ଅଣ୍ଡରୱାର୍ଲ୍ଡଙ୍କ ରାଜ୍‌ରୁ ବଲିଉଡ୍‌କୁ ରକ୍ଷା କରିଥିଲେ ସୁଷମା ଆଉ ଆଜି...

ମୁମ୍ବାଇ: ବଲିଉଡ ଓ ଅଣ୍ଡରୱାଲ୍ଡ ମଧ୍ୟରେ ବହୁ ପୁରୁଣା ସମ୍ପର୍କ ରହିଛି।  ଏମିତି ଏକ ସମୟ ଥିଲା ଯେତେବେଳେ ବଲିଉଡ ସେଇ ଅଣ୍ଡରୱାର୍ଲ୍ଡଙ୍କ ଅଧୀନରେ ଥିଲା। ଗ୍ୟାଙ୍ଗଷ୍ଟରମାନେ ଫିଲ୍ମ ପାଇଁ ଟଙ୍କା ଲଗାଉଥିଲେ। ଆଉ ନିର୍ଦ୍ଦେଶକମାନେ ବଟି ଦେଉଥିଲେ। ଆଉ ଆଜି ଯଦି ବଲିଉଡ ଅଣ୍ଡରୱାର୍ଲ୍ଡ କବଳରୁ ମୁକ୍ତିପାଇଥାଏ ତାହା କେବଳ ସୁଷମା ସ୍ୱରାଜଙ୍କ ପାଇଁ। ୧୯୯୮ରେ ସୁଷମା ସ୍ୱରାଜ ବାଜପେୟୀ ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିଲେ। ସେହି ସମୟରେ ସୁଷମା ବଲିଉଡକୁ ଏକ ଉଦ୍ୟୋଗ ଭାବେ ଘୋଷଣା […]

bollywood

bollywood

Chinmayee Roy
  • Published: Wednesday, 07 August 2019
  • Updated: 07 August 2019, 10:08 PM IST

Sports

Latest News

ମୁମ୍ବାଇ: ବଲିଉଡ ଓ ଅଣ୍ଡରୱାଲ୍ଡ ମଧ୍ୟରେ ବହୁ ପୁରୁଣା ସମ୍ପର୍କ ରହିଛି।  ଏମିତି ଏକ ସମୟ ଥିଲା ଯେତେବେଳେ ବଲିଉଡ ସେଇ ଅଣ୍ଡରୱାର୍ଲ୍ଡଙ୍କ ଅଧୀନରେ ଥିଲା। ଗ୍ୟାଙ୍ଗଷ୍ଟରମାନେ ଫିଲ୍ମ ପାଇଁ ଟଙ୍କା ଲଗାଉଥିଲେ। ଆଉ ନିର୍ଦ୍ଦେଶକମାନେ ବଟି ଦେଉଥିଲେ। ଆଉ ଆଜି ଯଦି ବଲିଉଡ ଅଣ୍ଡରୱାର୍ଲ୍ଡ କବଳରୁ ମୁକ୍ତିପାଇଥାଏ ତାହା କେବଳ ସୁଷମା ସ୍ୱରାଜଙ୍କ ପାଇଁ।

୧୯୯୮ରେ ସୁଷମା ସ୍ୱରାଜ ବାଜପେୟୀ ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିଲେ। ସେହି ସମୟରେ ସୁଷମା ବଲିଉଡକୁ ଏକ ଉଦ୍ୟୋଗ ଭାବେ ଘୋଷଣା କରିଥିଲେ। ଯାହା ଫଳରେ ଫିଲ୍ମ ନିର୍ମାଣ ପାଇଁ ଭାରତୀୟ ଫିଲ୍ମ ଉଦ୍ୟୋଗକୁ ବ୍ୟାଙ୍କରୁ ଲୋନ୍‌ ମିଳିପାରିଲା।

ପୂର୍ବରୁ ଫିଲ୍ମ ନିର୍ମାଣ ବଡ଼ ବଡ଼ ଶିଳ୍ପପତି, ବିଲ୍ଡର ଓ ସାହୁକାରଙ୍କଠୁ ଟଙ୍କା ସୁଧିଆରେ ନିଆଯାଉଥିଲା। ଆଉ ଫିଲ୍ମରେ କିଛି ପ୍ରତିଶତ ଅଣ୍ଡରୱାର୍ଲ୍ଡଙ୍କ ଟଙ୍କା ଲାଗୁଥିଲା। ହେଲେ ସୁଷମାଙ୍କର ଏହି ନିଷ୍ପତ୍ତି ପରେ ବଲିଉଡ ଅଣ୍ଡରୱାର୍ଲ୍ଡଙ୍କ କବଳରୁ ରକ୍ଷା ପାଇବା ସହ ଏକ ସଫଳ ଶିଳ୍ପରେ ପରିଣତ ହୋଇପାରିଲା।

https://twitter.com/AzmiShabana/status/1158801554180173824

ଆଉ ସୁଷମାଙ୍କ ସେଇ ଅବଦାନକୁ ମନେପକାଇ ସାରା ବଲିଉଡ୍‌ ତାଙ୍କୁ ଝୁରୁଛି। ତାଙ୍କ ବିୟୋଗରେ ସାରା ବଲିଉଡରେ ଶୋକର ଛାୟା ଖେଳିଯାଇଛି। ବଲିଉଡ଼ର ସମସ୍ତ ଛୋଟ ବଡ଼ କଳାକାର ଟ୍ୱିଟ୍‌ ଜରିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଅଭିନେତ୍ରୀ ଶବାନା ଆଜମୀ ଲେଖିଛନ୍ତି, ‘ସୁଷମା ସ୍ୱରାଜଙ୍କ ପରଲୋକରେ ମୁଁ ଅତ୍ୟନ୍ତ ଦୁଃଖି। ରାଜନୈତିକ ମତଭେଦ ଥାଇ ମଧ୍ୟ ଆମର ସମ୍ପର୍କ ଅନେକ ଭଲ ଥିଲା।  ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଥିବା ସମୟରେ ମୋତେ ଡାକିଥିଲେ ଏବଂ ମୁଁ ତାଙ୍କର ନବରତ୍ନ ମଧ୍ୟରୁ ଜଣେ ଥିଲି। ସେ ଫିଲ୍ମ ମିର୍ମାଣକୁ ଫିଲ୍ମ ଉଦ୍ୟୋଗର ମର୍ଯ୍ୟାଦା ଦେଇଥିଲେ।’

https://twitter.com/SrBachchan/status/1158837920217759746

https://twitter.com/AdnanSamiLive/status/1158814193958547456

ଏହିଭଳିଭାବେ ଅମିତାଭ ବଚ୍ଚନ, ଲତା ମଙ୍ଗେସକର, ଅଦନାନ୍‌ ସାମୀ, ଶୁବାଷ ଘାଇ, ସନି ଦେଓଲ ରିତେଶ ଦେଶମୁଖ, ରବିନା ଟଣ୍ଡନ, ଅନୁସ୍କା ଶର୍ମା ଓ ଏକ୍‌ତା କପୁରଙ୍କ ସମେତ ପ୍ରାୟ ସମସ୍ତ ସେଲେବ୍ରିଟି ସୁଷମାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

https://twitter.com/mangeshkarlata/status/1158803846807732226

https://twitter.com/AnushkaSharma/status/1158812452240252928

https://twitter.com/iamsunnydeol/status/1158801671947821056

https://twitter.com/TandonRaveena/status/1158824292286517248

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos