Advertisment

କରୀନା କପୁରଙ୍କ ଘର ସିଲ୍

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନ କପୁର ଖାନ୍ ଓ ଅମୃତା ଅରୋରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯାହା ପରେ ବିଏମସି କରୀନା କପୁରଙ୍କ ଘରକୁ ସିଲ୍ କରିଦେଇଛି। ଏ ନେଇ ବିଏମସି ଏକ ବିବୃତ୍ତି ଜାରି କରି ସୂଚନା ଦେଇଛି। ବିଏମସି କମିଶନର ସୁରେଶ କାକାନୀ କହିଛନ୍ତି, କରୀନା ବର୍ତ୍ତମାନ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ୧୫-୨୦ ଲୋକଙ୍କୁ ଚିହ୍ନଟ କରାଯାଇଛି ଏବଂ ସେ ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଛି, ଯାହାର ରିପୋର୍ଟ ଆସନ୍ତାକାଲି […]

author-image
Ranjit Kumar Jena
କରୀନା କପୁରଙ୍କ ଘର ସିଲ୍

kareena-kapoor

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନ କପୁର ଖାନ୍ ଓ ଅମୃତା ଅରୋରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯାହା ପରେ ବିଏମସି କରୀନା କପୁରଙ୍କ ଘରକୁ ସିଲ୍ କରିଦେଇଛି। ଏ ନେଇ ବିଏମସି ଏକ ବିବୃତ୍ତି ଜାରି କରି ସୂଚନା ଦେଇଛି।

Advertisment

ବିଏମସି କମିଶନର ସୁରେଶ କାକାନୀ କହିଛନ୍ତି, କରୀନା ବର୍ତ୍ତମାନ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ୧୫-୨୦ ଲୋକଙ୍କୁ ଚିହ୍ନଟ କରାଯାଇଛି ଏବଂ ସେ ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଛି, ଯାହାର ରିପୋର୍ଟ ଆସନ୍ତାକାଲି ଆସିବ। ଦୁଇ ଅଭିନେତ୍ରୀ କରୋନାରେ ଆକ୍ରାନ୍ତ ହେବା ପରେ ସେମାନଙ୍କର ଘରକୁ ସିଲ୍ କରିଦିଆଯାଇଛି। ବିଏମସିର ଦୁଇଟି ଟିମକୁ ପ୍ରତି ଗୋଟିଏ ୱାର୍ଡରେ ନିୟୋଜିତ କରାଯାଇଛି, ଯଦ୍ଦ୍ୱାରା କୋଭିଡ୍ ନିୟମ ଠିକ୍ ଭାବେ ପାଳନ ହେଉଛି ନା ନାହିଁ, ଜଣା ପଡ଼ିବ। ଯେଉଁମାନେ କୋଭିଡ୍ ନିୟମ ଉଲ୍ଲଙ୍ଘନ କରିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି କମିଶନର କହିଛନ୍ତି।

କରୀନାଙ୍କ ସମ୍ବନ୍ଧରେ ବିଏମସି କହିଛି, କରୀନାଙ୍କ ଟ୍ରାଭେଲ୍ ହିଷ୍ଟ୍ରୀର ଯାଞ୍ଚ କରାଯାଇଛି। ଭାରିଏଣ୍ଟକୁ ଜାଣିବା ପାଇଁ ତାଙ୍କ ସାମ୍ପଲକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଇ ଦିଆଯାଇଛି। ତେବେ ବିଏମସି ଏପର୍ଯ୍ୟନ୍ତ କରୀନାଙ୍କ ବିରୋଧରେ କରୋନା ନିୟମକୁ ନେଇ କୌଣସି ପ୍ରକାରର ଅଭିଯୋଗ କରିନାହିଁ।

Advertisment

କରୀନା ଓ ଅମୃତା ଦୁହେଁ ଘନିଷ୍ଠ ବନ୍ଧୁ। ଦୁହେଁ ନିକଟରେ କରଣ ଜୋହରଙ୍କ ପାର୍ଟିରେ ସାମିଲ ହୋଇଥିଲେ। ଏହାସହ ଦୁଇ ଅଭିନେତ୍ରୀ କରୋନା ନିୟମର ଉଲ୍ଲଙ୍ଘନ କରି ଅନେକ ପାର୍ଟିରେ ଯୋଗ ଦେଇଥିଲେ। ଯେଉଁ କାରଣରୁ ଦୁଇ ଅଭିନେତ୍ରୀ ସୁପର୍ ସ୍ପ୍ରେଡର୍ ହେବାର ସମ୍ଭାବନା ରହିଛି। ହେଲେ ଏପର୍ଯ୍ୟନ୍ତ ଦୁହିଁଙ୍କ ତରଫରୁ ଏହାକୁ ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।