସିଜିନ୍ ରହିବ। ପ୍ରଥମ ସିଜିନରେ 52 ଟି ଏପିସୋଡ୍ ରହିବ, ପ୍ରତ୍ୟେକ ଏପିସୋଡ୍ ଅଧ ଘଣ୍ଟାର ହେବ। ତେବେ ବର୍ତ୍ତମାନ ଏହାର ରିଲିଜ ପାଇଁ ବିଭିନ୍ନ OTT ପ୍ଲାଟଫର୍ମ ସହିତ ଆଲୋଚନା ଚାଲିଛି।

Advertisment

ଅଭିନେତା ତଥା ନିର୍ମାତା ଅରବାଜ ଖାନ କହିଛନ୍ତି, ‘ଦବଙ୍ଗ ସିରିଜ୍‌କୁ ଆଗକୁ ବଢ଼ାଇବାର ସବୁଠ ଭଲ ଉପାୟ ହେଉଛି ଆନିମେଶନ୍। ଏହା ମାଧ୍ୟମରେ କାହାଣୀ ବର୍ଣ୍ଣନା ପାଇଁ ରଚନାତ୍ମକ ସ୍ୱାଧୀନତା ମିଳିବ ଏବଂ ଲମ୍ବା କାହାଣୀ ଅପେକ୍ଷା କ୍ଷୁଦ୍ର ଗଳ୍ପ ଉପରେ ଧ୍ୟାନ ଦେଇହେବ। ଏଥିରେ ଚୁଲବୁଲଙ୍କ ଚରିତ୍ରକୁ ଆନିମେଶନ୍ ମାଧ୍ୟମରେ ଏକ ନୂଆ ଅନ୍ଦାଜରେ ଦେଖିବାକୁ ମିଳିବ।

https://www.instagram.com/p/B9VvxM1laKc/?utm_source=ig_web_copy_link

ସଲମାନ୍‌ଙ୍କ ବ୍ୟତୀତ ଏହି ଆନିମେଟେଡ୍ ସିରିଜରେ ସୋନାକ୍ଷୀଙ୍କ ଚରିତ୍ର ରାଜ୍ଜୋ, ସ୍ୱର୍ଗତ ବିନୋଦ ଖାନ୍ନାଙ୍କ ଚରିତ୍ର ପ୍ରଜାପତି ଏବଂ ୩ଟି ଭାଗର ଭିଲେନ୍ ଛେଦି ସିଂ (ସୋନୁ ସୁଦ), ବଚ୍ଚା ଭୟା (ପ୍ରକାଶ ରାଜ) ଏବଂ ବାଲି (କିଚ୍ଚା ସୁଦୀପ)ଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଆନିମେଶନ୍ ଷ୍ଟୁଡିଓ 'କସ୍ମୋସ୍-ମାୟା' ଏହାକୁ ତିଆରି କରୁଛି। ଅରବାଜ କହିଛନ୍ତି ଯେ ସେ ବହୁତ ଖୁସି ଯେ ସେ 'କସ୍ମୋସ୍-ମାୟା' ସହିତ କାମ କରୁଛନ୍ତି, ଯାହା କି ଲକ୍ଷ ଲକ୍ଷ ହୃଦୟ ଜିତିସାରିଛି।

Advertisment
Bollywood News Salman Khan